ଇମ୍ଯୁନିଟି ର ବାପା ଅଟେ ଏହି ଫଳ, ଇମ୍ଯୁନିଟି ଏତେ ବଢେଇଦେବ କି କୌଣସି ରୋଗ ବେମାରି ଆପଣଙ୍କ ପାଖ ବି ମାଡିବନି- Health Tips

ବର୍ତ୍ତମାନ ଦୁନିଆ ରେ ଯେଉଁ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି । କାରଣ ଏହି ଭୁତାଣୁ କିମ୍ବା କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି

ଏବଂ ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ । କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଘରେ ମୁହଁରେ ମାସ୍କ ଏବଂ ନିଜ ପାଖରେ ସାନିଟାଇଜର ରଖିବା ଆବଶ୍ୟକ ।

କୌଣସି କାର୍ଯ୍ୟ କରିବା ପୂର୍ବରୁ ଏବଂ ଖାଦ୍ୟ ଖାଇବା ପରେ ହାତ କୁ ବହୁତ ଭଲ ଭାବରେ ଧୋଇବା ଉଚିତ । ଏହା ସହିତ ଆମକୁ ଉତ୍ତମ ଆହାର ମଧ୍ୟ ସେବନ କରିବା ଉଚିତ । ଆମେ ସର୍ଵଦା ଖାଦ୍ୟକୁ ଭଲ ଭାବରେ ରୋଷେଇ କରି ଖାଇଥାଉ କିନ୍ତୁ କୌଣସି ଜିନିଷ କୁ ଅଧିକ ସମୟ ରାନ୍ଧିବା ଦ୍ୱାରା ସେହି ପଦାର୍ଥ ରେ ଥିବା ଭିଟାମିନ ଆମକୁ ସଠିକ ଭାବରେ ମିଳି ନଥାଏ ।

ଯେପରି ଆମେ କୌଣସି ଫଳ କୁ ସେହି ଭଳି କଞ୍ଚା ଖାଇଥାଉ କାରଣ ଏହା ଦ୍ୱାରା ସେହି ଫଳ ରେ ଥିବା ସମସ୍ତ କ୍ୟାଲସିୟମ, ପ୍ରୋଟିନ ଏବଂ ଭିଟାମିନ ଆମକୁ ସଠିକ ଭାବରେ ମିଳି ଥାଏ । ତେଣୁ କୌଣସି ଜିନିଷ କିମ୍ବା ପନି ପରିବା ଏବଂ ଫଳ କୁ କଞ୍ଚା ଖାଇବା ଦ୍ୱାରା ଆମକୁ ସେଥିରେ ଥିବା ବହୁତ ଲାଭ ଦାୟକ ପଦାର୍ଥ ମିଳିଥାଏ । ଏବଂ ଆମେ ସର୍ଵଦା ଚାହିଁଥାଉ କି ଆମେ ସର୍ଵଦା ଫିଟ ଏବଂ ସୁସ୍ଥ ରହୁ । କେବେବି କୌଣସି ରୋଗ ନ ଆସୁ ।

କେବେବି ଆମ ଶରୀର ଦୁର୍ବଳ ନ ଲାଗୁ । ଆମ ରକ୍ତ ସଞ୍ଚାଳନ ଠିକ ଭାବେ ହେଉ । କୌଣସି ପେଟ ଜନିତ ସମସ୍ୟା ନ ଆସୁ ଇତ୍ୟାଦି ତେବେ ଏହି ସବୁ ଜିନିଷ କୁ ରୋକିବା ପାଇଁ ଆମକୁ କଣ କରିବା ଦରକାର ଏବଂ କଣ ଖାଇବା ଦରକାର ଆସନ୍ତୁ ଜାଣି ନେବା । ବନ୍ଧୁଗଣ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ରେ ଏବଂ ଶରୀର କୁ ସବଳ କରିବାରେ ଅଁଳା ବହୁତ ଲାଭ ଦାୟକ ହୋଇ ଥାଏ ।

ଆପଣ ପ୍ରତିଦିନ ସକାଳୁ ଖାଲି ପେଟ ରେ ଦୁଇଟି କିମ୍ବା ଗୋଟିଏ କଞ୍ଚା ଅଁଳା କୁ ସେବନ କରିବା ଦ୍ୱାରା ଆମ ଶରୀର ରେ ଥିବା ସମସ୍ତ ଅସୁବିଧା ଦୁର ହୋଇ ଥାଏ । ଅଁଳା ରେ ଭିଟାମିନ-ସି ଏବଂ ଭିଟାମିନ-ଡ଼ି ଭରପୁର ରହିଥାଏ । ଏହା ଛଡା ଏଥିରେ କ୍ୟାଲସିୟମ, ଫାଇବର, କାର୍ବୋ ହାଇଡ୍ରେଡ଼ ମଧ୍ୟ ରହିଥାଏ । ପ୍ରତିଦିନ ଗୋଟିଏ ଅଁଳା ଖାଇବା ଦ୍ୱାରା କେଶ ମଧ୍ୟ ଭଲ ରହିବ । ଏବଂ ଶରୀର ରେ ବଳ ମଧ୍ୟ ରହିବ କେବେ ଅସୁସ୍ଥ ଲାଗିବ ନାହିଁ ।

ଏହା ଛଡା ଏହାକୁ ଖାଇବା ଦ୍ୱାରା ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଯ ଦ୍ୱାରା ଆମେ ବିଭିନ୍ନ ରୋଗ ରୁ ଲଢ଼ିବା ପାଇଁ ପ୍ରସ୍ତୁତ ଥାଉ । ଆମ ଦୃଷ୍ଟି ଶକ୍ତି ପ୍ରଖର ହୁଏ । ରକ୍ତ ସଞ୍ଚାଳନ ଠିକ ଭାବେ ହୁଏ । ଏବଂ ପେଟ ଜନିତ ସମସ୍ୟା ମଧ୍ୟ ଦୁର ହୋଇଥାଏ ତେଣୁ ଆପଣ ପ୍ରତିଦିନ ଖାଲି ପେଟ ରେ ଗୋଟିଏ କିମ୍ବା ଦୁଇଟି ଅଁଳା କୁ ଖାଆନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *