ଯଦି ଆପଣ ଦେଖୁଛନ୍ତି ଏହି ୧୦ ଟି ସ୍ଵପ୍ନ ତେବେ ହୋଇ ଯାଆନ୍ତୁ ସାବଧାନ, ଭୟଙ୍କର ଅର୍ଥ- Swapna Shastra

ଯଦି ଆପଣ ଦେଖୁଛନ୍ତି ଏହି ଦଶଟି ସ୍ଵପ୍ନ ତେବେ ହୋଇଯାନ୍ତୁ ସାବଧାନ । ବନ୍ଧୁଗଣ ଆମେ ସମସ୍ତେ ପ୍ରାୟତଃ ଶୋଇବା ସମୟରେ ଦେଖିଥାଉ ସ୍ଵପ୍ନ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶୋଇବା ପରେ ପ୍ରତିଦିନ ଆସିଥାଏ କିଛି ନା କିଛି ସ୍ଵପ୍ନ । ତେଣୁ ପ୍ରତ୍ୟେକ ସ୍ଵପ୍ନର ଅଲଗା ଅଲଗା ଅର୍ଥ ହୋଇଥାଏ । ସେହି ଭଳି ଭାବେ କିଛି ସ୍ଵପ୍ନର ଅର୍ଥ ଶୁଭ ହୋଇଥାଏ ଆଉ କିଛି ସ୍ଵପ୍ନର ଅର୍ଥ ଅଶୁଭ ହୋଇଥାଏ । କିନ୍ତୁ ବନ୍ଧୁଗଣ କିଛି ଲୋକଙ୍କୁ ଏହି ଭଳି ସ୍ଵପ୍ନ ଆସିଥାଏ ଯାହା ସିଏ ବୁଝି ପାରନ୍ତି ନାହିଁ , ଏବଂ ସେମାନେ ଚିନ୍ତାରେ ରହିଥାନ୍ତି କି ଏମିତି ସ୍ଵପ୍ନ କାହିଁକି ଆସିଥାଏ , ଆଉ ଭାବନ୍ତି ଏହା ଗୋଟିଏ ଖାଲି ସ୍ଵପ୍ନ ଏହା ଦ୍ଵାରା କିଛି ହେବାର ନାହିଁ ।

କିନ୍ତୁ କିଛି ସ୍ଵପ୍ନ ଏଭଳି ହୋଇଥାଏ ଯାହାର ଅର୍ଥ ଭୟଙ୍କର ହୋଇଥାଏ । ତେବେ ଆଜି ଆମର ଲେଖା ମାଧ୍ୟମରେ ଏଭଳି ଦଶଟି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିବା ମାତ୍ରେ ସାବଧାନ ରହିବା ଉଚିତ । ତେବେ ଆସନ୍ତୁ ଜାଣିବା ସେହି ସ୍ଵପ୍ନ ଗୁଡିକ ବିଷୟରେ ।

ପ୍ରଥମେ ଯଦି ଆମେ ଦେଖିବା ଦୁର୍ଘଟଣାର ସମ୍ମୁଖୀନ ହେବା । ଦୁର୍ଘଟଣାର ସମ୍ମୁଖୀନ ହେବା ମାନେ ଜୀବନରେ ଅସୁବିଧାର ସମ୍ମୁଖୀନ ହେବା ଅଟେ । ଯଦି କୌଣସି ବ୍ୟକ୍ତି ଏଭଳି ସ୍ଵପ୍ନ ଦେଖନ୍ତି ସେହି ବ୍ୟକ୍ତି କୌଣସି ଅସୁବିଧାରେ ପଡ଼ିପାରନ୍ତି । ଯଦି ଆପଣ ସ୍ଵପ୍ନରେ ଯନ୍ତ୍ରଣା ପାଉଛନ୍ତି ତେବେ ଏହା ରୋଗରେ ପୀଡିତ ହେବାର ସଙ୍କେତ ଦେଇଥାଏ ।

ଦ୍ଵିତୀୟରେ ଦୁର୍ଭାଗ୍ୟରେ ରହିବା । ଯଦି ସ୍ଵପ୍ନରେ ଆପଣ ଦେଖୁଛନ୍ତି ଯେ ଆପଣ ଅଡୁଆରେ ଅଛନ୍ତି ତେବେ ବୁଝିଯାନ୍ତୁ ଆପଣଙ୍କର ଭଲ ସମୟ ଖରାପ ସମୟରେ ପରିଣତ ହୋଇ ପାରିଥାଏ । ସେହି ବ୍ୟକ୍ତିଙ୍କୁ ନିଜ ବ୍ୟବସାୟ ବା କର୍ମ କ୍ଷେତ୍ରରେ କ୍ଷତି ସହିବାକୁ ପଡ଼ିଥାଏ ।

ତିନି ନଂ ରେ ବିଦେଶ ଭ୍ରମଣ । ଯଦି ସ୍ଵପ୍ନରେ ଆପଣ ବିଦେଶ ଭ୍ରମଣ ଦେଖିଥାନ୍ତି, ତେବେ ଆପଣଙ୍କର ସାଂପ୍ରତିକ ପରିସ୍ଥିତିରେ କୌଣସି ଗୋଟିଏ ବଡ ପରିବର୍ତନ ହୋଇପାରେ ଏବଂ ଆପଣଙ୍କୁ କାର୍ଯ୍ୟରେ ବିଫଳତା ମିଳିପାରେ ।

ଚାରି ନଂ ରେ ଫଳମୂଳ ଦେଖିବା । ଯଦି ଆପଣ ସ୍ଵପ୍ନରେ ଫଳ ଦେଖୁଛନ୍ତି ତେବେ ଏହା ବ୍ୟବସାୟରେ ଅଭିବୃଦ୍ଧି ଓ ବୟସ ବୃଦ୍ଧିକୁ ସୁଚିତ କରିଥାଏ । ଯଦି କେହି ମହିଳା ଏଭଳି ସ୍ଵପ୍ନ ଦେଖିଥାନ୍ତି ତେବେ ଏହା ସନ୍ତାନ ପ୍ରାପ୍ତିର ସୂଚନା ହୋଇଥାଏ ।

ପାଞ୍ଚ ନଂ ରେ ସ୍ଵପ୍ନରେ ବାଦୁଡି ଦେଖିବା । ଯଦି ସ୍ଵପ୍ନରେ ଆପଣ ବାଦୁଡି ଦେଖୁଛନ୍ତି ତେବେ ଆପଣ ନିଜ ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ । ଶତ୍ରୁ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ ଏବଂ ଆପଣଙ୍କର ଶତ୍ରୁ ମାନେ ଜାଗ୍ରତ ହେବା ସୂଚନା ଅଟେ ।

ଛଅ ନଂ ରେ ଶଯ୍ୟା ଦେଖିବା । ସ୍ଵପ୍ନରେ ଶଯ୍ୟା ଦେଖିବାର ମାନେ ହେଉଛି ଆପଣଙ୍କର ସ୍ଥାନ ପରିବର୍ତନ ହେବାକୁ ଯାଉଛି , ଆପଣଙ୍କର ଚାକିରି ଅବା ରହିବା ଜାଗା ପରିବର୍ତନ ହେବାକୁ ଯାଉଛି ।

ସାତ ନଂ ରେ ସ୍ଵପ୍ନରେ ମହୁମାଛି ଦେଖିବା । ସ୍ଵପ୍ନରେ ମହୁମାଛି ଦେଖିବା ଉନ୍ନତିର ସୂଚନା ଦେଇଥାଏ । ଏହା ବ୍ୟବସାୟ ଓ କର୍ମରେ ଲାଭବାନ ହେବାର ସୂଚନା ଦେଇଥାଏ ।

ଆଠ ନଂ ରେ ଖାଇବା , ସ୍ଵପ୍ନରେ ଖାଦ୍ୟ ଖାଇବା ଦେଖିବା ଅର୍ଥ ଆପଣ ମାନଙ୍କର ଭାଗ୍ୟରେ ହଠାତ ପରିବର୍ତନ ହୋଇପାରେ । ଏହା ଏକ ଆକର୍ଷଣୀୟ ଓ ଶୁଭ ସ୍ଵପ୍ନ ଅଟେ । ଏହା ଉନ୍ନତ ଭାଗ୍ୟ ଉତ୍ତମ ସ୍ୱାସ୍ଥ୍ୟର ସୂଚନା ଦେଇଥାଏ ।

 

ନଅ ନଂ ରେ ବିଲେଇ ଦେଖିବା , ଯଦି ଆପଣ ସ୍ଵପ୍ନରେ ଏକ ବିଲେଇ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ପ୍ରତାରଣାର ଶିକାର ହୋଇ ପାରନ୍ତି । ଆପଣଙ୍କର କେହି ନିଜ ଲୋକ ଆପଣଙ୍କୁ ପ୍ରତାରଣା କରିପାରନ୍ତି ।

ଦଶ ନଂରେ ପୋଲ ବା ବ୍ରିଜ ଦେଖିବା । ଯଦି ସ୍ଵପ୍ନରେ ଆପଣ ପୋଲ ପାର ହେବା ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ହେଉଛି ଆପଣଙ୍କର ଜୀବନରେ ଏକ ସୁନ୍ଦର ପରିବର୍ତନ ହେବାକୁ ଯାଉଛି । ଏହାର ଅର୍ଥ ଆପଣ ସବୁ ଦୁଖ ଓ କଷ୍ଟକୁ ପାରକରି ଏକ ସୁନ୍ଦର ଜୀବନ ଯାପନ କରିବାକୁ ଯାଉଛନ୍ତି ।

ତେବେ ବନ୍ଧୁଗଣ ଏହା ଥିଲା ଏହି ସ୍ଵପ୍ନର ଅର୍ଥ , ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *