କୋଭିଡ ରୋଗୀ ସଂସ୍ପର୍ଶରେ ଆସିଲେ କଣ କରିବେ ? Dr. Sanghamitra Patra

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି ।

ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ । ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ ।

କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ଯଦି ଆପଣ କେବେବି କୌଣସି କରୋନା ଆକ୍ରାନ୍ତ ରୋଗୀ ଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ଆପଣ କଣ କରିବେ । ଯଦି ଆପଣ କୌଣସି କରୋନା ସଂକ୍ରମିତ ରୋଗୀ ଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ପ୍ରଥମେ ନିଜର ଲକ୍ଷଣ ବିଷୟରେ ଧ୍ୟାନ ଦିଅନ୍ତୁ ଏବଂ ଡାକ୍ତର ଙ୍କ ପାଖରେ ନିଜର କୋଭିଡ ଟେଷ୍ଟ କରାନ୍ତୁ ।

ଯଦି ଆପଣ ଙ୍କ ରିପୋର୍ଟ ପଜିଟିଭ ଆସୁଛି ତେବେ ଆପଣ ଆଇସଲେସନ ରେ ରୁହନ୍ତୁ । ଉପଯୁକ୍ତ ଚିକିତ୍ସା କରାନ୍ତୁ । ବିଶ୍ରାମ ନିଅନ୍ତୁ । ପୋଷଣ ଏବଂ ଭିଟାମିନ ଯୁକ୍ତ ଖାଦ୍ୟର ସେବନ କରି ନିଜର ରୋଗ ପ୍ରତିରୋଧକ ଶକ୍ତି ର ବୃଦ୍ଧି କରାନ୍ତୁ । ବ୍ୟାୟାମ ଯୋଗ କରନ୍ତୁ ଏବଂ ୧୪ ଦିନ ପର୍ଯ୍ୟନ୍ତ ଆଇସଲେସନ ରେ ରୁହନ୍ତୁ ସାମାଜିକ ଦୂରତା ବଜାୟ ରଖନ୍ତୁ ।  ତେବେ ଯଦି ରିପୋର୍ଟ ନେଗେଟିଭ ଆସେ ତେବେ ମଧ୍ୟ ନିଜର ସଠିକ ଭାବରେ ଯତ୍ନ ନିଅନ୍ତୁ । ଏହା ଛଡା ସଠିକ ସମୟରେ ଭ୍ୟାକ୍ସିନ ନିଅନ୍ତୁ ସୁରକ୍ଷିତ ରୁହନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *