ସତର୍କ ରୁହନ୍ତୁ ! ଓଡିଶାକୁ ଆଜି ପୁଣି ମାଡି ଆସୁଛି ବାତ୍ୟା, ଜାଣନ୍ତୁ କାହିଁକି ସବୁବେଳେ Odisha ରେ ହିଁ ମାଡ ହେଉଛି ବାତ୍ୟା (Cyclone-Prone State)

ବନ୍ଧୁଗଣ, ପ୍ରାକୃତିକ ବିପର୍ଯ୍ୟୟ ର ଆମ୍ଭେ କେତେବେଳେ ମୁଖପାତ୍ର ହେବୁ ତାହା ପୂର୍ବରୁ ନିର୍ଦ୍ଧାରିତ ନଥାଏ । ପୁଣିଥରେ ଓଡିଶା କୁ ମାଡି ଆସୁଅଛି ବାତ୍ୟା । ଏହା ଜାଣି ଭୟ କରିଲେଣି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ । ଆତଙ୍କିତ ଅବସ୍ଥାରେ କଟୁଛି ଦିନ । ଅକ୍ଟୋବର ମାସ ଯେତିକି ପାଖେଇ ଆସୁଛି ଉପକୂଳ ବର୍ତ୍ତୀ ଅଞ୍ଚଳର ଲୋକଙ୍କର ସେତିକି ଚିନ୍ତା ବଢୁଅଛି । ମାତ୍ର ପ୍ରତିବର୍ଷ ଏହି ବାତ୍ୟା ମା-ଡ-ରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ ନାନା ପ୍ରାକାରର ସମସ୍ୟା ର ସମୁଖୀନ ହେଉଛନ୍ତି । ଆସନ୍ତୁ ଜାଣିବା କାହିଁକି ଓଡିଶା ମୁହାଁ ହେଉଅଛି ବାତ୍ୟା ?

ବଙ୍ଗୋପ ସାଗରରେ ଉଠିଥିବା ଅବପାତ ଧୀରେ ଧୀରେ ବାତ୍ୟା ର ରୂପ ନେବାକୁ ଯାଉଅଛି । ଏହା ବାତ୍ୟା ରେ ପରିଣତ ହେବା ପରେ ସ୍ଥଳ ଭାଗ ଛୁଇଁପାରେ ବୋଲି ଭାରତୀୟ ପାଣି ପାଗ ବିଭାଗ ମହା ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ୨୦୧୯ ରେ ଫନି, ୨୦୨୦ ରେ ଅଫନ, ଏବଂ ଚଳିତ ବର୍ଷ ମଇ ମାସ ୨୬ ରେ ଓଡିଶା ମୁହାଁ ହୋଇଥିଲା ସାମୁଦ୍ରିକ ଝଡ କ୍ୟାସ ।

ସୂଚନା ଅନୁଯାୟୀ ଲଗାତାର ୩ ବର୍ଷ ଧରି ଓଡିଶା ଭୟଙ୍କର ସାମୁଦ୍ରିକ ଘୁର୍ମିଝଡର ପ୍ରକୋପ କୁ ସାମ୍ନା କରୁଅଛି । କିନ୍ତୁ ଯଦି ଭାରତର ପୂର୍ବ ତଥା ପଶ୍ଚିମ ତଟ କୁ ଦେଖିବା ତେବେ ପ୍ରତିବର୍ଷ ଏକାଧିକ ବାତ୍ୟା ଆସୁଅଛି । କେଉଁଠାରେ ଏହା ଭୟଙ୍କର ତ ଆଉ କେଉଁଠାରେ ଏହା ଅତି ଭୟଙ୍କର ର ରୂପ ନେଉଅଛି । କିନ୍ତୁ ମନରେ ପ୍ରଶ୍ନ ଆସୁଅଛି ଯେ କାହିଁକି ବାରମ୍ବାର ବଂଗୋପ ସାଗରରେ ସୃଷ୍ଟି ହେଉଅଛି ବାତ୍ୟା ?

ଅକ୍ଟୋବର ରେ ଆସିଥିବା ୧୯୯୯ ମହାବାତ୍ୟା, ଫାଇଲିନ, ହୁଡହୁଡ ହେଉ ଅଥବା ମଇ ମାସରେ ଆସିଥିବା ଫନି, ଅମ୍ଫନ ଓଡିଶା କୁ ପ୍ରାଏ ପ୍ରତ୍ୟକ ବର୍ଷ ପ୍ରଭାବିତ କରୁଛନ୍ତି ଏହି ବଡ ବଡ ବାତ୍ୟା । ମାତ୍ର ଲଗାତାର ଭାବରେ ଏଭଳି କଣ ପାଇଁ ବଙ୍ଗୋପ ସାଗରରେ ସାମୁଦ୍ରିକ ଝଡ ହେଉଅଛି ? ଓଡିଶା କୁ ବ୍ୟାସ ଆସିବାର କିଛି ଦିନ ପୂର୍ବରୁ ହିଁ କଙ୍କଣ ସ୍ଵରାଷ୍ଟ୍ର ତଟରେ ଭୀଷଣ ତାଣ୍ଡବ ରଚିଥିଲା । କୁହାଯାଉଅଛି ଯେ ଯେଉଁଭଳି ଭାବରେ ଜଳବାୟୁ ପରିବର୍ତ୍ତନ ହେଉଅଛି ସେହିଭଳି ଭାବରେ ଏହି ଦୁର୍ବିପାକ ଘଟଣା ଘଟୁଅଛି ।

ବଙ୍ଗୋପ ସାଗରରେ ଆରଣ ସାଗରର ବାତ୍ୟା ସମୁଦ୍ରତଟ ନିକଟବର୍ତ୍ତୀ ହେଲା ବେଳକୁ ମନ୍ଥର ହୋଇଯାଉଅଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ ଦିନ ଅଧିକ ବାତ୍ୟା ହେଉଅଛି ତଥା ପ୍ରାଏ ସ୍ୱଳ୍ପ ତଥା ମଧ୍ୟମ ଧରଣର ବର୍ଷା ହେଉଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଅଛି । ଅତି ଭୀଷଣ ସାମୁଦ୍ରିକ ଝଡା ସମୁଦ୍ରରେ ଗତି କରିଲା ବେଳେ ଅତ୍ୟଧିକ ଜଳୀୟ ବାଷ୍ପ ସମୁଦ୍ରରେ ସଂଗ୍ରହ କରିଥିଲା ଏଣୁ ଉପକୂଳ ରେ ଅଧିକ ବର୍ଷା ହେଲା । ମାତ୍ର ପୁଣିଥରେ ଏହିଭଳି ସ୍ଥିତି ଉପୁଜିଥିବାରୁ ଏହି ସମୟରେ ପବନ ର ବେଗ ଘଣ୍ଟା ପ୍ରତି ୬୫ ରୁ ୭୫ କିମି ରହିବ । ବନ୍ଧୁଗଣ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ଉପରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *