ଇମ୍ରାନ କଥା ବଢେଇବ ତ ବହୁତ ପସ୍ତେଇବ… ଦେଖନ୍ତୁ ପୁରା ମାମଲା

ବନ୍ଧୁଗଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ବାରମ୍ବାର ଭାରତକୁ ଉସ୍କାଇବାରେ ଲାଗିଛନ୍ତି । ଗତ ସପ୍ତାହରେ ଭୁଲ ରେ ଭାରତର ଏକ ମିସାଇଲ ପାକିସ୍ତାନରେ ପଡିଯାଇଥିଲା । ଏହି ମିସାଇଲ ପଡିବା ପରେ ଭାରତ ମଧ୍ୟ ନିଜ ଭୁଲ ମାନିଛି ହେଲେ ଇମ୍ରାନ ପାକିସ୍ତାନରେ ବୁଲି ବୁଲି କହୁଛନ୍ତି, ଭାରତର ମିସାଇଲ ପାକିସ୍ତାନରେ ପଡିବା ସତ୍ବେ ସେ ସୟମ ଦେଖାଇ ଛନ୍ତି । ଆଉ ଯଦି ଇମ୍ରାନ ବଦଲା ନେବା ପାଇଁ ଭାରତକୁ ମିସାଇଲ ଛାଡିବାର ଭୁଲ କରିଥାନ୍ତେ ତା ହେଲେ ସେ ବହୁତ ପସ୍ତେଇ ଥାନ୍ତେ ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବରକୁ ନେଇ ଜୋର ସୋର ଚର୍ଚ୍ଚା ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଗତ ୯ ମାର୍ଚ୍ଚରେ ଭାରତର ଏକ ମିସାଇଲ ପରୀକ୍ଷଣ ହେଉଥିବା ବେଳେ ଭୁଲ ବଶତଃ ମିସାଇଲଟି ପାକିସ୍ତାନରେ ପଡିଥିଲା ।

ହେଲେ ଏହି ମିସାଇଲ ପଡିବା ପରେ କାହାର କୌଣସି କ୍ଷତି ହୋଇ ନଥିଲା । ମେଣ୍ଟେନାନ୍ସ ସମୟରେ ମିସାଇଲ ଭୁଲ ବଶତଃ ଫାୟାର ହୋଇଯାଇଥିଲା । ମିସାଇଲରେ କୌଣସି ଗୋଳା ବାରୁଦ ଓ ରକେଟ ଲଗାଯାଇ ନଥିଲା । ଭାରତ ଏହି ଭୁଲକୁ ମାନି ହାଇ ଲେବୁଲ ଯାଞ୍ଚ ବି କରୁଛି । ହେଲେ ଇମ୍ରାନ ଭାରତକୁ ଆଖି ଦେଖାଉ ଛନ୍ତି ।

ମିସାଇଲ ଘଟଣା ପରେ ପ୍ରଥମ ଥର ଇମ୍ରାନ ଖାନଙ୍କ ବୟାନ ସାମ୍ନାକୁ ଆସିଛି । ଗତ ରବିବାର ଦିନ ପଞ୍ଜାବର ହାପିଜାବାଦ ଜିଲ୍ଲାରେ ଇମ୍ରାନ ଏକ ରାଲିକୁ ଯାଇଥିଲେ । ସେହି ରାଲିରେ ଇମ୍ରାନ କହିଥିଲେ, ଆମେ ଭାରତୀୟ ମିସାଇଲ ପଡିବାର ଜବାବ ଦେଇ ପାରିଥାନ୍ତୁ ।

ହେଲେ ଆମେ ସୟମ ଦେଖାଇଲୁ । ବନ୍ଧୁଗଣ ଇମ୍ରାନଙ୍କ ଏହି ବୟାନକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ଇମ୍ରାନ କଣ ସର୍ଜିକାଲ ଷ୍ଟ୍ରାଇକ ଓ ବାଲାକୋଟ ଷ୍ଟ୍ରାଇକ ଭୁଲିଗଲେ । ଭାରତ ସରକାରୀ ନିଜ ଭୁଲ ମାନିବା ପରେ ବି ଇମ୍ରାନ ଜବରଦସ୍ତି କଥାକୁ ବଢେଇବା ପାଇଁ ଚେଷ୍ଟା କରୁଛନ୍ତି । ଭାରତର ମିସାଇଲ ପାକିସ୍ତାନରେ ପଡିବା ସମୟରେ ପାକିସ୍ତାନକୁ ଏହା ବିଷୟରେ ଜଣା ବି ନଥିଲା ତା ହେଲେ ପାକିସ୍ତାନ ଭାରତର ଏମିତି କଣ କରିଦେବ ।


ବନ୍ଧୁଗଣ ପାକିସ୍ତାନର ଅର୍ଥ ବ୍ୟବସ୍ଥା ଏବେ ଦୁର୍ବଳ ହୋଇଯାଇଛି ଏହା ସହ ଇମ୍ରାନଙ୍କ ସରକାର ଏବେ ବିପଦରେ ଅଛି । କାରଣ ବିପକ୍ଷ ଦଳ ଇମ୍ରାନଙ୍କ ବିରୋଧରେ ଏବେ ରାଲି କରୁଛନ୍ତି । ଇମ୍ରାନଙ୍କ ସରକାର ଖସିବାର ବହୁତ ସମ୍ଭାବନା ଏବେ ଦେଖା ଦେଉଛି । ଇମ୍ରାନ ଚେଷ୍ଟା କରୁଛନ୍ତି, ଏହି ମିସାଇଲ ଆଧାରରେ ପାକିସ୍ତାନୀ ଲୋକଙ୍କୁ ଭାରତର ଭୟ ଦେଖାଇ କ୍ଷମତାରେ ରହିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *