ଯଦି ଆପଣଙ୍କ ନିଦ ବି ରାତିରେ ୧ ଟା ରୁ ୩ ଟା ମଧ୍ୟରେ ଭାଙ୍ଗି ଯାଉଛି ତେବେ ହେଇ ଯାଆନ୍ତୁ ସତର୍କ, କେବେ ବି ଉଠିବେ ନାହିଁ

ଅଧିକାଂଶ ଲୋକମାନଙ୍କ ନିଦ ରାତ୍ରି ସମୟରେ ଭାଙ୍ଗି ଯାଇଥାଏ । ହେଲେ ରାତ୍ରି ୧ ରୁ ୩ ମଧ୍ୟରେ ଥିବା ସମୟକୁ ଅଶୁଭ ମାନି ଥାନ୍ତି । ଏହାର କିଛି କାରଣ ରହିଛି । ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆଉ ସମୟ ନଷ୍ଟ ନକରି ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ବିଷୟରେ । ରାତ୍ରି ୧ ରୁ ୩ ଟା ମଧ୍ୟରେ ଉଠିଲେ ନକରାତ୍ମକ ଊର୍ଜାର ଅନୁଭବ ହୋଇଥାଏ ।

 

ଯେତେବେଳେ ଆପଣ ରାତ୍ରିର ଏହି ସମୟରେ ହଠାତ ଉଠି ଥାନ୍ତି, ଏହା ପରେ ଆପଣଙ୍କୁ କୌଣସି ଜିନିଷ ଭାବନାତ୍ମକ ରୂପରେ ଚିନ୍ତାଗ୍ରସ୍ତ କରାଇଥାଏ । ଆପଣଙ୍କ ଶରୀରରେ ଥିବା ସକାରାତ୍ମକ ଊର୍ଜା ମଧ୍ୟ ଏହା ଦ୍ଵାରା ପ୍ରଭାବିତ ହୋଇପାରନ୍ତି । ଏହି ସମୟକୁ ବହୁତ ଅଶୁଭ ମାନି ଥାନ୍ତି । ରାତ୍ରି ଅଧରେ ନା କୌଣସି ଦେବୀ ଦେବତାଙ୍କ ପୂଜା କରାଯାଏ ନା କୌଣସି ମନ୍ଦିରର କବାଟ ଖୋଲା ରହିଥାଏ । ସେଥିପାଇଁ ଏହି ସମୟ ନକରାତ୍ମକ ଊର୍ଜା ପାଇଁ ବହୁତ ଶକ୍ତିଶାଳୀ ହୋଇଥାଏ ।


ରାତ୍ରି ଅଧ ସମୟରେ ନକରାତ୍ମକ ଶକ୍ତି ବା ଊର୍ଜା ୧୦୦ ଗୁଣ ଅଧିକ ଶକ୍ତିଶାଳୀ ହୋଇ ଯାଇଥାଏ । ଏହି ସମୟରେ ସିଧି ପ୍ରାପ୍ତ କରିବା ପାଇଁ ତାନ୍ତ୍ରିକ ମାନେ ବହୁତ ସାଧନା କରିଥାନ୍ତି । ତାନ୍ତ୍ରିକ ମାନେ ଏହି ସମୟରେ ବଳି ପ୍ରଥା ଓ ଗୁପ୍ତ ସାଧନା ମଧ୍ୟ କରିଥାନ୍ତି । ତନ୍ତ୍ର ବିଦ୍ୟା ଅନୁସାରେ ରାତ୍ରି ସମୟର ୧ ରୁ ୩ ମଧ୍ୟରେ ଦିଆଯାଇଥିବା ବଳି ଅଧିକ ଫଳପ୍ରଦ ହୋଇଥାଏ । ସେଥିପାଇଁ ଏକ ତାନ୍ତ୍ରିକ ପାଇଁ ଏହି ସମୟ ବହୁତ ଗୁରୁତ୍ଵ ପୂର୍ଣ୍ଣ ହୋଇଥାଏ । ଏହି କଥାକୁ ଆଧାର କରି ଜଣା ପଡିଛି ଯେ, ଏହି ସମୟରେ ଅଧିକାଂଶ ସଇତାନ ଶକ୍ତି ଭ୍ରମଣ କରିଥାନ୍ତି ।


ସେଥିପାଇଁ ଏହି ସମୟ ଆପଣ ମାନଙ୍କ ପାଇଁ ବହୁତ ମାରାତ୍ମକ ହୋଇଥାଏ । ରାତ୍ରିର ଏହି ସମୟରେ ବହୁତ ଖରାପ ଘଟଣା ମଧ୍ୟ ଘଟିଥାଏ । ରାତିରେ ଶୋଇବା ପୂର୍ବରୁ କିଛି ଜରୁରୀ ସୂଚନାକୁ ମନେ ରଖନ୍ତୁ ଏବଂ ଏହି ଜରୁରୀ ସୂଚନାକୁ କେବେ ବି ଭୁଲିବେ ନାହିଁ । ତାହା ହେଉଛି କେବେ ବି ରାତ୍ରିରେ ଶୋଇବା ସମୟରେ ଭୁତ ପ୍ରେତଙ୍କ ବିଷୟରେ ଭବିବେ ନାହିଁ ।

ଯଦି ଆପଣଙ୍କ ନିଜ ରାତ୍ରିର ଏହି ସମୟରେ ଭାଙ୍ଗି ଯାଉଛି ତେବେ, ନିଦ ଭାଙ୍ଗିବା ପରେ କେବେ ବି ନିଜ ଘର ବାହାରକୁ ଯିବେ ନାହିଁ । ଏହା ସହିତ ଶେଷ ଚେତାବନୀ ହେଉଛି ରାତ୍ରି ଅଧର ଏହି ସମୟରେ କେବେ ବି ତାନ୍ତ୍ରିକ ମାନଙ୍କ ଯଜ୍ଞ ସ୍ଥଳୀକୁ ଯିବେ ନାହିଁ । ଏହା ଆପଣଙ୍କ ଜୀବନ ପାଇଁ ମାରାତ୍ମକ ରୂପ ନେଇପାରେ ।

ଏହା ର ପରବର୍ତ୍ତୀ ସମୟ ମାନେ ରାତି ୩ ଟା ରୁ ଭୋର ୫ ଟା ଅତ୍ୟନ୍ତ ଭଲ ସମୟ ହୋଇଥାଏ । ଏହି ସମୟରେ ଅନେକ ଦୈବିକ ଶକ୍ତି ଭ୍ରମଣ କରନ୍ତି । ଏହାକୁ ବ୍ରହ୍ମ ମୂହୁର୍ତ୍ତ କୁହାଯାଏ । ଏହି ସମୟରେ ଯଦି ଆପଣଙ୍କ ନିଦ ଭାଙ୍ଗିଯାଏ ତେବେ ଦେବୀ ଦେବତାଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଥାଏ ଓ ଆପଣ ଜୀବନରେ ସଫଳ ହୋଇଥାନ୍ତି । ତେବେ ବନ୍ଧୁଗଣ ଏହି ସବୁ କଥାକୁ ଭଲ ଭାବରେ ମନେ ରଖନ୍ତୁ । ଏହି କଥାର ସୂଚନା ନିଜ ସାଙ୍ଗ ଓ ପରିବାର ଲୋକଙ୍କୁ ଦିଅନ୍ତୁ ।

ତେବେ ଯଦି ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ଏମିତି ହିଁ ଜ୍ୟୋତିଷୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *