ନିଜ ଜନ୍ମ ତିଥିରୁ ଜାଣନ୍ତୁ କେଉଁ ବୟସରେ ଓ କିପରି ମିଳିବ ଆପଣଙ୍କୁ ଜୀବନରେ ସଫଳତା

ସମସ୍ତେ କୁହନ୍ତି ଯେ ଭାଗ୍ୟଠୁ ଅଧିକ ଓ ସମୟ ପୂର୍ବରୁ ମଣିଷଙ୍କୁ କିଛି ମିଳି ନଥାଏ । ବ୍ୟବହାରିକ ରୂପରେ ଯେତିକି ଠିକ୍ ସେତିକି ସିଦ୍ଧାନ୍ତିକ ରୂପରେ ରେ ମଧ୍ୟ ଠିକ୍ । ବେଳେ ବେଳେ ଆମେ ଯେତେ ପରିଶ୍ରମ କରିଲେ ବି ଆମକୁ ମନ ମୁତାବକ ସଫଳତା ମିଳି ନଥାଏ ଯାହାର କାରଣ ହୋଇଥାଏ ଆମର ପାଖା ପାଖି ଥିବା ପରିସ୍ଥିତି ଓ ଏହି ପରିସ୍ଥିତି ଉପରେ ମଣିଷର ନିୟନ୍ତ୍ରଣ ବି ନଥାଏ । ଆମେ ଆମର ଚେଷ୍ଟା ପରେ ବି ବହୁତ କିଛି କାରଣ ରହିଥାଏ ଯାହା ଦ୍ଵାରା ଆମକୁ ସଫଳତା ମିଳିନଥାଏ ଓ ଏହାକୁ ହିଁ ଭାଗ୍ୟ କୁହନ୍ତି । ଆମେ ଆମ ଭାଗ୍ୟକୁ ତ ବଦଳାଇ ପାରିବା ନାହିଁ । କିନ୍ତୁ ଭବିଷ୍ୟତର ସମ୍ଭାବନାର ଆଧାର ଉପରେ ଆମେ ଯୋଜନା ନିଶ୍ଚିନ୍ତ ତିଆରି କରି ପାରିବା ଓ ଏଥିରେ ଆମକୁ ଜୋତିଷ୍ୟ ସାହାଯ୍ୟ କରିବେ । ଅଙ୍କ ଜୋତିଷ୍ୟଙ୍କ କହିବା ଅନୁସାରେ ଜନ୍ମ ତିଥିର ଆଧାର ଉପରେ ଏହା ଜାଣି ପାରିବା କି କେଉଁ ବୟସ ସମୟରେ ପରିସ୍ଥିତି ଅନୁକୂଳ ହେବ ଓ ବାଛି ଥିବା କାମରେ ସଫଳତା ମିଳିବ ।

ଜୋତିଷ୍ୟର ଶାଖା ଅଙ୍କ ଜୋତିଷ୍ୟ ଅନୁସାରେ ଜନ୍ମ ତାରିଖ ହିସାବରେ ବ୍ୟକ୍ତିର ସେହି ବୟସର ସେହି ସମୟ ଜଣା ବିଷୟରେ ଜଣା ପଡ଼ିଥାଏ ଯେବେ ଆପଣ ଭଲ ଆଉ ସଫଳ ଜୀବନ ଯାପନ କରିବେ । ଏହି ଆଧାର ଉପରେ ଆମେ ଆପଣଙ୍କୁ ୧ ଠାରୁ ୯ ମୂଳାଙ୍କ ପାଇଁ ଶୁଭ ସମୟ ବିଷୟରେ ଜଣେଇବାକୁ ଯାଉଛୁ ।

ମୂଳାଙ୍କ ୧

ଯେଉଁ ଲୋକମାନଙ୍କ ଜନ୍ମ ଯେକୌଣସି ମାସର ୧, ୧୦, ୧୯ କି ୨୮ରେ ହୋଇଥାଏ ସେମାନଙ୍କର ମୂଳାଙ୍କ ୧ ହୋଇଥାଏ । ଅଙ୍କ ଜୋତିଷ୍ୟ ଅନୁସାରେ ୧ ମୂଳାଙ୍କ ବ୍ୟକ୍ତିକୁ ଜୀବନରେ ୨୨ ବର୍ଷରେ ସଫଳତା ହାସଲ ହୋଇଥାଏ । ଏହା ସେହି ବର୍ଷ ଅଟେ ଯେବେ ତାଙ୍କ ଜୀବନରେ ଧନର ଆଗମନ ହୋଇଥାଏ ।

ମୂଳାଙ୍କ ୨

ଯେଉଁ ବ୍ୟକ୍ତିଙ୍କ ଜନ୍ମ ଯେକୌଣସି ମାସରେ ୨, ୧୧, ୨୦ ଆଉ ୨୯ ରେ ହୋଇଥାଏ ତାଙ୍କର ମୂଳାଙ୍କ ୨ ହୋଇଥାଏ । ମୂଳାଙ୍କ ୨ ର ଲୋକଙ୍କ ପାଇଁ ୨୪ ବର୍ଷ ଉନ୍ନତି ଆଉ ସଫଳତା ଦେଇ ଥାଏ । ଏହି ବର୍ଷରେ ତାଙ୍କୁ ସବୁ କିଛି ମିଳିଥାଏ ଯାହା ସେ ଚାହିଁଥାନ୍ତି ।

ମୂଳାଙ୍କ ୩

୩, ୧୨, ୨୧ ଓ ୩୦ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମୂଳାଙ୍କ ୩ ହୋଇଥାଏ । ଅଙ୍କ ଜୋତିଷ୍ୟ ଅନୁସାରେ ୩ ମୂଳାଙ୍କ ବ୍ୟକ୍ତିଙ୍କ ଭାଗ୍ୟ ୩୨ ବର୍ଷରେ ଚମକି ଥାଏ, ଏହି ବର୍ଷ କ୍ୟାରିୟର ପାଇଁ ବହୁତ ଭଲ ରହିବ ।

ମୂଳାଙ୍କ ୪

ଯେଉଁ ଲୋକମାନଙ୍କ ଜନ୍ମ ୪, ୧୩, ୨୨ ଓ ୩୧ ତାରିଖରେ ହୋଇଥାଏ ତାଙ୍କ ମୂଳାଙ୍କ ୪ ହୋଇଥାଏ । ଏହି ଲୋକମାନେ ୩୬ ଓ ୪୨ ବର୍ଷରେ ସଫଳତାର ଉଚ୍ଚତାକୁ ଛୁଅନ୍ତି । ୩୬ ବର୍ଷର ଜନ୍ମ ଦିନ ପାଳନ କରିସାରିଲା ପରେ ଆଦର୍ଶ ଜୀବନର ସ୍ବପ୍ନ ସଜାଇ ପାରିବେ ।

ମୂଳାଙ୍କ ୫

୫, ୧୪ ଆଉ ୨୩ ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଳାଙ୍କ ୫ ହୋଇଥାଏ ଓ ତାଙ୍କର ୩୨ ବର୍ଷ ରେ ଭାଗ୍ୟ ଚମକିଥାଏ । ଏହି ଠାରୁ ତାଙ୍କ ସଫଳତାର କାହାଣୀ ଆରମ୍ଭ ହୋଇଥାଏ ।

ମୂଳାଙ୍କ ୬

ଯେଉଁ ଲୋକଙ୍କର ଜନ୍ମ ୬, ୧୫ ଓ ୨୪ ତାରିଖରେ ହୋଇଥାଏ ତାଙ୍କ ମୂଳାଙ୍କ ୬ ହୋଇଥାଏ, ତାଙ୍କ ପାଇଁ ୨୪ ବର୍ଷ ବହୁତ ମୁଖ୍ୟ ହୋଇଥାଏ । ଏହି ବର୍ଷ ତାଙ୍କ ପାଇଁ ଧନ ସମ୍ପଦ ଓ ଜୀବନରେ ସଫଳତା ଆଣିଥାଏ।

ମୂଳାଙ୍କ ୭

୭, ୧୬ ଓ ୨୫ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୭ ହୋଇଥାଏ, ତାଙ୍କ ପାଇଁ ବୟସ ୩୮ ଆଉ ୪୪ ବର୍ଷ ବହୁତ ମୁଖ୍ୟ ହୋଇଥାଏ । ଏହି ବର୍ଷ ତାଙ୍କ ଚେଷ୍ଟାର ଫଳ ଦେଇଥାଏ ।

ମୂଳାଙ୍କ ୮

ଯେଉଁ ଲୋକଙ୍କ ଜନ୍ମ ୮, ୧୭ ଓ ୨୬ ତାରିଖରେ ହୋଇଥାଏ ତାଙ୍କ ମୂଳାଙ୍କ ୮ ହୋଇଥାଏ ଓ ତାଙ୍କ ପାଇଁ ବୟସ ୩୬ ଆଉ ୪୨ ବର୍ଷ ବହୁତ ଭାଗ୍ୟ ଶାଳୀ ହୋଇଥାଏ, ଯେବେ ବ୍ୟକ୍ତିଗତ ଜୀବନ ଠାରୁ କ୍ୟାରିୟର ପର୍ଯ୍ୟନ୍ତ ବହୁତ ଭଲ ରହିବ।

ମୂଳାଙ୍କ ୯

୯, ୧୮ ଓ ୨୭ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୯ ହୋଇଥାଏ ତାଙ୍କ ପାଇଁ ବୟସ ୨୮ ବର୍ଷ ଶୁଭ ହୋଇଥାଏ । ଏହି ବର୍ଷ ତାଙ୍କୁ ଧନ ଆଉ ସମ୍ମାନ ମିଳିବା ଆରମ୍ଭ ହୋଇ ଯାଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *