ଜାଦୁ, କାଛୁ ଭଳି କୁଣ୍ଡିଆଣ ସମସ୍ଯା ପାଇଁ ଚିନ୍ତିତ ! ମାତ୍ର 2 ଦିନରେ ସ୍କିନରୁ ଦୂର କରିବ ସବୁ ସ୍କିନ ପ୍ରୋବ୍ଲେମ ! Skin care tips

ଋତୁ ପରିବର୍ତ୍ତନ କାରଣରୁ ଆମ ସମସ୍ତଙ୍କ ସ୍କିନରେ ଅନେକ ପ୍ରକାର ସ୍କିନ ପ୍ରୋବ୍ଲେମ ଦେଖିବାକୁ ମିଳିଥାଏ । ଯେପରି ଜାଦୁ, କାଛୁ ଓ କୁଣ୍ଡିଆଣ ଭଳି ସମସ୍ଯା ଦେଖା ଦେଇଥାଏ । ଯାହାକୁ ଠିକ କରିବା ପାଇଁ ଅନେକ ପ୍ରକାର ଔଷଧର ସେବନ ମଧ୍ୟ ଅନେକ କରିଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏକ ବହୁତ ଭଲ ଦେଶୀ ନୁସକା ବିଷୟରେ ଏଠାରେ କହିବାକୁ ଯାଉଛୁ । ଯାହା ଆପଣଙ୍କର ଚର୍ମ ସହ ଜଡିତ କୌଣସି ପ୍ରକାର ସମସ୍ଯାକୁ ବହୁତ ଶୀଘ୍ର ଭଲ କରିଦେଇଥାଏ ।

ଏହି ଉପଚାର ପ୍ରସ୍ତୁତ ପାଇଁ ଆପଣଙ୍କୁ ପ୍ରଥମେ ଖଣ୍ଡେ ଆଲୋଭେରାର ଆବଶ୍ୟକତା ପଡିବ । ଆପଣ ଏଥିପାଇଁ ଆଲୋଭେରାର ଉପର ଅଂଶର ଚୋପାକୁ ଛଡାଇ ତାହା ମଧ୍ୟରେ ଥିବା 2 ରୁ 3 ଚାମଚ ଜେଲ୍ ବାହାର କରନ୍ତୁ । ଦିତୀୟରେ ଆପଣଙ୍କୁ ନୀମ ପେଷ୍ଟର ଆବଶ୍ୟକତା ପଡିବ । ନୀମ ପେଷ୍ଟ ପାଇଁ ଆପଣ କିଛି ନୀମ ପତ୍ର ଆଣି ତାହାକୁ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ ।

ତାପରେ ସେଥିରେ 1 ରୁ 2 ଚାମଚ ଭଳି ଦରକାର ମୁତାବକ ପାଣି ଦେଇ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଆପଣଙ୍କର ନୀମର ପେଷ୍ଟ ପ୍ରସ୍ତୁତ ହୋଇଯିବ । ଏହାପରେ ଗୋଟିଏ ପାତ୍ରରେ 1 ରୁ 2 ଚାମଚ ନୀମ ପେଷ୍ଟ ସହ 2 ଚାମଚ ଆଲୋଭେରା ରସକୁ ମିଶାନ୍ତୁ । ଏହାପରେ ଗୋଟିଏରୁ ଦୁଇଟି କର୍ପୁର ଆଣି ତାହାକୁ ଗୁଣ୍ଡ କରି ସେଥିରେ ମିଶାନ୍ତୁ । ଯେଉଁ ସ୍ଥାନରେ ଆପଣଙ୍କର ଜାଦୁ, କୁଣ୍ଡିଆ ବା କୌଣସି ପ୍ରକାର ଚର୍ମ ସମସ୍ଯା ହେଇଥାଉ । ସେହି ସ୍ଥାନରେ ପ୍ରସ୍ତୁତ କରିଥିବା ଏହି ପେଷ୍ଟକୁ ନେଇ ଲଗାନ୍ତୁ ।

ହେଲେ ସେହି ସ୍ଥାନରେ ପ୍ରଥମେ ଚାମଚ ସାହାଜ୍ଯରେ କିଛି ପେଷ୍ଟ ସେଠାରେ ପକାଇ ତାହାକୁ ତୁଳା ମାଧ୍ୟମରେ ଭଲରେ ସ୍କିନରେ ଲଗାଇ ଦିଅନ୍ତୁ । ଏହାକୁ ଲଗାଇବାର କିଛି ସମୟ ପରେ ଆପଣଙ୍କୁ ବହୁତ ଆରାମ ସେଥିରୁ ମିଳିଥାଏ । ଏଥିସହ ତାହା ଶୁଖିଗଲା ପରେ ପାଣି ସହାୟତାରେ ଭଲ ଭାବେ ତାହାକୁ ଧୋଇ ଦିଅନ୍ତୁ ।

ଏହାର କିଛି ଦିନ ବ୍ୟବହାର କରିବା ପରେ ଏଥିରୁ ବହୁତ ଭଲ ରେଜଲ୍ଟ ଆପଣଙ୍କ ସ୍କିନରେ ଦେଖିବାକୁ ମିଳିବ। ଆପଣଙ୍କ ସ୍କିନରେ ହେଉଥିବା କୌଣସି ପ୍ରକାର ସ୍କିନ ସହ ଜଡିତ ପ୍ରୋବ୍ଲେମ ମଧ୍ୟ ଦୂର ହୋଇଯିବ । ଏହି ଉପଚାର ଦ୍ଵାରା କୌଣସି ପ୍ରକାର କ୍ଷତି ମଧ୍ୟ ଆପଣଙ୍କ ସ୍କିନରେ ଦେଖିବାକୁ ମିଳିବନି ।

ଏଥିସହ ଯଦି ଆପଣଙ୍କର କୌଣସି ପ୍ରକାର ସ୍କିନ ଇନଫେକସନ ହୋଇଥାଏ । ତାହା ଭଲ ନହୋଇବା ପର୍ଯ୍ୟନ୍ତ ସ୍କିନରେ କୌଣସି ପ୍ରକାର ସାବୁନ, ବଡିୱାଶ ବା କିଛି ବି କେମିକାଲ ଜିନିଷ ଲଗାନ୍ତୁ ନାହିଁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ  

Leave a Reply

Your email address will not be published. Required fields are marked *