ନୂଆ ବର୍ଷ ୨୦୨୧ରେ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ ଘରେ ହେବ ଧନର ବର୍ଷା

ନୂଆ ବର୍ଷ ଆରମ୍ଭ ପାଇଁ ଆଉ କିଛିଦିନ ବାକି ରହିଲା । ସମସ୍ତଙ୍କ ମନରେ ଏକ ଆଶା ଥାଏ ନୂଆ ବର୍ଷ ଯେଭଳି ଅନେକ ଖୁସି ନେଇ ଆସୁ ଆଉ ଆସନ୍ତା ବର୍ଷ ଶୁଭରେ କଟୁ । ତେବେ ଆସନ୍ତୁ ଜାଣିବା ନୂଆ ବର୍ଷ ଆରମ୍ଭ ପୂର୍ବରୁ ଘରକୁ କେଉଁ ଜିନିଷ ଆଣିଲେ ଘରେ ଶୁଭ ହୋଇଥାଏ ଓ ଆମର ଟଙ୍କା ପଇସାର କମି ରହି ନଥାଏ । ଏମିତି କୁହାଯାଏ କି ନୂଆବର୍ଷ ଆରମ୍ଭ ଯଦି ଭଲ ଭାବରେ ହୋଇଥାଏ ତେବେ ବର୍ଷଟି ଯାକ ଭଲରେ ବିତେ । ନୂଆ ବର୍ଷ ଅରମ୍ଭ ପୂର୍ବରୁ ଏହି ପାଞ୍ଚ ଗୋଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ଘରକୁ ନେଇ ଆସନ୍ତୁ ଦେଖିବେ ବର୍ଷଟି ଆପଣଙ୍କର ବହୁତ ସୁନ୍ଦର ଭାବରେ କଟିବ । ତେବେ ଆସନ୍ତୁ ଏହି ଲେଖା ମାଧ୍ୟମରେ ଜାଣିବା ସେହି ପାଞ୍ଚଟି ଜିନିଷ ବିଷୟରେ ।

ପ୍ରଥମ ଜିନିଷଟି ହେଉଛି ଭଗବାନ ଗଣେଶଙ୍କ ମୂର୍ତ୍ତି । ଭଗବାନ ଗଣେଶଙ୍କୁ ସିଦ୍ଧିର ଦେବତା ବୋଲି କୁହାଯାଏ । ଯଦି ଆପଣ କୌଣସି ସମସ୍ୟାରେ ଫସି ଯାଇଛନ୍ତି ତେବେ ନୂଆ ବର୍ଷରେ ଭଗବାନ ଗଣେଶଙ୍କ ମୂର୍ତ୍ତି ନିଶ୍ଚିତ ଘରକୁ ଆଣନ୍ତୁ । ଏହା ଦ୍ଵାରା ଭଗବାନ ଗଣେଶ ଆପଣଙ୍କର ସବୁ ସମସ୍ୟା ଦୂର କରିଦେବେ ଏବଂ ଆପଣଙ୍କୁ ଖୁସି ପ୍ରଦାନ କରିବେ । ନୂଆ ବର୍ଷ ଦିନ ଭଗବାନ ଗଣେଶଙ୍କର ମୂର୍ତ୍ତି ଆଣି ପୂଜା ଅର୍ଚନା କରନ୍ତୁ ଦେଖିବେ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ।

ଦ୍ଵିତୀୟ ଜିନିଷଟି ହେଉଛି ନଡିଆ । ଯଦି ବର୍ଷର ଆରମ୍ଭ ନଡିଆ ଭାଙ୍ଗି କରାଯାଏ ତେବେ ଘରୁ ସବୁ ନକରାତ୍ମକ ଊର୍ଜା ଦୂରେଇଯାଏ ସକରାତ୍ମକ ଊର୍ଜା ଭରିଯାଇଥାଏ , ପୁରା ବର୍ଷଟି ଆପଣଙ୍କର ଖୁସିରେ କଟିବ । ଘରେ କିମ୍ବା ମନ୍ଦିରରେ କେଉଁଠି ବି ହେଉ ନଡିଆ ଭାଙ୍ଗି ପାରିବେ ।

ତୃତୀୟ ଜିନିଷଟି ହେଉଛି ମୟୁର ର ପର । ଯଦି ଆପଣ ସବୁବେଳେ ଧନର ଅସୁବିଧାରେ ରହୁଛନ୍ତି ତେବେ ଏହି ନୂଆ ବର୍ଷ ଦିନ ଘରକୁ ମୟୁର ପର କିଣି ନେଇ ଆସନ୍ତୁ । ମନେ ରଖନ୍ତୁ କିଣିବା ସମୟରେ କୃଷ୍ଣଙ୍କ ନାମ ନିଶ୍ଚିତ ନେବେ , ତେବେ ଘରର ସବୁ କାମ ଭଲରେ ହୋଇଥାଏ ।

ଚତୁର୍ଥ ଜିନିଷ ହେଉଛି ମନି ପ୍ଳାଣ୍ଟ ବା ମନି ଟ୍ରି , ଏହି ନୂଆ ବର୍ଷ ଦିନ ଆପଣ ଘରକୁ ଏହି ବୃକ୍ଷ କିଣି ନେଇଆସନ୍ତୁ ଯେମିତି କି ମନି ପ୍ଳାଣ୍ଟ , ଅଶୋକ ପ୍ଳାଣ୍ଟ , କି କୌଣସି ବାସ୍ତୁ ପ୍ଳାଣ୍ଟ କିଣି ଘରକୁ ନେଇ ଆସିବେ । ଏହି ଗଛ ଘରକୁ ପଇସାକୁ ଆକର୍ଷିତ କରି ଟାଣି ଆଣିଥାଏ । ଯଦି ଆପଣ ଧନ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଏହି ଗଛ ନେଇ ଆସନ୍ତୁ । ଦେଖିବେ ଆପଣଙ୍କର ପୁରା ବର୍ଷଟି ଆନନ୍ଦର ସହ କଟିବ ।

ପଞ୍ଚମ ଜିନିଷଟି ହେଉଛି ଲାଫିଙ୍ଗ ବୁଦ୍ଧ । ବନ୍ଧୁଗଣ ଟଙ୍କା ପଇସା ଏମିତି ଜିନିଷ ହୋଇଥାଏ ଯାହାକୁ ମଣିଷ ସବୁବେଳେ ଚାହିଁଥାଏ । ନୂଆ ବର୍ଷ ଦିନ ଆପଣଙ୍କୁ କେହି ଯଦି ଲାଫିଙ୍ଗ ବୁଦ୍ଧର ଗିଫ୍ଟ ଦେଉଛନ୍ତି ଜାଣି ଯାଆନ୍ତୁ ଅପଣଙ୍କର ଭାଗ୍ୟ ପରିବର୍ତନ ହୋଇଗଲା ।

ଯେତେବେଳେ ଆପଣକୁ କେହି ଲାଫିଙ୍ଗ ବୁଦ୍ଧ ଗିଫ୍ଟ ଦେଇଥାଏ , ଯେଉଁ ଘରେ ଲାଫିଙ୍ଗ ବୁଦ୍ଧ ଥାଏ ସେହି ଘରେ ଧନର ଅଭାବ ହୋଇନଥାଏ । ତେବେ ବନ୍ଧୁଗଣ ନୂଆ ବର୍ଷରେ ଏହି ପାଞ୍ଚ ଗୋଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ଘରକୁ ନେଇ ଆସନ୍ତୁ , ପୁରା ବର୍ଷଟି ଘରେ ଧନର ଅଭାବ ରହିବ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ଲେଖାଟି ନିଶ୍ଚୟ ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *