ହନି ସିଂଙ୍କ ଉପରେ ଲାଗିଲା ମଦକୁ ସପୋର୍ଟ କରିବାର ଆରୋପ, କହିଲେ- ଯଦି ସରକାର ମଦ ଦୋକାନ ଗୁଡିକୁ

ଗୀତ ମାଧ୍ୟମରେ ମଦ ପିଇବା କୁ ସପୋର୍ଟ କରିବାର ଆରୋପ ଲାଗିବା ପରେ ପପ ଷ୍ଟାର ୟୋ ୟୋ ହନି ସିଂ କହିଛନ୍ତି କି ମଦ ସମସ୍ତ ପାର୍ଟି ଓ ପୋଗ୍ରାମର ଅଭିନ୍ନ ଅଂଶ ଏବଂ ଏମିତି ବି କହିଛନ୍ତି କି ଯେଉଁ ଦିନ ସରକାର ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦେବା ବନ୍ଦ କରି ଦେବେ, ସେବେ ମୋ ଗୀତରେ ମଦ ବିଷୟରେ ଚର୍ଚା କରିବା ବନ୍ଦ କରିଦେବି ।

ସେ ନିଜ ନୂଆ ଗୀତ ଲୋକାର ଲଞ୍ଚିଂ ପାଇଁ ମିଡିଆରେ ସାମ୍ନା ସାମ୍ନି ହୋଇଥିଲେ । ତାଙ୍କ ଅନେକ ପୁରୁଣା ଗୀତ ପରି ଏ ଲୋକା ଗୀତରେ ମଧ୍ୟ ମଦ ବିଷୟ ରେ ଚର୍ଚ୍ଚା କରି ଗାଇଥିଲେ ।

କେତେକ ରିପୋର୍ଟ ଅନୁଯାୟୀ ତାଙ୍କୁ କ୍ୟାରିଅରର ଶୀର୍ଷରେ ରହିବା ସମୟରେ, ମଦ ନିଶା କାରଣରୁ ଚିକିତ୍ସା ମଧ୍ୟ ହେବାକୁ ପଡ଼ିଥିଲା । କିନ୍ତୁ ଏସବୁକୁ ମନା କରି ସିଙ୍ଗର ହନି ସିଂ କହିଛନ୍ତି କି, ମୁଁ କେବେବି ମଦ ନିଶା କାରଣରୁ ଚିକିତ୍ସିତ ହୋଇନି । ମୁଁ ଜାଣିଛି ଯେ ମତେ ନେଇ ଓ ମୋ ଲାଇଫକୁ ନେଇ ବିଭିନ୍ନ ପ୍ରକାର ରିପୋର୍ଟ ସାମ୍ନାକୁ ଆସିଛି । ହେଲେ ମୁଁ ଏବେ ମଦ ପିଉନାହିଁ ।

ସେ ପୁଣି କହିଛନ୍ତି କି, ଯେବେ ବି ଆପଣ ପାର୍ଟି କରନ୍ତି ତ, ତା ପଛରେ ମଧ୍ୟ ମଦ ପିଇବା ବଡ଼ କାରଣ ହୋଇଥାଏ । ଆପଣ ଏହାକୁ ଅଣଦେଖା କରିପାରିବେନି । ଏମିତିକି ଆମ ସରକାର ମଧ୍ୟ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦେଉଛନ୍ତି । ଯେଉଁ ଦିନ ସରକାର ଲାଇସେନ୍ସ ଦେବା ବନ୍ଦ କରିବେ, ସେବେ ଗୀତରେ ଏହାର ଚର୍ଚ୍ଚା କରିବା ମଧ୍ୟ ବନ୍ଦ କରିଦେବି । ଗୀତରେ ଲିରିକ୍ସ ପ୍ରୟୋଗ କରିବା କାରଣରୁ ଗାୟକଙ୍କ ଉପରେ ମୋକଦ୍ଦମା ମଧ୍ୟ ଲାଗୁ କରାଯାଇଛି, ଯାହାକୁ ନେଇ ସେ ସୁକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *