ବେଲ ଗଛ ଘରର କେଉଁ ସ୍ଥାନରେ ରହିଲେ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ ? କେଉଁଠାରେ ରହିଲେ ଘରର ସର୍ବନାଶ ! Vastu tips

ବେଲ ବୃକ୍ଷ ଏକ ଦୁର୍ଲଭ ବୃକ୍ଷ ଅଟେ । ଏହି ବେଲ ବୃକ୍ଷ ସମସ୍ତ ଦେବଦେବୀଙ୍କର ପ୍ରିୟ ହେବ ସହିତ ଭଗବାନ ଭୋଳାନାଥଙ୍କର ବହୁତ ଅଧିକ ପ୍ରିୟର ବୃକ୍ଷ ହୋଇଥାଏ । ସେଥିପାଇଁ ତ ଭଗବାନ ଭୋଳାଶଙ୍କରକୁ ବେଲପତ୍ର ଅର୍ପଣ କରାଯାଇଥାଏ । ପୁରାଣ ଶାସ୍ତ୍ର ଅନୁଯାଇ ମାତା ଲକ୍ଷ୍ମୀଙ୍କର ଅଂଶରୁ ବେଲ ବୃକ୍ଷର ସୃଷ୍ଟି ହୋଇଥାଏ । ତେବେ ବେଲ ବୃକ୍ଷ ଗୃହର କେଉଁ ସ୍ଥାନରେ ଲଗାଇବାକୁ ଅତ୍ୟନ୍ତ ଶୁଭ ମନା ଯାଇଥାଏ ?

ଏଥିସହ ବେଲ ବୃକ୍ଷ ସମ୍ବଦ୍ଧିତ କିଛି ମହତ୍ଵପୂର୍ଣ୍ଣ କଥାମାନ ବିଷୟରେ ଆମେ ଏଠାରେ ଆପଣଙ୍କୁ କହିବାକୁ ଯାଉଛୁ । 1- ବେଲ ବୃକ୍ଷରେ ଶିବ ଓ ଶକ୍ତିଙ୍କର ବାସ ହୋଇଥାଏ । ବେଲବୃକ୍ଷର ତ୍ରିଶାଖାରେ ତ୍ରିଦେବ ବସ କରିଥାନ୍ତି । ତେଣୁ ବେଲ ବୃକ୍ଷ ମୂଳରେ ସ୍ନାନ ସାରି ପାଣି ଦେବା ଦ୍ଵାରା କୋଟି ପୂଣ୍ୟ ମିଳିଥାଏ । 2- ବେଲ ପତ୍ରରେ ଚନ୍ଦନ ଲଗାଇ ପ୍ରଭୁ ଭୋଳାଶଙ୍କର ବା ଦେବୀ ମା’ ଙ୍କୁ ଅର୍ପଣ କରିବା ଦ୍ଵାରା ବହୁତ ଶୁଭ ହୋଇଥାଏ ।

ଏଥିସହ ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । 3- ବେଲ ଗଛର କାଠିକୁ ଘୋରି ପ୍ରଭୁ ମହାଦେବଙ୍କୁ ଲଗାଇଲେ ଅନେକ ପୂଣ୍ୟଫଳ ପ୍ରାପ୍ତି ବ୍ୟକ୍ତିକୁ ହୋଇଥାଏ । ଏଥିସହ ସେହି ଚନ୍ଦନକୁ ନିଜ ମଥାରେ ମଧ୍ୟ ତିଳକ କରି ଲଗାଇବା ଉଚିତ ।

4- ସୋମବାର ଦିନ ବା ଚତୁର୍ଦ୍ଧଶୀ ଦିନ ବେଲ ଗଛ ମୂଳରେ ଦୀପ, ଧୂପ, ଭୋଗ ଓ ପଣା ଆଦି ପୂଜା କରି ବେଲଗଛକୁ ଅର୍ପଣ କରନ୍ତୁ । ଏଥିସହ ବେଲ ଗଛର ଚେର ଆଣି ଲାଲ ସୂତାରେ ଗୁନ୍ଥି ନିଜ ବେକରେ ଧାରଣ କରିଲେ । ଅନେକ ନକରାତ୍ମକ ଶକ୍ତିରୁ ବ୍ୟକ୍ତି ଦୂରରେ ରହିଥାଏ । ଏଥିସହ ବିବାହରେ ବିଳମ୍ବ ହେଉଥିବା ଲୋକଙ୍କୁ ନିଜ ବେକରେ ବେଲଗଛର ଚେର ଅବଶ୍ୟ ଧାରଣ କରିବା ଉଚିତ ।

ଯାହା ଦ୍ଵାରା ସେମାନଙ୍କର ବିବାହ ଯୋଗ ଫିଟିବା ସହ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖରେ କଟିଥାଏ । ଏଥିସହ ସନ୍ତାନ ସନ୍ତତି ହେବାରେ କୌଣସି ଅସୁବିଧା ହୋଇନଥାଏ । 5- ବେଲ ଗଛ ଏକ ଏଭଳି ଦିବ୍ୟ ବୃକ୍ଷ ଅଟେ । ଯାହାକି ଘରର ଯେଉଁ ସ୍ଥାନରେ ରହିଲେ ମଧ୍ୟ ଏହା ଘର ପାଇଁ ଶୁଭ ହୋଇଥାଏ । ଏଥିସହ ବେଲ ଗଛର ଛାଇ ଘର ଉପରେ ପଡିବା ଦ୍ଵାରା ଘରର ଉନ୍ନତି ହୋଇଥାଏ ।

ଏଥିସହ ଘର ପାଇଁ ଏହା ବହୁତ ମଙ୍ଗଳମୟ ମଧ୍ୟ ହୋଇଥାଏ । ଏଥିସହ ଘର ଉପରେ କୌଣସି କୁ ପ୍ରଭାବ ପଡିବାକୁ ମଧ୍ୟ ଦେଇନଥାଏ । ଘରର ଉତ୍ତର ବା ଉତ୍ତର ପୂର୍ବରେ ବେଲ ଗଛ ରହିଲେ । ଘରର ଆର୍ଥିକ ଅବସ୍ଥା ଭଲ ରହିଥାଏ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *