ବାପା Uttam Mohanty ପୁଅର ଜନ୍ମ ଦିନରେ ଗୋଲାପ ଦେଇ କହିଲେ ‘ବାବୁ ରେ ଭଗବାନ ତତେ ଭଲ ବୁଦ୍ଧି ଦିଅନ୍ତୁ, ତୁ ତୋ ପରିବାର ସହ ଖୁସିରେ ରହ, ତୁ ଜଲ୍ଦି…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଜନ୍ମ ଦିନରେ ବାପା ଉତ୍ତମ ମହାନ୍ତି ଦେଲେ ସାଇବାବାଙ୍କର ଗୋଲାପ ଫୁଲ, ଗୋଲାପ ଦେଇ କହିଲେ ବାବୁ ତୁ ତୋ ପରିବାର ସହିତ ଖୁସିରେ ରହ । ବାବୁସାନଙ୍କ ମୁଣ୍ଡକୁ ଆଉଁସି ଦେଇ ଆଲିଙ୍ଗନ କରି ଏମିତି କହିଛନ୍ତି ବାପା ଉତ୍ତମ ମହାନ୍ତି । ସୁନ୍ଦର ଗୋଲାପ ଫୁଲ ଦେଇ କହିଛନ୍ତି ଯେ ଏହି ଗୋଲାପ ପରି ତୋ ପରିବାର ସୁନ୍ଦର ହେଉ । ଗୋଲାପର ପ୍ରତୀଟି ପାଖୁଡାରେ ତୁ ତୋ ସଫଳତାର ବାର୍ତ୍ତା ଲେଖେ । ତେବେ ଆଜି ହେଉଛି ବାବୁସାନ ମହାନ୍ତିଙ୍କର ଜନ୍ମ ଦିନ ।

୩୩ବର୍ଷରେ ପାଦ ଦେଇଛନ୍ତି ବାବୁସାନ । ସକାଳୁ ସକାଳୁ ଉଠିବା ପରେ ବାପା ଉତ୍ତମ ମହାନ୍ତି ଏବଂ ମା’ ଅପରାଜିତାଙ୍କର ପାଦଛୁଇଁ କାମନା କରିଛନ୍ତି । ପ୍ରଥମେ ସକାଳୁ ଉଠିବା ପରେ ଗାଧୋଇ ଠାକୁରଙ୍କୁ ମୁଣ୍ଡିଆ ମାରି ତାଙ୍କର ଦିନ ଆରମ୍ଭ କରିଛନ୍ତି ବାବୁସାନ । ଜନ୍ମଦିନରେ ସେ ବାପା ମା’ ଙ୍କ ଠାରୁ ନୂଆ ଆରମ୍ଭର ଆଶୀର୍ବାଦ କାମନା କରିଛନ୍ତି ।

ସେ କହିଛନ୍ତି ଆଉ ଏଭଳି କେବେ କିଛି ମଧ୍ୟ କରିବେ ନାହିଁ ଯେଉଁଥିପାଇଁ ଆପଣ ମାନଙ୍କୁ ବଦନାମ ହେବାକୁ ପଡିବ । ଏହିଭଳି ପ୍ରତିଶୃତି ଦେଇଛନ୍ତି ବାବୁସାନ । ଏହା ସହିତ ମା’ ବାପାଙ୍କର ସବୁ କଥାକୁ ମାନିବେ ବୋଲି କହିଛନ୍ତି ବାବୁସାନ । ଏହା ସହିତ ସେ କହିଛନ୍ତି ଯେ ମା’ ମୁଁ ଆଜି ମୋ ପୁଅ ଏବଂ ସ୍ତ୍ରୀ ସହିତ କେକ କାଟିବି । ଅନେକ ଘାତକ ପ୍ରତିଘାତକକୁ ସାମ୍ନା କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ବାବୁସାନ ।

ତେବେ କିଛି ଦିନ ହେବ ପ୍ରକୃତି, ତୃପ୍ତି, ଏବଂ ବାବୁସାନଙ୍କ ମଧ୍ୟରେ କଳିକୁ ନେଇ ଅଧିକ ଚର୍ଚ୍ଚାକୁ ଆସିଥିଲେ ବାବୁସାନ । ଏହିଭଳି ଘଟଣା ଘଟିବା ପରେ ସେ ଚେନ୍ନାଇ ଚାଲିଯାଇଥିଲେ । ତେବେ କଥା ଉଠିଥିଲା ଯେ ସେ ପ୍ରକୃତିଙ୍କ ସହିତ ଜନ୍ମଦିନ ପାଳନ କରିବେ ବୋଲି । ମାତ୍ର ସେ ଚେନ୍ନାଇରୁ ଫେରିଆସି ବାପା ମା’ଙ୍କୁ ଧରି କାନ୍ଦିଥିଲେ ।

ଏବଂ ସେ କହିଥିଲେ ଯେ ଏଭଳି ଭୁଲ ଆଉ କେବେ ମଧ୍ୟ ହେବନାହିଁ । ବାପାଙ୍କ ଦେହ ଖରାପ ଥିବାରୁ ସେ ଚେନ୍ନାଇରୁ ବାପାଙ୍କୁ ଦେଖା କରିବା ଲାଗି ଚାଲିଆସିଥିଲେ । ତେବେ ଆଜି ଜନ୍ମ ଦିନରେ ଅନେକ କିଛି ପ୍ଳାନ କରିଛନ୍ତି ବାବୁସାନ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *