‘ମୁଁ କଣ ଖୁସିରେ କପଡା ଖୋଲେ, ଯାତ୍ରା ଷ୍ଟେଜରେ ଆଇଟମ ଡ୍ୟାନ୍ସ କଲେ ମୋ…’ Rani Priyadarshini

ବନ୍ଧୁଗଣ, ସୂଚନା ଅନୁଯାୟୀ ଆପଣ ମାନେ ବେସ ଚର୍ଚ୍ଚିତ ରାନୀ ପ୍ରିୟଦର୍ଶନୀ ସମ୍ବନ୍ଧରେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଦେଖିବାକୁ ପାଉଥିବେ । ଭଦ୍ରକରେ କାଳୀପୂଜା ସମୟରେ ଷ୍ଟେଜରେ ଯାତ୍ରା ଚାଲିଥିବା ସମୟରେ ରାନୀ ଙ୍କ ସହିତ ଘଟିଯାଇଥିଲା କିଛି ଏଭଳି ଯାହାକୁ ନେଇ ରାନୀ ଦୁଃଖରେ କିଛି କଥା କହିଛନ୍ତି, ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ରାନୀ ପ୍ରିୟଦର୍ଶନୀ କହିଛନ୍ତି ଯେ ସେ ହେଉଛନ୍ତି ଜଣେ ଆଇଟମ ଡ୍ୟାନ୍ସର । ତାଙ୍କର କଣ ଭୁଲ ରହିଥିଲା ?

ତଥା ତାଙ୍କର ଦୋଷ କ’ଣ ଥିଲା ? ଜଣେ ଆର୍ଟିଷ୍ଟ ସେତେବେଳେ କପଡା ଖୋଲିଥାଏ, ଯେତେବେଳେ ଦର୍ଶକ ତାଙ୍କୁ ସେହି ଆଇଟମ ଡ୍ୟାନ୍ସର ଭାବରେ ଦେଖିବାକୁ ଭଲପାଇଥାନ୍ତି । ଗୋଟିଏ ଆର୍ଟିଷ୍ଟ କେବେ ମଧ୍ୟ ନିଜ ହିସାବରେ କାମ କରିନଥାଏ । ଦର୍ଶକ ମାନଙ୍କ ଖୁସି ନିମନ୍ତେ ସେ କାମ କରିଥାଏ । କାରଣ ଦର୍ଶକ ତାଙ୍କ ପାଇଁ ଭଗବାନ ସାଦୃଶ୍ୟ । ସେମାନେ ହେଉଛନ୍ତି କଳାକାର ଲୋକ କେବଳ ସେମାନେ ଦର୍ଶକ ଙ୍କ ଖୁସି ନିମନ୍ତେ ନୃତ୍ୟ କରିଥାନ୍ତି ।

ମାତ୍ର ସେଦିନ ତାନକ ସହିତ ଯାହା ହେଲା କିଛି ଠିକ ହେଲାନାହିଁ, ଘରେ ମଧ୍ୟ ତାଙ୍କ ବାପା, ଭାଇ ଅଛନ୍ତି ତାଙ୍କୁ ମଧ୍ୟ ଏହି ନୃତ୍ୟ କରିବାକୁ ଭଲ ଲାଗେନାହିଁ ବୋଲି କହିଛନ୍ତି ରାନୀ । ମାତ୍ର ସେମାନେ ବାଧ୍ୟରେ ଏହିଭଳି କରିଥାନ୍ତି କାରଣ ତାଙ୍କର ଏହି ଅଧା ଉଲଘ୍ନ ଦେହକୁ ଦେଖିବାକୁ ଦର୍ଶକେ ପସନ୍ଦ କରିଥାନ୍ତି ।

ଦର୍ଶକ ମାନଙ୍କ ପାଇଁ ରାନୀ ଷ୍ଟେଜ ଉପରକୁ ଗଲେ ହୋଇଯାନ୍ତି ଆଇଟମ ଡ୍ୟାନ୍ସର ବୋଲି କହିଛନ୍ତି ସେ । ସେ ଦର୍ଶକ ଙ୍କ ମନୋରଞ୍ଜନ ନିମନ୍ତେ ଷ୍ଟେଜ ଉପରେ ନୃତ୍ୟ ପରିବେଷଣ କରିଥାନ୍ତି । ମାତ୍ର ଏଥିରେ ତାଙ୍କର କିଛି ସ୍ଵାର୍ଥ ନଥାଏ କେବଳ ଦର୍ଶକ ପାଇଁ ସେ ଆସିଥାନ୍ତି । ଏହା ସହିତ ରାନୀ ପ୍ରିୟଦର୍ଶନି ଏହା ମଧ୍ୟ କହିଛନ୍ତି ଯେ କେତେଜଣ ପ୍ରାୟ ଯାତ୍ରା ରେ କାହାଣୀ ଦେଖିବାକୁ ଆସନ୍ତି ?

ଅନେକ ଥର ମେଲୋଡି ଦେଖି ଦେଖି ଅଧା ସିଟ ଖାଲି ହୋଇଯାଇଥାଏ । ସେଦିନ ରାନୀ ଯେତେବେଳେ କପଡା ଖୋଲି ନାଚିଥିଲେ ତାଳିରେ ପୋତିପକାଇଥିଲେ ଦର୍ଶକ । କିନ୍ତୁ ମହିଳା ଜଣଙ୍କ ଯେଉଁଭଳି ତାଙ୍କ ଉପରକୁ ଚପଲ ଫୋପଡିଲେ ତାହା ତାଙ୍କ କଳା ପ୍ରତି ଅପମାନ ବୋଲି ସେ କହିଛନ୍ତି ।

ଏହା ପରେ ମଧ୍ୟ ଦର୍ଶକ ତାଳି ମାରିଥିଲେ ତେବେ ସେ ବୁଝି ପାରିଲେ ନାହିଁ ଯେ ତାଙ୍କର ଭୁଲ କେଉଁଠାରେ ରହିଲା ? କଳାକାର କେବେ ମଧ୍ୟ ଖୁସିରେ ଏହିସବୁ କରି ନଥାଏ ପରିବାର ତଥା ନିଜ ପେଟ ପୋଷିବା ନିମନ୍ତେ ସେ ପ୍ରୟାସ କରିଥାଏ ବୋଲି ଯାତ୍ରା ଆଇଟମ ଡ୍ୟାନ୍ସର ରାନୀ ପ୍ରିୟଦର୍ଶନୀ କହିଛନ୍ତି ।

Leave a Reply

Your email address will not be published. Required fields are marked *