ଜଲିଉଡ ହିରୋଇନ୍ Tiki ଙ୍କ ଜୀବନ କାହାଣୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତ ର ପ୍ରସିଦ୍ଧ ଅଭିନେତ୍ରୀ ଟିକି ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କ ଅଭିନୟ ର କୌଣସି ତୁଳନା ନାହିଁ । ନିଜର ଏହି ଯାତ୍ରାମୟ ଜୀବନ ରେ ସେ ଅନେକ ପ୍ରକାର ସ-ଙ୍ଘ-ର୍ଷ କରିଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ବାର୍ଲି ଗାଁ ର ଚାନ୍ଦ ହେଉଛନ୍ତି ଟିକି । ଯାହାଙ୍କ ପାଇଁ ସମ୍ପୂର୍ଣ୍ଣ ଭଦ୍ରକ ଆଜି ଗର୍ବିତ । ବାପା ଗଜେନ୍ଦ୍ର ଦାସ ମାଆ ହେମଲତା ଦାସ ଙ୍କ ଗେଲ୍ହା ଝିଅ ଅଟନ୍ତି ଟିକି ।

ପିଲାବେଳୁ ଅଭିନୟ ପ୍ରତି ଅହେତୁକ ଦୁର୍ବଳତା ପାଇଁ ଯାତ୍ରା ଜଗତ ର ଷ୍ଟାଇଲିସ ହିରୋ ବିନୋଦ କୁମାର ଙ୍କ ଦ୍ଵାରା ଉତ୍ସାହିତ ହୋଇ ଯାତ୍ରା ଜଗତ କୁ ଏଣ୍ଟ୍ରି କରିଥିଲେ ୧୯୯୯ ମସିହାରେ । ଯାତ୍ରା କ୍ୟାରିଅର ଆରମ୍ଭ କରିଲେ ସିବାନୀ ଗଣ ନାଟ୍ୟ ରୁ । ତାଙ୍କ ଦ୍ୱାରା ଅଭିନୀତ ପ୍ରଥମ ନାଟକ ହେଉଛି ରାତି ପାହିଲେ କହିବି । ଏହା ପର ଠାରୁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଅଭିନେତ୍ରୀ ଟିକି ।

ଯାତ୍ରା ଜଗତ ରେ ହିଁ ପ୍ରେମ ହୋଇଗଲା କାହ୍ନା ଓ ଟିକି ଙ୍କ ମଧ୍ୟରେ ସାଜିଗଲେ ଦୁହେଁ ନବ ଦମ୍ପତି । ଏହି ଅଭିନେତ୍ରୀ ଙ୍କୁ ମିଳିଥିଲା ଷ୍ଟାର ଆକ୍ଟ୍ରେସ ଙ୍କ ସ୍ଥାନ । ତାଙ୍କୁ ଯାତ୍ରା ଜଗତ ର ଟ୍ରାଜେଡ଼ି କୁଇନ ମଧ୍ୟ କୁହାଯାଏ । ଏହି ନାଟ୍ୟ ପ୍ରତିଭା ଥିବା ଅଭିନେତ୍ରୀ ଙ୍କ ଦ୍ୱାରା ଅଭିନୀତ କିଛି ହିଟ୍ ନାଟକ ଗୁଡ଼ିକ ହେଲା ବିଦେଶିନୀ, ମୁଇ ଝିଅଟେ ମେଡ ଇନ ଓଡ଼ିଶା, କାଉଁରୀ କନ୍ୟା, ହଳଦୀ ରଙ୍ଗ ର ଝିଅ, ମାଟି କଣ୍ଢେଇ, ତୋ ଆଖି ମୋ ଆଇନା, ଅଣ୍ଡିରୀ ଚଣ୍ଡୀ ।

ବୁଢ଼ା ଶଙ୍ଖାରୀ, ଜିନ୍ଦାବାଦ ଓଡ଼ିଶା, ସିନ୍ଦୁର ସାଜିଲା କଳଙ୍କ ଟୀକା, ହାତୀ ନାହିଁ କି ଘୋଡ଼ା ନାହିଁ ଏଭଳି ଅନେକ କିଛି ହିଟ୍ ନାଟକ ରେ ଅଭିନୟ କରିଛନ୍ତି ଯାତ୍ରା ଜଗତ ର କୁଇନ ଟିକି । ତେବେ ଆପଣ ମାନେ ମଧ୍ୟ ଏହି ଅଭିନେତ୍ରୀ ଙ୍କ ସୁନ୍ଦର ନାଟକ ପ୍ରଦର୍ଶନ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ଟିକି ଙ୍କ କେଉଁ ନାଟକ ସବୁଠାରୁ ଅଧିକ ପସନ୍ଦ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *