ରାଶି କହିବ ଆପଣଙ୍କ ମଧ୍ୟରେ କଣ ରହିଛି ଅଭାବ, ଜାଣନ୍ତୁ କଣ ଅଟେ ଆପଣଙ୍କର ସବୁଠୁ ବଡ କମଜୋରି

ଯେବେ କୌଣସି ପିଲା ଜନ୍ମ ହୋଇଥାଏ ତେବେ ତାହାର ଜନ୍ମ ତାରିଖ , ସମୟ ଓ ଗ୍ରହର ସ୍ଥିତି ଦେଖି ତାଙ୍କର ରାଶି ନିର୍ଦ୍ଧାରିତ କରାଯାଇଥାଏ , ଏହି ରାଶି ମାଧ୍ୟମରେ ଆମେ ତାର ସ୍ଵଭାବ ମଧ୍ୟ ଜାଣିପାରିବା , ଜ୍ୟୋତିଷ ଶାସ୍ତ୍ରରେ ଏହି କଥା ସବୁଠୁ ମଜାଳିଆ ଓ ମନକୁ ଛୁଇଁଲା ଭଲି ହୋଇଥାଏ । ଏହା ଆପଣଙ୍କ ଭିତରେ ଥିବା ସବୁ କ୍ଵାଲିଟି ଓ ଅଭାବ ଦୁଇଟି ଯାକ କହି ପାରେ , ଆଜି ଆମେ ରାଶି ଅନୁସାରେ ଆପଣଙ୍କ ଭିତରର ଅଭାବ ବିଷୟରେ ଜାଣିବା ।

ମେଷ ରାଶି

ଏହି ରାଶିର ଲୋକେ ଅଧିକ ସ୍ଵାର୍ଥୀ ସ୍ଵବାଭର ହୋଇଥାନ୍ତି , ଏମାନେ କେବଳ ଓ କେବଳ ନିଜ ବିଷୟରେ ଭାବି ଥାଆନ୍ତି , ଏମାନେ ମୁହଁ ଖୋଲା ସ୍ଵଭାବର ହୋଇଥାନ୍ତି , ମାନେ ଏମାନଙ୍କୁ ଯଦି କିଛି କଥା ପସନ୍ଦ ନ ଆସେ ସିଧା ମୁହଁ ଉପରେ ମନା କରନ୍ତି , ଏମାନେ ଦେଖନ୍ତି ନାହିଁ କି ସାମ୍ନା ବାଲାକୁ କିପରି ଲାଗିବ ।

ବୃଷ ରାଶି

ଏହି ରାଶିର ଲୋକେ ବହୁତ ଜିଦ୍ଦି ସ୍ୱଭାବର ହୋଇଥାଆନ୍ତି , ଏହା ସହିତ ହିଁ ତାଙ୍କର ମୁଡ ବଡ଼ ହିଁ କଠୋର ହୋଇଥାଏ , ଏମାନେ ଯଦି କୌଣସି ବିଷୟରେ ନିଜ ମନରେ ସ୍ଥିର କରି ଦିଅନ୍ତି ତେବେ ତାହାକୁ ବଦଳାଇବାକୁ ବହୁତ ସମୟ ଲାଗେ । ଆପଣ ତାଙ୍କ ଆଗରେ ଯେତେ ହାତ ଗୋଡ ଯୋଡିଲେ ମଧ୍ୟ ,ତାଙ୍କୁ ଯେଉଁ କାମ ପସନ୍ଦ ନୁହେଁ ସେ କରନ୍ତି ନାହିଁ ।

ମିଥୁନ ରାଶି

ଏମାନେ ସମୟ ପ୍ରତି ଅଧିକ ଖାମଖିୟାଲି ହୋଇଥାନ୍ତି , ଏମାନେ କେଉଁଠି ମଧ୍ୟ ଠିକ ସମୟରେ ପହଞ୍ଚି ପାରି ନଥାନ୍ତି , ଏମାନେ ସବୁବେଳେ ଅନ୍ୟମନସ୍କ ରହିଥାନ୍ତି , ଏହି କାରଣ ପାଇଁ ସେ ଗୋଟିଏ ଲାଇଫ ପାର୍ଟନର ଓ ଗୋଟିଏ ଚାକିରି ବା ଗୋଟିଏ ସ୍ଥାନରେ ସଚ୍ଚୋଟ ରୁହନ୍ତି ନାହିଁ , ଏମାନଙ୍କ ମୁଣ୍ଡ ଖରାପ ହୋଇଗଲେ ଏମାନେ କିଛି ବି କରି ପାରନ୍ତି ।

କର୍କଟ ରାଶି

ଏମାନେ ନିରାଶ ବାଦୀ ଲୋକ ହୋଇଥାନ୍ତି , ଏହାର ଗୋଟେ କାରଣ ଏମାନେ ଅଧିକ ସଂବେଦନଶୀଳ ହୋଇଥାନ୍ତି , ଏମାନଙ୍କ ମନରେ ସବୁବେଳେ ଗୋଟିଏ ଡର ରହିଥାଏ, ଏମାନେ ବହୁତ ଶୀଘ୍ର ଦୁଃଖୀ ହୋଇଯାଆନ୍ତି , ଏମାନେ ତାଙ୍କ ନିଜର ମନ ଉପରେ କାବୁ ରଖନ୍ତି ନାହିଁ , ଏମାନଙ୍କୁ ରାଗ ମଧ୍ୟ ଶୀଘ୍ର ଆସିଥାଏ ।

ସିଂହ ରାଶି

ଏମାନେ ଅଧିକ ଖର୍ଚ୍ଚି ହୋଇଥାନ୍ତି , ସେଭିଂ କରିବାରେ ବହୁତ କମ ବିଶ୍ୱାସ କରିଥାନ୍ତି , ନିଜ ଦାୟିତ୍ୱକୁ ନେଇ ଏମାନେ ବହୁତ ଖାମଖିୟାଲି ହୋଇଥାନ୍ତି , ଏମାନେ ବିନା କିଛି ଭାବି ଚିନ୍ତି ଓ ପ୍ଲାନିଗ କରି ନିଜର ଲାଇଫ ବଞ୍ଚି ଥାଆନ୍ତି ।

କନ୍ୟା ରାଶି

ଏହି ଲୋକଙ୍କର ସବୁଠୁ ବଡ କମି ହେଉଛି କି ଏମାନଙ୍କୁ ନିଜ ଭିତରେ କିଛି କମି ନଜର ହିଁ ଆସି ନଥାଏ , ଏମାନେ ନିଜ ଖରାପ ଗୁଣ ବିଷୟରେ କିଛି ଶୁଣନ୍ତି ନାହିଁ , ଯଦି ଆପଣ ତାଙ୍କର ଆଲୋଚନା କରନ୍ତି ତେବେ ଏମାନେ ରାଗି ଯାଆନ୍ତି , ଏମାନେ ତାଙ୍କ ମନର କଥା କାହାକୁ ସେୟାର କରନ୍ତି ନାହିଁ ।

ତୁଳା ରାଶି

ଏମାନେ ବହୁତ ଅଳସୁଆ ହୋଇଥାନ୍ତି , ଏମାନେ ମୁଣ୍ଡରେ ବେକାର କଥା ଭାବିଥନ୍ତି , କିନ୍ତୁ ଯେବେ ପରିଶ୍ରମ କରିବାର ସମୟ ଆସେ ତେବେ ଅଳସୁଆ ହୋଇଥାନ୍ତି , ଠିକ୍ ସମୟରେ ଠିକ୍ ନିର୍ଣ୍ଣୟ ନେବା ସମୟରେ ମଧ୍ୟ ଏମାନେ ପଛରେ ଥାଆନ୍ତି ।

ବିଛା ରାଶି

ଏମାନଙ୍କ ଭିତରେ ପ୍ରତିଶୋଧ ନେବାର ଭାବନା ଅଧିକ ଥାଏ , ଏମାନେ ସହଜରେ କାହାକୁ କ୍ଷମା କରନ୍ତି ନାହିଁ , ଏମାନଙ୍କୁ ନିଜ ବିଷୟରେ ଖରାପ କଥା ଶୁଣିବା ପସନ୍ଦ ନୁହେଁ, ଏମାନେ କଟୁ ସତ୍ୟ ସହି ପାରନ୍ତି ନାହିଁ , ଏମାନଙ୍କର ଶତ୍ରୁ ଅଧିକ ଥାଆନ୍ତି ।

ଧନୁ ରାଶି

ଏମାନେ ନିଜ ପରିବାରର ଦାୟିତ୍ଵକୁ ଠିକ ସେ ନିଅନ୍ତି ନାହିଁ , ଏମାନଙ୍କର ନିଜ ଲୋକଙ୍କ ସହିତ କିଛି ଖାସ୍ ମେଳ ହୋଇନଥାଏ , ଏମାନେ ସ୍ୱାର୍ଥପର ହୋଇଥାନ୍ତି , ସଦାବେଳେ କେବଳ ନିଜ କଥା ହିଁ ଭାବି ଥାଆନ୍ତି ।

ମକର ରାଶି

ଏମାନେ ନିଜ ପ୍ରଶଂସା ପାଇବାକୁ ତରସୁ ଥାଆନ୍ତି , ଏମାନଙ୍କ କାନ ନିଜ ପ୍ରଶଂସା ଶୁଣିବା ପାଇଁ ଅନେଇ ଥାଏ , ଏମାନେ ନିଜର ଖରାପ କଥା ଶୁଣି ପାରନ୍ତି ନାହିଁ , ଯଦି କିଏ ଖରାପ କଥା କୁହେ ତାଙ୍କ ସହ କଳି କରିଥାନ୍ତି ।

କୁମ୍ଭ ରାଶି

ଏହି ବ୍ୟକ୍ତି କେବେ ଜଣଙ୍କ ସହିତ ନିଜର ପୁରା ଜୀବନ ବିତେଇ ପାରନ୍ତି ନାହିଁ , ଏମାନେ ସବୁବେଳେ ନିଜ ପାଇଁ ନୁଆ ସାଥୀ ଖୋଜି ଥାଆନ୍ତି , ଓ ନିଜ ପାର୍ଟନର ଙ୍କ ଠାରୁ ଶୀଘ୍ର ବୋର ହୋଇଥାନ୍ତି ।

ମୀନ ରାଶି

ଏମାନେ ନିଜ ସମସ୍ୟାକୁ ସାମ୍ନା କରି ପାରନ୍ତି ନାହିଁ ,ଏମାନଙ୍କର ଦୁନିଆକୁ ଦେଖିବାର ନଜର ପଜିଟିଭ ହୋଇଥାଏ , ଏମାନେ ନିଜର ଗୋଟେ ମିଛ ଓ କାଳ୍ପନିକ ଦୁନିଆରେ ବଞ୍ଚିବା ପସନ୍ଦ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *