Cyclone Alert: ଓଡିଶା ଉପକୂଳରେ ମାଡି ଆସୁଛି ବାତ୍ୟା ‘ଆସାନି’, ଏହି ତାରିଖରେ କରିବ ଲ୍ୟାଣ୍ଡଫଲ…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୧୯ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ଏହି ଯୁଦ୍ଧ ପାଇଁ ଏବେ ସାରା ବିଶ୍ଵରେ ଭୟାବହ ପରିସ୍ଥିତି ଉପୁଜିଛି । ତେବେ ଏହାରି ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଆପଣ ମାନଙ୍କ ଚିନ୍ତା ବଢାଇପାରେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ପାଣିପାଗ ବିଭାଗ ଅନୁସାରେ, ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରତ ମହାସାଗର ଓ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପରେ ଏହି ଲଘୁଚାପ ବାତ୍ୟାର ରୂପ ନେଇପାରେ ।

ଆସନ୍ତା ୨୦ ତାରିଖରେ ବାତ୍ୟା ହେବ ନା ନାହିଁ ଚିତ୍ର ସ୍ପର୍ଷ୍ଟ ହେବ ଏବଂ ୨୩ ତାରିଖରେ ଏହା ଲ୍ୟାଣ୍ଡଫଲ କରିପାରେ । ବନ୍ଧୁଗଣ ଏହି ବାତ୍ୟାର ନାମ କାରଣ ମଧ୍ୟ କରାଯାଇସାରିଛି । ବାତ୍ୟାର ନାମ ହେଉଛି ‘ଆସାନି’ । ବାତ୍ୟା ଓଡିଶା ଉପକୂଳ ଦେଇ ବାଂଲାଦେଶ ଆଡକୁ ଗତି କରିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଘଣ୍ଟା ପ୍ରତି ୮୦ କିଲୋମିଟର ରୁ ୯୦ କିଲୋମିଟର ମଧ୍ୟରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ।

ତେବେ ଓଡିଶାରୁ ୨୦୦ କି.ମି ଦୂର ଦେଇ ଗତି କରିବ ବାତ୍ୟା ‘ଆସାନି’ । ଏହାର ପ୍ରଭାବରେ ଓଡିଶା ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି । ବାତ୍ୟାର ରୂପ ନେଇ ଆସିପାରେ ‘ଆସାନି’ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *