ଯଦି କେବେ ବାଟରେ ଦେଖୁଛନ୍ତି କୌଣସି ଶବ ଯାତ୍ରା ତେବେ ନିଶ୍ଚିତ କରନ୍ତୁ ଏହି ୪ଟି କାମ, ମିଳିବ ଲାଭ

ମନୁଷ୍ୟ ମୃତ୍ୟୁ ପରେ ଏକ ଆତ୍ମା ମାନେ ଭଗବାନଙ୍କ ରୂପ ନେଇଯାଏ । ଶ୍ରୀମଦ ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ବି କହିଛନ୍ତି କି ମନୁଷ୍ୟର ଶରୀରର ନଶ୍ଵର ଅଟେ । କେବଳ ଆତ୍ମା ଅମର ଅଟେ ଓ ଯିଏ ଜନ୍ମ ନେଇଥାଏ । ତାହାର ମୃତ୍ୟୁ ଅବଶ୍ୟ ହେବ । କିନ୍ତୁ ଆଜି ଆମେ ଶବ ଯାତ୍ରାକୁ ନେଇ କିଛି ବିଶେଷ କଥା ଆପଣଙ୍କୁ କହିବୁ । କହିବାକୁ ଗଲେ ଯଦି କୌଣସି ଶବ ଯାତ୍ରା ଆପଣଙ୍କୁ ଦେଖାଯାଏ ତେବେ ଆପଣଙ୍କୁ ଏହି ୪ଟି ଶୁଭ କାମ ନିଶ୍ଚିତ କରିବା ଉଚିତ ।

ଶବ ଯାତ୍ରା ଦେଖିଲେ ନିଶ୍ଚିତ କରନ୍ତୁ ଏହି କାମ :

·    ଯଦି କୌଣସି ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତିର ଅନ୍ତିମ ଯାତ୍ରାରେ ସାମିଲ ହୋଇଥାଏ ଓ ଶବକୁ କାନ୍ଧ ଦେଇଥାଏ ତେବେ ତାହାର ପୂଣ୍ୟ ବଢିଥାଏ ଓ ଏହି ପୂଣ୍ୟ କାରଣରୁ ତାହାର ସମସ୍ତ ପାପରୁ ତାକୁ ମୁକ୍ତି ମିଳିଥାଏ ।

·    ଯଦି ଆମେ ସମୟ ଅଭାବ କାରଣରୁ କୌଣସି ଅଜଣା ବ୍ୟକ୍ତିର ଅନ୍ତିମ ଯାତ୍ରାରେ ସାମିଲ ହୋଇ ପାରୁ ନାହୁଁ ତେବେ ଯେତେବେଳେ ବି ଆମକୁ ଶବ ଯାତ୍ରା ଦେଖାଯିବ ତ ଆମକୁ ଅଟକିଯିବା ଉଚିତ । ସେହି ସମୟରେ ପ୍ରଥମ ଶବଯାତ୍ରା ଯିବା ପରେ ନିଜର କାମ କରିବା ଉଚିତ ।

·    ଶବ ଯାତ୍ରା ଦେଖିବା ମାତ୍ରେ ହିଁ ରାମ ନାମର ଜପ କରିବା ଜରୁରୀ ଅଟେ । କହିବାକୁ ଗଲେ ଶ୍ରୀରାମଚରିତ ମାନସ ଅନୁସାରେ ରାମ ନାମର ଜପ ଦ୍ଵାରା ଭଗବାନ ଶିବ ଖୁସି ହୋଇଥାନ୍ତି ଓ ଶିବ ପୁରାଣରେ ବି କୁହାଯାଇଛି କି ମୃତ୍ୟୁ ପରେ ଆତ୍ମା ପରମାତ୍ମା ମାନେ ଶିବଙ୍କ ସହ ବିଲୀନ ହୋଇଯାଏ ।

·    ଏହା ସହିତ ଯେତେବେଳେ ବି ଶବ ଯାତ୍ରା ଦେଖିବେ ତେବେ ମୌନ ହୋଇ ଯିବା ଉଚିତ ଓ ସେହି ସମୟରେ ଯଦି ଆପଣ କାର କିମ୍ବା ବାଇକ ଉପରେ ଅଛନ୍ତି ତେବେ ଗାଡିର ହର୍ନ ବଜାନ୍ତୁ ନାହିଁ । ଏଭଳି କରିବା ଦ୍ଵାରା ମୃତ ବ୍ୟକ୍ତି ପ୍ରତି ଆଦାର ଓ ସମ୍ମାନର ଭାବନା ଆପଣଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ।

Leave a Reply

Your email address will not be published. Required fields are marked *