UN International Court ର ଆଦେଶ, ଋଷକୁ ଦେଲା ଏମିତି ନିର୍ଦ୍ଦେଶ

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୨୨ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆନ୍ତର୍ଜାତୀୟ କୋର୍ଟରେ ୟୁକ୍ରେନର ବିଜୟ ହୋଇଛି ଯୁଦ୍ଧ ବନ୍ଦ କରିବା ପାଇଁ ଋଷିଆକି ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଟରନାସନାଲ କୋର୍ଟ ଅଫ ଜଷ୍ଟିସ ଆଇସିଜେ ।

ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ତର୍ଜାତୀୟ ଆଇନ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅମାନ୍ୟ କଲେ ଋଷ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି କହିଛି ଆଇସିଜେ । ଋଷିଆ ଆକ୍ରମଣ ବିରୋଧରେ ଆନ୍ତର୍ଜାତୀୟ କୋର୍ଟର ଦ୍ଵାରସ୍ତ ହୋଇଥିଲା ୟୁକ୍ରେନ । ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ୟୁକ୍ରେନ ଆବେଦନ କରିଥିଲା ।

ବନ୍ଧୁଗଣ ଆଜି ଯୁଦ୍ଧକୁ ୨୨ ଦିନ ହୋଇଛି ଆଉ ଆଜି ଦୁଇଟି ବଡ ଘଟଣା ଘଟିଛି । ପ୍ରଥମ ଘଟଣା ହେଉଛି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଆମେରିକୀୟ କଂଗ୍ରେସକୁ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି । ଆଉ ସେହି ଅଭିଭାଷଣରେ ସେ କଂଗ୍ରେସକୁ ଅନୁରୋଧ କରିଛନ୍ତି ପୁନର୍ବାର ନୋଫ୍ଲାଇକ ଜୋନ ଘୋଷଣା କରିବା ପାଇଁ । ଆଉ ଅନ୍ୟ ପକ୍ଷରେ ଆଉ ଏକ ବଡ ଘଟଣା ଘଟିଛି ।

ଆନ୍ତର୍ଜାତୀୟ କୋର୍ଟ ଆଜି ସିଧା ସଳଖ ଋଷିଆକୁ ଚେତାବନୀ ଦେଇଛନ୍ତି ଯେ, ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ । ଯଦି ଋଷିଆ ଯୁଦ୍ଧ ବନ୍ଦ ନକରିବ ତା ହେଲେ ତା ବିରୋଧରେ କଠୋର ପଦକ୍ଷେପ ନିଆଯିବ । ଏବେ ଏହି ଖବରଟି ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଏବେ ୟୁକ୍ରେନ ବାସୀ ମାନଙ୍କୁ ଏକ ଆଶ୍ବସ୍ତିକର ଖବର ମିଳିଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *