ବ୍ୟକ୍ତି ପାଖରେ ଯଦି ଥାଏ ଏହି ୪ ଟି ଗୁଣ, ତେବେ ଆକାଶର ଦେବତା ମାନେ ମଧ୍ୟ ତା’ ଆଗରେ ମୁଣ୍ଡ ନୁଆଁନ୍ତି- Bidura Niti

ମାହାତ୍ମା ବିଦୁର ମହାଭାରତର କେନ୍ଦ୍ରୀୟ ପାତ୍ର ମଧ୍ୟରେ ଜଣେ ସଦସ୍ୟ ଥିଲେ । ସେ ହସ୍ତିନା ପୁର ସାମ୍ରାଜ୍ୟର ପ୍ରଧାନ ମନ୍ତ୍ରୀ ଥିଲେ । ବିଦୁରଙ୍କୁ ଯମରାଜଙ୍କର ଅବତାର ମାନା ଯାଇଛି । ମାଣ୍ଡବ୍ୟ ରୁଷିଙ୍କର ଅଭିଶାପ କାରଣ ହେତୁ ଯମରାଜାଙ୍କୁ ଏକ ଦାସୀ ଘରେ ଜନ୍ମ ହେବାକୁ ପଡିଥିଲା । ସେଥିପାଇଁ ବିଦୁରଙ୍କ ସମସ୍ତ ନୀତିକୁ ଶ୍ରେଷ୍ଟ ମନା ଯାଇଛି । କାରଣ ଏହି ସମସ୍ତ ନୀତି ସ୍ଵୟଂ ଯମରାଜ ମଣିଷର ଜୀବନ କଲ୍ୟାଣ ପାଇଁ ଲେଖିଛନ୍ତି ।

ବନ୍ଧୁଗଣ ବିଦୁରଙ୍କର ଏହି ନୀତି ଅନୁସାରେ ଯଦି କୌଣସି ମଣିଷ ପାଖରେ ଏହି ୪ଟି ଗୁଣ ଥିବ ତା ହେଲେ ଆକାଶର ଦେବତା ମାନେ ସେହି ମଣିଷକୁ ପ୍ରଣାମ କରିବେ ଓ ସେହି ମଣିଷକୁ ସ୍ଵର୍ଗ ପ୍ରାପ୍ତି ହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ନୀତି ବିଷୟରେ ।

୧. ମାହାତ୍ମା ବିଦୁରଙ୍କ ଅନୁସାରେ ଯେଉଁ ମଣିଷ କାହାକୁ ନିଜର ଶତ୍ରୁ କରାଇ ନଥାଏ ଓ ଅନ୍ୟ ମନରେ ଶତ୍ରୁ ହୋଇନଥାଏ, ସେହି ମଣିଷ ଉତ୍ତମ ହୋଇଥାଏ । ଏହି ମଣିଷ କେବେହେଲେ କୌଣସି ଲୋକଙ୍କ ପ୍ରତି ଖରାପ ମନୋଭାବ ରଖିନଥାଏ ଓ ଏହି ମଣିଷ କେବେହେଲ କାହାକୁ ଘୃଣା କରିନଥାଏ । ବନ୍ଧୁଗଣ ଯଦି କୌଣସି ମଣିଷ ପାଖରେ ଏହି ସମସ୍ତ ଗୁଣ ରହିଥାଏ ତା ହେଲେ ସେହି ମଣିଷ ଉତ୍ତମ ହୋଇଥାଏ ।

୨. ସାଧାରଣତଃ ମଣିଷ ମାନେ ଅନ୍ୟ ଲୋକର ଖରାପ ଚିନ୍ତା କରିଥାଏ ଓ ଅନ୍ୟ ଲୋକ ବିଷୟରେ ଖରାପ କଥା ଶୁଣିବା ପାଇଁ ପସନ୍ଦ କରିଥାଏ । ଉତ୍ତମ ପୁରୁଷ କେବେହେଲେ ନିଜ ମୁହଁରେ ଅନ୍ୟ ମାନଙ୍କ ପ୍ରତି ଖରାପ କଥା କହିନଥାଏ । ସେହି ମଣିଷ କେବେହେଲେ କୌଣସି ଲୋକ ସାମ୍ନାରେ ହେଉ ବା ପଛପଟେ ହେଉ ସେ କୌଣସି ଖରାପ କଥା କୌଣସି ଲୋକ ବିଷୟରେ କହିନଥାଏ । ବନ୍ଧୁଗଣ ଏହି ଗୁଣ ଥିବା ମଣିଷ ମାନେ ଉତ୍ତମ ହୋଇଥାନ୍ତି ।

୩. ଏହି ଦୁନିଆର ପ୍ରାୟ ଅଧିକାଂଶ ମଣିଷ କ୍ରୋଧ କରିବା ଦ୍ଵାରା ଅନ୍ୟକୁ ଦଣ୍ଡ ଦେବା ପାଇଁ ଚିନ୍ତା କରିଥାଏ । ଏମିତିକି ଦେବତା ମାନେ ମଧ୍ୟ କ୍ରୋଧରେ ଆସି ଅନ୍ୟକୁ ଦଣ୍ଡ ଦେଇଥାନ୍ତି । ହେଲେ ବିଦୁରଙ୍କ ଅନୁସାରେ ଉତ୍ତମ ପୁରୁଷ ସେହି ହୋଇଥାଏ ଯିଏ ଅନ୍ୟକୁ କ୍ଷମା କରୁଥିବ । ଉତ୍ତମ ବ୍ୟକ୍ତି ସେହି ଅଟେ ଯିଏ ଯେତେ ବଡ ଭୁଲ କରୁ ନା କାହିଁକି ସେହି ମଣିଷ ସମସ୍ତ ଭୁଲର କ୍ଷମା କରୁଥିବ । ଏହି ମଣିଷ ମାନେ ମହାନ ଅଟନ୍ତି ଓ ଦେବତା ମାନେ ମଧ୍ୟ ଏହି ପୁରୁଷ ମାନଙ୍କର ସମ୍ମାନ କରିଥାନ୍ତି ।

୪. ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି, ହେଲେ ଯେଉଁ ମଣିଷକୁ ଏହି ଦୁନିଆର କୌଣସି ମୋହମାୟା ବାନ୍ଧି ରଖିନଥାଏ ସେହି ମଣିଷ ଉତ୍ତମ ପୁରୁଷ ହୋଇଥାଏ । କାରଣ ଏହି ମଣିଷଙ୍କ ପାଖରେ କିଛି ପାଇବା ପାଇଁ ନଥାଏ ଓ କିଛି ହରାଇବା ପାଇଁ ମଧ୍ୟ ନଥାଏ । ଏହି ମଣିଷ ଦୁନିଆର ସମସ୍ତ ସୁଖକୁ ଭୋଗ କରିଥାନ୍ତି । ତେଣୁ ବନ୍ଧୁଗଣ ଯଦି ଆପଣ ମାନଙ୍କ ପାଖରେ ଏଥିମଧ୍ୟରୁ କୌଣସି ଗୁଣ ଅଛି, ତା ହେଲେ ଆମକୁ କମେଣ୍ଟ କରି ନିଶ୍ଚୟ କହିବେ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *