Chanakya Niti- ଯାହାର ନିଦ ଭୋର 3 ଟା ରୁ 5 ଟା ଭିତରେ ଭାଙ୍ଗିଯାଏ ସେମାନେ ଏହାକୁ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏହି ନୀତି ଗ୍ରନ୍ଥ ରେ ଅନେକ ମହତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ ନିଦ ପ୍ରାତଃ ସମୟ ୩ ଟା ରୁ ୫ ଟା ମଧ୍ୟରେ ଭାଂଗିଥାଏ । ଏପରି କାହିଁକି ହୁଏ ସେହି ସମ୍ବନ୍ଧରେ ମଧ୍ୟ ସେମାନେ ଜାଣି ନଥାନ୍ତି ।

କିନ୍ତୁ ଚାଣକ୍ୟ ଙ୍କ ନୀତି ରେ ଏହି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଯଦି ଆପଣଙ୍କ ନିଦ ଅଧ୍ୟ ପ୍ରାତଃ କାଳ ୩ଟା ରୁ ୫ଟା ମଧ୍ୟରେ ଭାଙ୍ଗୁଛି ତେବେ ଏହାକୁ ନିଶ୍ଚିତ ଦେଖନ୍ତୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ବ୍ରହ୍ମ ମୁହୂର୍ତ୍ତ ସମ୍ବନ୍ଧରେ ତ ନିଶ୍ଚିତ ଭାବରେ ଶୁଣିଥିବେ । ସୂର୍ଯ୍ୟ ଉଦୟ ର ୨ଘଣ୍ଟା ପୂର୍ବ ର ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ । ଏହି ସୃଷ୍ଟି ର ରଚନା ବ୍ରହ୍ମ ଦେବ କରିଥିଲେ ଏବଂ ସୃଷ୍ଟି ର ରଚନା ବ୍ରହ୍ମ ମୁହୂର୍ତ୍ତରେ ହୋଇଥିଲା ।

 

ତେଣୁ ଯଦି କୌଣସି ବ୍ୟକ୍ତି ର ନିଦ ରାତି ୩ ଟା ରୁ ୫ଟା ମଧ୍ୟରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣଙ୍କ ମଧ୍ୟରେ ଈଶ୍ୱର ଙ୍କ ଶକ୍ତି ବିଦ୍ୟମାନ ରହିଛି ଏବଂ ଈଶ୍ୱର ଆପଣଙ୍କୁ ଏହି ସଂକେତ ପ୍ରଦାନ କରିବାକୁ ଚାହୁଁଛନ୍ତି । ଏହି ସମୟରେ ଯେଉଁ ବ୍ୟକ୍ତି ର ନିଦ ଭାଂଗିଥାଏ । ସେ ନିଜ ମଧ୍ୟରେ ସ୍ୱୟଂ ଭଗବାନ କୁ ଅନୁଭବ କରିଥାଏ ।

ବର୍ତ୍ତମାନ ର ବ୍ୟସ୍ତତା ଭରା ଜୀବନ ରେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଅସମ୍ଭବ ହୋଇ ଯାଇଛି । କିଛି ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଏହି ସମୟରେ ଉଠି ପାରନ୍ତି ନାହିଁ । ଯେଉଁ ବ୍ୟକ୍ତି ର ନିଦ ଏହି ସମୟରେ ଭାଂଗିଥାଏ ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ । ଏହି ସମୟ ଈଶ୍ୱରଙ୍କ ସମୟ ହୋଇଥାଏ । ଏହି ସମୟର ବାତାବରଣ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଏ ଏବଂ ଯେଉଁ ବ୍ୟକ୍ତି ର ଏହି ସମୟରେ ନିଦ୍ରା ଭଙ୍ଗ ହୋଇଥାଏ, ସେହି ବ୍ୟକ୍ତି ମଧ୍ୟରେ ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ବିନାଶ ଘଟିଥାଏ ଏବଂ ସକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ ।

ଏହା ସହିତ ଏହି ସମୟରେ ନିଦ ଭାଙ୍ଗିବା ଦ୍ଵାରା ବ୍ୟକ୍ତି ମଧ୍ୟରେ ଏକ ଶୁଭ ଓ ସୁନ୍ଦର ବିଚାର ର ଗଠନ ହୋଇଥାଏ । ଏହି ସମୟରେ ସ୍ୱୟଂ ଈଶ୍ୱର ପୃଥିବୀ ପୃଷ୍ଠ କୁ ଆସିଥାନ୍ତି । ତେଣୁ ରାତିର ୩ଟା ରୁ ୫ଟା ମଧ୍ୟରେ ଯେଉଁ ବ୍ୟକ୍ତି ର ନିଦ ଭାଂଗିଥାଏ ସେ ଅଵଶ୍ୟ ଈଶ୍ୱର ଙ୍କ ଆରାଧନା ଏବଂ ପ୍ରାର୍ଥନା କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *