“ହିନ୍ଦୁସ୍ତାନ କାଶ୍ମୀର ପଛେ ନେଇଯାଉ ହେଲେ Lata ଙ୍କୁ…” ଭାରତକୁ କିଛି ଏମିତି ନିବେଦନ କରିଥିଲା ପାକିସ୍ତାନ, ପୁରା କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ !

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଲତା ମଙ୍ଗେସ୍କର ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ତାଙ୍କର ପରଲୋକ ଘଟିଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କେବଳ ଲତାଙ୍କର ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୨ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ତେବେ ବନ୍ଧୁଗଣ ସେ ଗତ ଜାନୁୟାରୀ ମାସ ୮ ତାରିଖରେ କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ।

କରୋନାରେ ଚିହ୍ନଟ ହେବା ପରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ହେଲେ ବନ୍ଧୁଗଣ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବାରୁ ଗତ କାଲି ସେ ଆମ ମାନଙ୍କୁ ଛାଡି ଚାଲି ଯାଇଥିଲେ । ତେବେ ବନ୍ଧୁଗଣ ଲତା ଯିବା ପରେ ତାଙ୍କ ସହ ଜଡିତ ଅନେକ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଭାରତ ଓ ପାକିସ୍ତାନ ବିଭାଜନରେ କେବଳ ଗୋଟିଏ ଦେଶ ଦୁଇଖଣ୍ଡ ହୋଇ ନଥିଲା ବରଂ ସଙ୍ଗୀତ ପ୍ରେମୀଙ୍କ ଠାରୁ ସେମାନଙ୍କ ପ୍ରିୟ ଲତା ମଙ୍ଗେସ୍କର ଦୂରେଇ ଯାଇଥିଲେ । ଭାରତ ଓ ପାକିସ୍ତାନର ସମ୍ପର୍କ ଯେତେ ତିକ୍ତ ହେଉ ନା କାହିଁକି ଗୋଟିଏ ଡୋରୀ ଏପରି ଥିଲା ଯାହା ଦୁଇ ଦେଶର ସମ୍ପର୍କକୁ ବାନ୍ଧି ରଖିଥିଲା ଆଉ ସେହି ଡୋରୀ ହେଉଛନ୍ତି ଲତା ମଙ୍ଗେସ୍କର । 

ତେବେ ପାକିସ୍ତାନ ଓ ଭାରତ ମଧ୍ୟରେ ଯେତେ ଦୂରତା ଥିଲେ ମଧ୍ୟ ପାକିସ୍ତାନର ସଙ୍ଗୀତ ପ୍ରେମୀ ନିଜ ଠାରୁ କେବେ ଲତାଙ୍କୁ ଅଲଗା କରିପାରିଲେ ନାହିଁ । ସେମାନେ ଚାହୁଁ ଥିଲେ ଯେମିତି ବି ହେଉ ଲତା ତାଙ୍କ ପାଖକୁ ଆସିଯିବା ଦରକାର ଏଥିପାଇଁ ସେମାନେ କାଶ୍ମୀର ବି ଦେବାକୁ ରାଜି ହୋଇଯାଇଥିଲେ । ହେଲେ ଆଜି ବି ସେ କଥା ମନେ ପଡେ ହିନ୍ଦୁସ୍ତାନ କାଶ୍ମୀର ନେଇ ଯାଉ ହେଲେ ପାକିସ୍ତାନକୁ ଲତା ମଙ୍ଗେସ୍କର ଦେଇ ଦଉ ଏହା ଥିଲା ସେତେବେଳେ ପାକିସ୍ତାନ ବାସୀଙ୍କର ଆକୁଳ ନିବେଦନ ।

ଥରେ ଅଲ ଇଣ୍ଡିଆ ରେଡିଓକୁ ଏକ ଚିଠି ଆସିଥିଲା ଓ ସେଥିରେ ଲେଖା ହୋଇଥିଲା ହିନ୍ଦୁସ୍ଥାନ କାଶ୍ମୀର ନେଇ ଯାଉ ହେଲେ ପାକିସ୍ତାନକୁ ଲତା ମଙ୍ଗେସକର ଦେଇ ଦଉ । ତେବେ ସେହି ସମୟରେ ଏହି ଚିଠି ବୟାନ କରିଥିଲା ପାକିସ୍ତାନ ଓ ଭାରତ ସିନା ଅଲଗା ହେଇଗଲା ହେଲେ ପାକିସ୍ତାନ ବାସୀ ତାଙ୍କର ପ୍ରିୟ ଲତା ଦିଦିଙ୍କୁ ଭୁଲି ପାରି ନଥିଲେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *