ପସନ୍ଦ କରନ୍ତୁ ନିଜର ଜନ୍ମ ବାର, ଜାଣନ୍ତୁ ନିଜର ଭବିଷ୍ୟତ- Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ କୌତୁହଳ ବିଷୟ । କହିବାକୁ ଗଲେ ଏହି ପୃଥିବୀରେ ସମସ୍ତଙ୍କ ଜନ୍ମ ତାରିଖ, ଜନ୍ମ ମାସ ଓ ଜନ୍ମ ବର୍ଷ ଇତ୍ୟାଦି ଅଲଗା ଅଲଗା ହୋଇଥାଏ । ଏହି ସମସ୍ତ ଦ୍ଵାରା ଆପଣ ଜ୍ୟୋତିଷୀଙ୍କ ପାଖରେ ନିଜର ଭବିଷ୍ୟତ ଜାଣି ପାରିବେ । ଯେମିତି ମଣିଷ ଜୀବନରେ ରାଶିର ବହୁତ ମହତ୍ଵ ରହିଥାଏ ରାଶିକୁ ଆଧାର କରି ଆମେ ସେହି ମଣିଷ ର ସ୍ଵଭାବ ଚରିତ୍ର ବିଷୟରେ ଜାଣିଥାଉ ଠିକ ସେମିତି ଜନ୍ମବାର ର ମଧ୍ୟ ବହୁତ ମହତ୍ଵ ରହିଥାଏ । ଆଜି ଆମେ ଆପଣଙ୍କୁ ସପ୍ତାହର ସାତ ଦିନରେ ଆପଣ କେଉଁ ଦିନ ଜନ୍ମ ହୋଇଛନ୍ତି ସେହି ଆଧାରରେ ଆପଣଙ୍କର କିଛି ଲକ୍ଷଣ ଓ ସ୍ଵଭାବ ବିଷୟରେ କହିବୁ ।

୧.ପ୍ରଥମେ ଆମେ ଆପଣଙ୍କୁ କହିବୁ ‘ରବିବାର’ ସମ୍ପର୍କରେ । ରବିବାର ରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି, ସେମାନେ ତେଜବନ୍ତ,ବିଚକ୍ଷଣ, ଚାଲାକ,ଚତୁର ଏବଂ ଅତ୍ୟନ୍ତ ଜିଦଖୋର ହୋଇଥାନ୍ତି । ଏହି ବାର ରେ ଜନ୍ମ ହେଇଥିବା ବ୍ୟକ୍ତି ଯେ କୌଣସି କାମ କରନ୍ତି ତାକୁ ପୁରା କରିକି ହିଁ ରୁହନ୍ତି । ଏହି ବ୍ୟକ୍ତି ଯେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ହାର ମାନି ନଥାନ୍ତି । ଏମାନେ ଭାଙ୍ଗିପଡିବେ କିନ୍ତୁ ଓହରି ଯିବେନି। ଏହି ବାରରେ ଜନ୍ମିତ ସ୍ତ୍ରୀ ଲୋକ ମାନେ ଅତ୍ୟନ୍ତ ବିଚକ୍ଷଣ ଅଟନ୍ତି ଏବଂ ଏମାନେ ସର୍ବଦା ସତ୍ୟ କୁହନ୍ତି ।

୨. ସୋମବାରରେ ଜନ୍ମ ଗ୍ରହଣ ହୋଇଥିବା ବ୍ୟକ୍ତି ଧୈର୍ଯ୍ୟବାନ, ଶାନ୍ତ, ସ୍ଥିର, ବହୁଗୁଣ ବିଶିଷ୍ଟ, ସୁନ୍ଦର ଏବଂ ସରଳ ହୋଇଥାନ୍ତି । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି କେବେ ବି ଅନ୍ୟ ର ଅନିଷ୍ଟ ଚିନ୍ତା କରନ୍ତି ନାହିଁ । ଏମାନେ ପରୋପକାରୀ ଅଟନ୍ତି । ଏମାନେ କୌଣସି କାମ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ।

୩. ମଙ୍ଗଳବାର ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ନିଜର ଅସ୍ଥିରତା ସ୍ଵଭାଵ ଯୋଗୁଁ କୌଣସି କାର୍ଯ୍ୟକୁ ସଠିକ ଭାବରେ କରିପାରି ନଥାନ୍ତି । କିନ୍ତୁ ଏହି ବ୍ୟକ୍ତି ମାନେ ଗୁଣବାନ, କଳାପ୍ରିୟ ଏବଂ ବୁଦ୍ଧିମାନ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି ।

୪. ବୁଧବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି ଏବଂ ଏମାନଙ୍କ ମୁଣ୍ଡ କମ୍ପ୍ୟୁଟର ଭଳି କାମ କରିଥାଏ । ଏମାନେ ଅତ୍ୟନ୍ତ କୌଶଳୀ ଅଟନ୍ତି । ଏମାନେ ସର୍ବଦା ପରହିତ କାର୍ଯ୍ୟ କରିଥାନ୍ତି । କୌଣସି ଵ୍ୟୟ ଯୁକ୍ତ କାର୍ଯ୍ୟ ଏମାନଙ୍କ ମୁଣ୍ଡ ଉପରକୁ ଆସିଲେ ମଧ୍ୟ ଏମାନେ ପଛଘୁଞ୍ଚା ଦିଅନ୍ତି ନାହିଁ । ସ୍ତ୍ରୀ ମାନେ ବୁଦ୍ଧିମତୀ ଏବଂ ଧନବନ୍ତୀ ହୋଇଥାନ୍ତି ।

୫. ଗୁରୁବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ସବୁଠାରେ ଗୁରୁମାନ୍ୟ ସମ୍ମାନ ପାଇଥାନ୍ତି ତଥା ରାଜ ସମ୍ମାନ ଏବଂ ପ୍ରଶଂସା ର ପାତ୍ର ହୋଇଥାନ୍ତି । ଏହି ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ଅନେକ ଜଞ୍ଜାଳ ପରସ୍ଥିତି ର ସାମ୍ନା କରିଥାନ୍ତି । ଯେ କୌଣସି ପରିସ୍ଥିତି ରେ ପଡିଲେ ମଧ୍ୟ ଏମାନେ ସେହି ପରିସ୍ଥିତି ର ସାମ୍ନା କରିଥାଆନ୍ତି । ଏହି ବାର ରେ ଜନ୍ମ ଗ୍ରହଣ କରିଥିବା ସ୍ତ୍ରୀ ଲୋକ ମାନେ ସର୍ବଦା ଖୁସି ରେ ରୁହନ୍ତି।

୬. ଶୁକ୍ରବାର ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁଗୁଣ ବିଶିଷ୍ଟ ଅଟନ୍ତି । ଏମାନେ ସର୍ବଦା ଅନ୍ୟର ମଙ୍ଗଳ କାମନା କରନ୍ତି । ଏହି ବାର ରେ ଜନ୍ମ ହୋଇଥିବା ସ୍ତ୍ରୀଲୋକ ବୁଦ୍ଧି ବିଦ୍ୟା ରେ ଅତ୍ୟନ୍ତ ବିଚକ୍ଷଣ ଅଟନ୍ତି।

୭. ଶନିବାର ରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଅତ୍ୟନ୍ତ ବିଚଳିତ ସ୍ଵଭାଵ ର ଅଟନ୍ତି ଏବଂ ଏହି ବାର ରେ ଜନ୍ମଗ୍ରହଣ କରିଥିବା ସ୍ତ୍ରୀ ଲୋକ ବହୁତ ଜିଦଖୋର ହୋଇଥାଆନ୍ତି । ଏମାନଙ୍କ ଉପରେ ସର୍ବଦା ଭଗବାନ ଶନିଙ୍କ କୃପା ଦୃଷ୍ଟି ରହିଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *