Immunity ଏତେ ବଢେଇଦବ ଏହି 6 ଟି ଖାଦ୍ଯ, ଯାହା 1 କୋଟି ଟଙ୍କା ଖର୍ଚ୍ଚ କଲେ ବି ମିଳିବ ନାହିଁ- Health Tips

ନମସ୍କାର ବନ୍ଧୁଗଣ ଆଜି କାଲି ଏକ ଭୟାନକ ଭୁତାଣୁ ଏହି ପୃଥିବୀରେ ଘୁରି ବୁଲୁଛି । ଯାହାର ନାମ ହେଉଛି କୋରନା । ଏହି ଭୁତାଣୁ ବା ଭାଇରସ୍ ଅନେକ ଲୋକଙ୍କୁ ମୃ-ତ୍ୟୁ ମୁଖରେ ପହଞ୍ଚାଇ ଦେଇ ସାରିଲାଣି ।

ଏହା ଦିନକୁ ଦିନ ବହୁତ ଭୟାନକ ରୂପ ନେଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସରକାର ଲୋକ ମାନଂକୁ ସର୍ଵଦା ଘରେ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ଏବଂ ବାହାରକୁ ଗଲେ ମୁହଁରେ ମାସ୍କ ପିନ୍ଧି ଏବଂ ନିଜ ସହିତ ସାନି ଟାଇଜର ବ୍ୟବହାର କରିବା ପାଇଁ ମଧ୍ୟ ନିର୍ଦେଶ ଦେଉଛନ୍ତି । କୌଣସି ଗହଳି କିମ୍ବା ଭିଡ଼ କରିବାକୁ ବାରଣ ମଧ୍ୟ କରୁଛନ୍ତି ।

ଘରେ ରହି ସୁରକ୍ଷିତ ରହିବା ପାଇଁ ନିର୍ଦେଶ ଦିଆ ଯାଉଛି ଏବଂ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ମଧ୍ୟ ଚାହୁଁଛନ୍ତି । ସେଥିପାଇଁ ବିଭିନ୍ନ କାଢା,ଫଳ, ପ୍ରୋଟିନ ସେବନ କରିବା ପାଇଁ ନିର୍ଦେଶ ଦିଆ ଯାଉଛି । ଆଜି ଆମେ କିଛି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ପଦାର୍ଥ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ସେହି ଖାଦ୍ୟ ପଦାର୍ଥ ବିଷୟରେ ଜାଣି ନେଵା ।

୧- ପ୍ରଥମେ ହେଉଛି ରେଡ଼ ବେଲ ପେପର୍ସ । ଏଥିରେ ବହୁତ ପରିମାଣରେ ଭିଟାମିନ-ସି ରହିଥାଏ । ଏହା ଆମ ଶରୀର ରେ ରହି ଆମ ସେଲ କୁ ମଜବୁତ କରେ ଏବଂ ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରାଏ । ଏହା ଶ୍ୱାସ ଜନିତ ରୋଗ ରୁ ମୁକ୍ତ କରାଏ । ରେଡ଼ ବେଲ ପେପର୍ସ କୁ ନିଜର ସାଲାଡ଼ କରି ମଧ୍ୟ ସେବନ କରି ପାରିବ । ।

୨- ଦ୍ଵିତୀୟ ରେ ହେଉଛି ବୁଟ ଚଣା । ଏଥିରେ ବହୁଳ ପରିମାଣରେ ପ୍ରୋଟିନ ଥାଏ । ଆମିନୋ ଏସିଡ ଦ୍ୱାରା ଏହା ପ୍ରସ୍ତୁତ । ଶରୀରରେ ବୃଦ୍ଧି ଏବଂ କମ କୁ ନିଜ ନିୟନ୍ତ୍ରଣ ରେ ରଖିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । ଏବଂ ଶରୀର କୁ ସୁସ୍ଥ ରଖେ ।

୩- ତୃତୀୟ ରେ ହେଉଛି ଷ୍ଟବେରୀ । ଏଥିରେ ମଧ୍ୟ ଭିଟାମିନ ସି ରହିଛି । ଭିଟାମିନ-ସି ଆମ ରୋଗ ପ୍ରତିରୋଧକ ଶକ୍ତି କୁ ମଜବୁତ ରଖେ ଏଵଂ ଏହା ଦ୍ୱାରା ଆମେ ସୁସ୍ଥ ସବଳ ରହିଥାଉ ।

୪- ଚତୁର୍ଥ ରେ ହେଉଛି ରସୁଣ । ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଆମର ରକ୍ତ ଚାପ ସମସ୍ୟା ମଧ୍ୟ ଦୁର ହୋଇଯିବ । ଏବଂ ଆମକୁ ବଳ ମଧ୍ୟ ପ୍ରାପ୍ତ ହେବ ଏବଂ ଏହା ସେବନ ଦ୍ବାରା ହୃଦୟ ରୋଗ ରୁ ମଧ୍ୟ ମୁକ୍ତି ପାଇଁ ପାରିବୁ । ଏହା ଛଡା ଥଣ୍ଡା ଜ୍ଵର ରୁ ମଧ୍ୟ ରକ୍ଷା କରେ ।

୫- ପଞ୍ଚମରେ ହେଉଛି ଛତୁ । ସୂର୍ଯ୍ୟ କିରଣ ରେ ଭିଟାମିନ-ଡ଼ି ରହିଥାଏ କିନ୍ତୁ କିଛି ଖାଦ୍ୟ ପଦାର୍ଥ ରେ ମଧ୍ୟ ଏହା ରହିଥାଏ ଯେପରି ଛତୁ । ଏହି କୋରନା ସମୟରେ ସୂର୍ଯ୍ୟ କିରଣ ପାଇବା ଅସମ୍ଭବ ତେଣୁ ତା ବଦଳରେ ଛତୁ କୁ ଖାଇ ଭିଟାମାଟି- ଡ଼ି ପାଇଁ ପାରିବେ । ଆମ ଶରୀର ରେ କ୍ୟାଲସିୟମ ର ବୃଦ୍ଧି କରାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ତେଣୁ ଏହାକୁ ସେବନ କରିବା ଉଚିତ ।

୬- ଷଷ୍ଠ ରେ ହେଉଛି ପାଳଙ୍ଗ । ଏଥିରେ ଭିଟାମିନ- ସି ଏବଂ ଆଣ୍ଟି ଅକ୍ସାଇଡ଼ ରେ ଭରି ରହିଥାଏ । ଏଥିରେ ବିଟା କ୍ୟାରୋଟିନ ମଧ୍ୟ ରହିଥାଏ । ଏହା ଦ୍ୱାରା ଆମ ଶରୀର ରେ ବହୁତ ଭଲରେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରାଏ ତେଣୁ ଏହାର ସେବନ କରିବା ଉଚିତ । ଖାଦ୍ୟଖାଇବା ସହିତ ମାସ୍କ ମଧ୍ୟ ପିନ୍ଧନ୍ତୁ ଏବଂ ସୁରକ୍ଷିତ ଘରେ ରୁହନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *