କଫ ସମସ୍ଯାରୁ କିପରି ପାଇବେ ମୁକ୍ତି- Dr Ashish Jaiswal

ବନ୍ଧୁଗଣ କଫ ହେଉଛି ଏକ ଏମିତିଆ ସମସ୍ୟା ଯାହା ହେବା ଦ୍ଵାରା କାସ ହୋଇଥାଏ । ହେଲେ ଅଧିକାଂଶ ଲୋକ କଫ ଓ କାସକୁ ଅଲଗା ଅଲଗା ସମସ୍ୟା ଭାବି ଥାନ୍ତି । ଯେତେବେଳେ ଆମେ ଖାଦ୍ୟ ଖାଇଥାଉ ବା ପାଣି ପିଇ ଥାଉ ଯଦି ସେହି ସମୟରେ ତାହା ଆମ ଶ୍ଵାସ ନଳୀରେ ଯାଇଥାଏ ତା ହେଲେ ଆମକୁ କାସ ହୋଇଥାଏ । କାସ ହେଉଛି ଆମ ଶରୀରର ଏକ ପ୍ରାକାରର ରୋଗ ପ୍ରତିଷେଧକ ଆକ୍ଟିଭିଟି । କଫ ସାଧାରଣତଃ ଯେତେବେଳେ ଆମ ଫୁସଫୁସ ବା ଶ୍ଵାସ ନଳୀରେ କିଛି ଇନଫେକସନ ହୋଇଥାଏ ସେତେବେଳେ ଏହା ଆସିଥାଏ ।

ଯେତେବେଳେ ଆମ ଶ୍ଵାସ ନଳୀ ବା ଫୁସଫୁସରେ କୌଣସି ପ୍ରକାରର ବ୍ୟାକ୍ଟେରିଆ, ଭାଇରସ କିମ୍ବା ଫଙ୍ଗସ ଆସିଯାଇଥାଏ ସେତେବେଳେ ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତି ତା ସହ ଲଢିଥାଏ । ସେହି ସମୟରେ ଆମ ଗଳାରେ କଫ ଜମା ହୋଇଯାଇଥାଏ ।  ଯଦି କୌଣସି ବ୍ୟକ୍ତିର କଫ ଜନିତ ସମସ୍ୟା ଅଧିକ ଦିନ ପର୍ଯ୍ୟନ୍ତ ରହିଛି ତା ହେଲେ ଏହା ସେହି ବ୍ୟକ୍ତି ପାଇଁ ଆଗାମୀ ସମୟରେ ଏକ ବଡ ସମସ୍ୟା ହୋଇପାରେ । ଯଦି ଆପଣଙ୍କୁ ଦୁଇ ସପ୍ତାହ ହେବ କାସ ଓ କଫ ହେଉଛି ତା ହେଲେ ଆପଣ ମାନଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ବନ୍ଧୁଗଣ ଆପଣ ମାନେ କିଛି ଘରୋଇ ଉପଚାର କରି ମଧ୍ୟ ନିଜର କାସ ଓ କଫ ଜନିତ ସମସ୍ୟାକୁ ଦୂର କରିପାରିବେ । ସର୍ବ ପ୍ରଥମେ ଆପଣ ମାନେ ଗରମ ପାଣିର ବାମ୍ଫ ନାକ ବାଟରେ ନେଇ ପାରିବେ । ଏହା ସହିତ ଆପଣଙ୍କୁ ନିଜ ଖାଦ୍ୟରେ ହଳଦୀ ଓ ଅଦାର ପ୍ରୟୋଗ ନିଶ୍ଚୟ କରିବା ଉଚିତ । ଯଦି ଆପଣଙ୍କର କଫ ଓ କାସ ଜନିତ ସମସ୍ୟା କୌଣସି ରୋଗ ପାଇଁ ହେଉଛି ତା ହେଲେ ଆପଣଙ୍କୁ ଶ୍ଵାସ ରୋଗ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିବା ଉଚିତ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ମନ ଇଛା କୌଣସି ମେଡ଼ିସିନର ସେବନ କରନ୍ତୁ ନାହିଁ ।

ଏହି ସବୁ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଆପଣ ମାନେ ପ୍ରତିଦିନ ସଖାଳ ସମୟରେ ଯୋଗ ଓ ପ୍ରାଣାୟମ ଆଦି ନିଶ୍ଚୟ କରନ୍ତୁ । ନିଜ ଖାଦ୍ୟ ପେୟର ଧ୍ୟାନ ରଖନ୍ତୁ । ଆପଣ ମାନେ ସଖାଳ ସମୟରେ ଏକ ଗ୍ଳାସ ଉଷୁମ ପାଣିର ସେବନ ନିଶ୍ଚୟ କରନ୍ତୁ । ତା ହେଲେ ବନ୍ଧୁଗଣ କାସ ଓ କଫ ସହ ଜଡିତ ଏହି ସବୁ କଥା ଗୁଡିକୁ ଧ୍ୟାନରେ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *