Odia Jokes- ଜଣେ ବିଧବା ମହିଳା ପେନସନ ଫର୍ମ ଭରିବାକୁ ଗଲା…. ଅଧିକାରୀ- ଆପଣଙ୍କ ସ୍ଵାମୀଙ୍କୁ ମରିବାର କେତେ ଦିନ ହେଲାଣି ?

ବନ୍ଧୁଗଣ ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ନିଜର କାମ ଚିନ୍ତାକୁ ଦୂର କରି ଆପଣ କିଛି ମନୋରଞ୍ଜନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣଙ୍କ ମୁହଁରେ ହସ ଆଣିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଏହି ଓଡିଆ ଜୋକ୍ସକୁ ପଢିବା ପରେ ଆପଣ ମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

Joke-1

ବାପା- ପଢିବୁ ନାହିଁ ତ କଣ କରିବୁ …?

ପୁଅ- ବସ ଚଲେଇବି, ପୁଣି ନିଜର ବସ କରିବି,

ଆମ୍ବର ବଗିଚା କିଣିବି….ସ୍ତ୍ରୀ କୁ ପଢେଇବି, ତାକୁ କଲେକ୍ଟର ବନେଇବି

ତୁମ ନାଁ ରେ ହସପିଟାଲ ଖୋଲିବି ….

.

.

.

ବାପା ଚପଲ କାଢି କହିଲେ-

ତୁ ଆଜି ପୁଣି ସୂର୍ଯ୍ୟବଂଶମ ଦେଖିଛୁ….!!!

Joke-2

ପାଗଳଖାନାରେ ଏକ ଡାକ୍ତର ବୁଲି ବୁଲି ରୋଗୀଙ୍କୁ ଦେଖୁଥିଲା…

ଗୋଟିଏ ରୋଗୀ ପାଖରେ ସେ ପହଞ୍ଚିଲା,

ତ ସେହି ରୋଗୀ କହିଲା-

ଡକ୍ଟର ସାହାବ ଆପଣ ପୂର୍ବ ଡାକ୍ତରଙ୍କ ଠାରୁ ବହୁତ ଭଲ …

ଡାକ୍ତର ରୋଗୀ କଥା ଶୁଣି ଖୁସି ହେଲା-

କେମିତି ଲାଗିଲା କି ମୁଁ ଭଲ ବୋଲି…?

ରୋଗୀଟି ଉତ୍ସାହିତ ହୋଇ କହିଲା-

ଆପଣ ଆମ ସମସ୍ତଙ୍କ ପରି ହିଁ ଲାଗୁଛନ୍ତି …!!!

Joke-3

ପତ୍ନୀ (ଜଜ ଙ୍କୁ)- ଏବେ ମୁଁ ତାଙ୍କ ଠାରୁ ଆଉ କିଛି ଚାହୁଁନି …!!!

ବାସ ମତେ ସେ ସେହି ଅବସ୍ଥାରେ ଛାଡି ଦିଅନ୍ତୁ, ଯେଉଁ ଅବସ୍ଥାରେ ମୁଁ ତାଙ୍କୁ ମିଳିଥିଲି !

ଜଜ- ତୁମେ କେଉଁ ଅବସ୍ଥାରେ ମିଳିଥିଲ ?

ପତ୍ନୀ- ବିଧବା

ଜଜ ସାହାବ ବେହୋସ…!!!

Joke-4

ସାନ୍ତା- କାଲି ରାତିରେ ଜଣା ନାହିଁ ଆମ ପଡୋଶୀ କୁ କଣ ହେଲା

ଅଧା ରାତିରେ ଆସି ଆମ କବାଟକୁ ବାଡେଇ ବାକୁ ଲାଗିଲା….

ବାନ୍ତା- ଆଛା …ତ ପୁଣି ତୁ କଣ କଲୁ…?

ସାନ୍ତା- ମୁଁ ଆଉ କଣ କରିଥାନ୍ତି,

ମୁଁ ବି ମସ୍ତିରେ ତବଲା ବଜେଇବାକୁ ଲାଗିଲି

Joke-5

ସାନ୍ତା ସକାଳୁ ସକାଳୁ ଟିକେ ଆଧ୍ୟାତ୍ମିକ ହୋଇଗଲା ଓ ଆଖି ବନ୍ଦ କରି ଭାବିବାକୁ ଲାଗିଲା-

ମୁଁ କିଏ…?

କେଉଁଠୁ ଆସିଛି…?

କାହିଁକି ଆସିଛି…?

ସେତିକିବେଳେ କିଚେନ ରୁ ତାର ସ୍ତ୍ରୀ ର ଆବାଜ ଆସିଲା- ଏକ ନମ୍ବର ର ଅଳସୁଆ ତୁମେ, ଜଣା ନାହିଁ କେଉଁ ଦୁନିଆରୁ ଆସିଛ ମୋ ଭାଗ୍ୟ ଖରାପ କରିବା ପାଇଁ, ଉଠ ଆଉ ଗାଧେଇବାକୁ ଯାଅ …!!!

Joke-6

ପୁଅ- I Love You

ଝିଅ- ମୋ ପାଇଁ ଦାରୁ ଛାଡି ପାରିବ ?

ପୁଅ- ହଁ ହଁ, ବିଲକୁଲ ଛାଡି ଦେବି …

ଝିଅ- ଯେଉଁ ମଣିଷ ଦାରୁ ଛାଡି ପାରେ,

ସେ କାହାକୁ ବି ଛାଡିପାରେ…

Bye, and get lost !!

ପୁଅ ବେହୋସ

Joke-7

ଜଣେ ବିଧବା ମହିଳା ପେନସନ ଫର୍ମ ଭରିବାକୁ ଗଲା….

ଅଧିକାରୀ- ଆପଣଙ୍କ ସ୍ଵାମୀଙ୍କୁ ମରିବାର କେତେ ଦିନ ହେଲାଣି ?

ମହିଳା- ସିଏ ତ ଏବେ ଘରେ ଅଛନ୍ତି

ଅଧିକାରୀ- ତ ତୁମେ ଫର୍ମ କାହିଁକି ଭରୁଛ ?

ମହିଳା- ସାହାବ, ସରକାରୀ କାମରେ ସମୟ ତ ଲାଗେ ନା !

ଯେ ପର୍ଯ୍ୟନ୍ତ କାମ ହେବ, ସେତେବେଳକୁ ସେ ମାରି ଯାଇଥିବେ ….!!!

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *