IPL 2021 ପରେ Dhoni, Rohit Kohli ଓ Pant କରୋନା ପୀଡିତଙ୍କ ପାଇଁ ଦାନ କଲେ ଏତେ କୋଟି ଟଙ୍କା ଜିତିଲେ ସମସ୍ତଙ୍କ ହୃଦୟ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ସମସ୍ତ କ୍ଷେତ୍ର ରେ ଆଗୁଆ ରହିଛି । ସେ ଯେ କୌଣସି ବି ଵିଷୟ ହେଉ ନା କାହିଁକି ସବୁ କ୍ଷେତ୍ରରେ ଭାରତ ର ନାମ ପ୍ରଥମ ସ୍ଥାନ ରେ ରହୁଛି ।

ଠିକ ସେହିପରି ଭାରତ ର କ୍ରିକେଟ ଦଳ ମଧ୍ୟ ଦୁନିଆ ର ଶ୍ରେଷ୍ଠ କ୍ରିକେଟ ଦଳ ଭାବରେ ସମଗ୍ର ବିଶ୍ୱରେ ଏକ ନୂତନ ପରିଚୟ ସୃଷ୍ଟି କରିଛି । ଏହା କେବଳ ଭାରତୀୟ କ୍ରିକେଟ ଦଳ ର ସମସ୍ତ ଖେଳାଳି ଙ୍କ ପାଇଁ ସମ୍ଭବ ହୋଇପାରିଛି । କ୍ରିକେଟ ଖେଳ ଭାରତ ରେ ବହୁତ ଖେଳା ଯାଇଥାଏ ।

କ୍ରିକେଟ ଖେଳ ର ସବୁଠାରୁ ଅଧିକ ଫ୍ୟାନ ଭାରତ ରେ ହିଁ ଅଛନ୍ତି । କ୍ରିକେଟ ଖେଳାଳି ମାନେ ବହୁତ ପରିଶ୍ରମ କରିବା ପରେ ହିଁ ଭାରତ ତରଫ ରୁ ଖେଳି ପାରିଥାନ୍ତି । ତେଣୁ ଏମାନଙ୍କୁ ମଧ୍ୟ ସେଲିବ୍ରିଟି ଭାବରେ ଗ୍ରହଣ କରାଯାଇଛି । ତେବେ ଏହି ଭାରତୀୟ ଖେଳାଳି ମାନେ ହୃଦୟ ରୁ ମଧ୍ୟ ବହୁତ ବଡ଼ ଅଟନ୍ତି । ଭାରତ ରେ ବର୍ତ୍ତମାନ କରୋନା ପାଇଁ ପରିସ୍ଥିତି ଭଲ ନ ଥିବା ସମୟରେ ଭାରତୀୟ କ୍ରିକେଟ ଦଳ ର କେତେକ ଖେଳାଳି ସହଯୋଗ ର ହାତ ବଢାଇଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ଭାରତ ରେ କରୋନା ସମ୍ପୂର୍ଣ୍ଣ ଭାବରେ ଅନିୟନ୍ତ୍ରଣ ହୋଇଯାଇଛି । ଏହି ସମୟ ଭାରତ ରେ ଆୟୋଜିତ ହୋଇଥିବା ଆଇପିଏଲ ମଧ୍ୟ ସ୍ଥାନାନ୍ତର କରାଯାଇଛି । କାରଣ ଆଇପିଏଲ ରେ ଖେଳୁଥିବା କେତେକ ଖେଳାଳି ଏହି କରୋନା ଭୁତାଣୁ ଦ୍ବାରା ସଂକ୍ରମିତ ହୋଇଯାଇଛନ୍ତି । କରୋନା ଭୁତାଣୁ ବର୍ତ୍ତମାନ ସମୟ ରେ ଭାରତୀୟ ଅର୍ଥନୀତି କୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛି ତେଣୁ ଭାରତୀୟ କ୍ରିକେଟ ଖେଳାଳି ଓ ଅନ୍ୟ ଦଳ ର ଖେଳାଳି ମାନେ ଭାରତ କୁ ସହଯୋଗ ର ହାତ ବଢାଇଛନ୍ତି ।

ଭାରତ ରେ ଅନୁଷ୍ଠିତ ହୋଇଥିବା ଆଇପିଏଲ ର ଫ୍ରାଂଚାଇଜ ମାନେ ମଧ୍ୟ ବହୁତ ସହଯୋଗ କରିଛନ୍ତି । ପ୍ରଥମେ ଆଲୋଚନା କରିବା ଆରସିବି ଦଳ ବିଷୟରେ । ବନ୍ଧୁଗଣ ଆରସିବି ଦଳ ସମଗ୍ର ଦେଶରେ ଅମ୍ଳଜାନ ଯୋଗାଇବା ପାଇଁ ବହୁତ ସାହାଯ୍ୟ କରିଛନ୍ତି । ସେହିପରି ରାଜସ୍ଥାନ ଦଳ ମଧ୍ୟ ୧ ମିଲିୟନ ଡ଼ଲାର ଦାନ କରିଛି । ଏହା ସହିତ ଦିଲ୍ଲୀ କ୍ୟାପିଟାଲସ ମଧ୍ୟ ପ୍ରାୟତଃ ଦେଢ଼ କୋଟି ଟଙ୍କା ଦାନ କରିଛି ।

ବନ୍ଧୁଗଣ ଏହା ବ୍ୟତୀତ ଶିଖର ଧାୱନ ମଧ୍ୟ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ସହିତ ସେ ଯେତେ ମ୍ୟାଚ ରେ ମ୍ୟାନ ଅଫ ଦ ମ୍ୟାଚ ପାଇଁ ପୁରସ୍କୃତ ହୋଇଛନ୍ତି ସେ ସବୁ କୁ ମଧ୍ୟ ଦାନ କରିଦେଇଛନ୍ତି । ଏହା ବ୍ୟତୀତ କ୍ରିକେଟ ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ମଧ୍ୟ ଦେଶ ରେ ଅମ୍ଳଜାନ ଯୋଗାଇବା ପାଇଁ ଏକ କୋଟି ଟଙ୍କା ସହାୟତା କରିଛନ୍ତି । ସେହିପରି ପାଣ୍ଡ୍ୟା ବ୍ରଦର୍ଶ ମଧ୍ୟ ୨୦୦ଟି ଅକ୍ସୀଜେନ କଂସନସର୍ଟ ଗ୍ରାମାଞ୍ଚଳ ପାଇଁ ଦାନ କରିଛନ୍ତି ।

ସେହିପରି ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ଭିରାଟ କୋହଲି ମଧ୍ୟ କରୋନା ରେ ଆକ୍ରାନ୍ତ ଙ୍କ ର ଚିକିତ୍ସା ପାଇଁ ୨୦କୋଟି ଟଙ୍କା ଦାନ କରିଛନ୍ତି । ଏହା ବ୍ୟତୀତ ରୋହିତ ଶର୍ମା ମଧ୍ୟ ପୂର୍ବ ରୁ ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଭାରତ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଦେଶ ପାଇଁ ୧୫କୋଟି ଟଙ୍କା ଦାନ କରିଛନ୍ତି । ଏହି ମାମଲାରେ ଋଷଭ ପନ୍ତ ମଧ୍ୟ ପଛରେ ପଡି ନାହାନ୍ତି ସେ ମଧ୍ୟ ଏହି ଭଳି ସମୟ ରେ କୋଟିଏ ଟଙ୍କା ରୁ ମଧ୍ୟ ଅଧିକ ଟଙ୍କା ଦାନ କରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *