କେହି କେତେ ବି ମାଗନ୍ତୁ ନା କାହିଁକି, ସକାଳ ସମୟରେ ଭୁଲରେ ବି ଏହି ୪ ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ, ମାତା ଲକ୍ଷ୍ମୀ ଛାଡି ଚାଲି ଯାଆନ୍ତି

ହିନ୍ଦୁ ଧର୍ମରେ ଦାନ କରିବା ବହୁତ ପୂଣ୍ୟର କାମ ହୋଇଥାଏ । ଆମ୍ଭେ ମାନେ କୌଣସି ମନ୍ଦିର ବା ରାସ୍ତା ପାଖରେ ଥିବା ଗରିବ ଲୋକଙ୍କୁ ଦାନ କରିଥାଉ । ହେଲେ ଆଜି ଆମେ ଆପଣଙ୍କୁ ଏପରି ୪ଟି ଜିନିଷ ବିଷୟରେ କହିବୁ ଯାହାକୁ ସକାଳୁ ସକାଳୁ ଭୁଲ ରେ ମଧ୍ୟ ଦାନରେ ବା ଉଧାରରେ ଦେବେ ନାହିଁ । ଏହା ଦ୍ଵାରା ଆପଣଙ୍କ ଉପରୁ ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଚାଲି ଯାଇପାରେ । ଏହା ଘର ଓ ଆପଣଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ୪ ଟି ଜିନିଷ ବିଷୟରେ ।

୧. ଦହି


ଯଦି ଆପଣ ବ୍ୟାପାର କରୁଛନ୍ତି, ତେବେ ଧନ ଅର୍ଜନ କରିବା ପାଇଁ ଆପଣ ଦହିକୁ ବିକ୍ରି କରିପାରିବେ । ହେଲେ ଦହିକୁ ଭୁଲ ରେ ବି ଦାନ କରିବେ ନାହିଁ । ଦହିର ସମ୍ବନ୍ଧ  ଶୁକ୍ର ଗ୍ରହ ସହ ଥାଏ । ସେଥିପାଇଁ ସକାଳ ସାମୟରେ ଭୁଲ ରେ ମଧ୍ୟ ଆପଣ କୌଣସି ବ୍ୟକ୍ତିକୁ ଦହି ଦାନ ବା ଉଧାରରେ ଦେବେ ନାହିଁ । ସକାଳ ୮ ଟା ପରେ ଆପଣ ଦହି ଦେଇ ପାରିବେ ।

୨. ପିଆଜ ଓ ରସୁଣ


ଏହି ଦୁଇଟି ଜିନିଷକୁ କେତୁଗ୍ରହର କାରକ ବୋଲି ମାନି ଥାନ୍ତି । ଯଦି ଆପଣ ସକାଳ ସମୟରେ ଏହି ଦୁଇଟି ଜିନିଷକୁ ଦାନ ବା ଉଧାରରେ ଦେବେ ତା ହେଲେ କେତୁ ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିବ । ତେଣୁ ସକାଳ ସମୟରେ ଏହି ଦୁଇଟି ଜିନିଷକୁ ଭୁଲ ରେ ମଧ୍ୟ କାହାକୁ ଦାନ ବା ଉଧାରରେ ଦିଅନ୍ତୁ ନାହିଁ । ଏହା ଦ୍ଵାରା ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘର ଛାଡି ଯାଇପାରନ୍ତି ।

୩. ହଳଦୀ


ସକାଳ ସମୟରେ ଭୁଲ ରେ ମଧ୍ୟ ହଳଦୀ ବା କୌଣସି ହଳଦିଆ ଜିନିଷର ଦାନ କରିବେ ନାହିଁ । ଖାସ କରି ଗୁରୁବାର ଦିନ ଏହାର ଦାନ ଭୁଲ ରେ ମଧ୍ୟ କରିବେ ନାହିଁ । ଏହି ଦିନରେ ଦାନ କରିଲେ ଆପଣଙ୍କ ଗୁରୁଗ୍ରହ ଦୁର୍ବଳ ହୋଇଯାଏ । ଏହା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇପାରେ । ତେଣୁ ଭୁଲ ରେ ମଧ୍ୟ ସକାଳେ ଉଠିବା ପରେ ହଳଦୀ ବା ହଳଦିଆ ଜିନିଷର ଦାନ କିମ୍ବା କୌଣସି ଲୋକକୁ ଉଧାରରେ ଦେବେ ନାହିଁ ।

୪. ସୁହାଗର ସନ୍ତକ


ସକାଳୁ ସକାଳୁ ଯଦି କୌଣସି ମହିଳା ବା ଲୋକ ଆପଣଙ୍କୁ ନିଜ ସୁହାଗ ର ବସ୍ତୁ ମାଗିଥାଏ, ଯେମିତିକି ସିନ୍ଦୁର, ଚୁଡି, ମଙ୍ଗଳସୂତ୍ର ଆଦି ତେବେ ଭୁଲ ରେ ମଧ୍ୟ ଆପଣ ଦାନ ବା ଉଧାରରେ ସୁହାଗ ର ବସ୍ତୁକୁ ଦେବେ ନାହିଁ । ଏହି ସବୁ ଜିନିଷ ଦାନ କରିବା ଦ୍ଵାରା ଆପଣଙ୍କ ସ୍ଵାମୀର ଆୟୁ କମ ହୋଇଥାଏ । ଏହା ସହିତ ଆପଣଙ୍କ ସ୍ଵାମୀର ଶରୀର ଅସୁସ୍ଥ ମଧ୍ୟ ହୋଇପାରେ । ତେଣୁ ଭୁଲ ରେ ମଧ୍ୟ ଏହି ସବୁ ଜିନିଷକୁ ଦାନ କରିବେ ନାହିଁ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *