ଜନ୍ମଦିନରେ ସକାଳୁ ସକାଳୁ ମା’ Aparajita ଓ ବାପା Uttam Mohanty ଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରିଲେ ବାବୁଶାନ୍, କହିଲେ ମତେ କ୍ଷମା କରିଦିଅ, ମୁଁ ଆଜିଠୁ ଆଉ କେବେ ବି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ବାବୁସାନଙ୍କୁ ପୁରିଛି ୩୩ ବର୍ଷ । ୩୨ ବର୍ଷର ଜୀବନକୁ ପଛରେ ପକାଇ ନୂଆ ଅଭିଜ୍ଞତାକୁ ସାଉଁଟିବା ପାଇଁ ବାବୁସାନ ଆଜି ସକାଳୁ ଉଠି ଗାଧେଇ ବାପା ମା’ ଙ୍କୁ ଆଗ ମୁଣ୍ଡିଆ ମାରିଛନ୍ତି । କାରଣ ବାପା ମା’ ହେଉଛନ୍ତି ଚଳନ୍ତି ଠାକୁର । ବାପା ମା’ଙ୍କୁ କୁଣ୍ଢାଇ ଧରି ଆଜି ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କର ଆଜି ସବୁ ଇଛାକୁ ପୂରଣ କରିବେ ସେ ବର୍ତ୍ତମାନ ସୁନା ପିଲା ହେବେ ଦୁଷ୍ଟ ହେବେନାହିଁ । ତେବେ ସେ ଯେବେ ଚେନ୍ନାଇରୁ ଆସିଥିଲେ ନିଜ ମା’ ବାପା ଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଥିଲେ ।

ବାପା ଙ୍କ ଦେହ ଖରାପ ଥିବାରୁ ସେ ବାପାଙ୍କୁ କଥା ଦେଇଥିଲେ ଯେ, ଏବେ ଆଉ ଏଭଳି କୌଣସି କାମ କରିବେ ନାହିଁ ଯାହା ଦ୍ଵାରା ତାଙ୍କ ବାପା ମା’ ତାଙ୍କ ପାଇଁ ଚିନ୍ତିତ ହେବେ । ଏବଂ ନିଜ ସ୍ତ୍ରୀ ଙ୍କୁ ଘରକୁ ନେଇ ଆସିବେ ଏବଂ ପୁଅକୁ ଆଣି ତାଙ୍କ ସହିତ ଜେଜେବାପା, ବାପା ମିଶି ଖେଳିବେ । ଏହା ସହିତ ସବୁ ସମସ୍ୟାର ସମାଧାନ ହୋଇଯିବ ।

ତୃପ୍ତିଙ୍କର ମଉସା, ମାଉସୀଙ୍କୁ ଆଶ୍ଵାସନା ଦେବେ ବାବୁସାନ, ଯେ ଏହି ଭୁଲ ଆଉ ହେବ ନାହିଁ । ସେ ହେବେ ଜ୍ଵାଇଁ ନମ୍ବର ୱାନ ଏବଂ ସବୁ ଖୁସି କୁ ଓଜାଡି ଦେବେ ତୃପ୍ତିଙ୍କ ପାଦତଳେ । ତୃପ୍ତି ତାଙ୍କ ଉପରେ ଅଭିମାନ କରିଛନ୍ତି ସତ । ମାତ୍ର ତୃପ୍ତିଙ୍କର ପାଖରେ ରହିଛି ସୁନାର ହୃଦୟ । ସ୍ଵାମୀ ଙ୍କୁ ସେହି ସୁନାର ହୃଦୟରେ କ୍ଷମା କରିଦେବେ ।

ସ୍ଵାମୀ ଯେତେଆଡେ ଯେତେ ଖରାପ ହୋଇଥାଉ ନା କାହିଁକି ସବୁବେଳେ ସ୍ଵାମୀ ଙ୍କୁ ପ୍ରେମ କରୁଥିବା ସ୍ତ୍ରୀ କ୍ଷମା ଦେଇଦିଏ ତା’ ସ୍ଵାମୀ ଙ୍କୁ । ମାତ୍ର ତାଙ୍କ କ୍ଷମାର ପ୍ରତିଦାନ ଦେବାକୁ ପଡିବ ବାବୁସାନଙ୍କୁ । ଆଉ ବାବୁସାନ ସେହି ପ୍ରତିଜ୍ଞା ହିଁ ଆଜି ଦେବେ ତୃପିଙ୍କୁ । ଏହା ସହିତ ବାବୁସାନଙ୍କ ଘରକୁ ଫେରିବେ ତାଙ୍କ ଘର ଲକ୍ଷ୍ମୀ ଆଉ ତାଙ୍କ ଘର ଖୁସିରେ ପୁରିଉଠିବ ବୋଲି ଶୁଣିବାକୁ ମିଳିଛି ।

କାରଣ ଏ ନେଇ ବଡ ନିଷ୍ପତ୍ତି ନିଆଯାଇଅଛି ଗତକାଲି ରାତିରେ । କାରଣ ଭଗବାନ ମଧ୍ୟ ଜନ୍ମ ଦିନରେ ପ୍ରତ୍ୟକଙ୍କୁ କିଛି ନା କିଛି ଖୁସି ଦେଇଥାନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *