ହେ ଠାକୁର …କୁନି ପୁଅକୁ ରକ୍ଷା କର, ବୋରୱେଲରେ 50 ଘଣ୍ଟା ପରେ ରାହୁଲ ଏବେ କିପରି ଅଛି ? ଦେଖନ୍ତୁ Video…

ସତରେ ଏ କୁନି ପୁଅର ସାହାସକୁ ମାନିବାକୁ ପଡିବ… ୧୧ ବର୍ଷର କୁନି ପୁଅ ରାହୁଲ… ୮୦ ଫୁଟ ଗଭୀର ଗର୍ତ୍ତରେ ଫସି ରହିଛି …ଆଉ ନିଜେ ଜୀବନ ପାଇଁ ବି ସଂଘର୍ଷ  କରୁଛି । ଗତ ୪୮ ଘଣ୍ଟା ଧରି ବୋରୱେଲରେ ପଡିଥିବା ରାହୁଲକୁ ବଞ୍ଚେଇବା ପାଇଁ ଏବେ ସଂଗ୍ରାମ ଚାଲିଛି । ପରିବାରରେ କାନ୍ଦ ବୋବାଳି ହେଉଥିବା ବେଳେ ସାହାସ ହରେଇନି ବୋରୱେଲରେ ପଡିଥିବା ରାହୁଲ । ବର୍ତ୍ତମାନ ସେ ନିଜେ ବାଲଟିରେ ପାଣି ଭରିବାରେ ସାହାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି ।


ଏହା ସହ ରାହୁଲଙ୍କ ପାଇଁ ଆଗାମୀ ୩-୪ ଘଣ୍ଟା ବେସ ଗୁରୁତ୍ଵପୂର୍ଣ୍ଣ । ଜିଲ୍ଲାପାଳର ସ୍ଵତନ୍ତ୍ର ତତ୍ବାବଧାନରେ ରାହୁଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି । ମେଡିକାଲ ଅଧିକାରୀଙ୍କ ସହ ନିରନ୍ତର ବିଚାର ବିମସ କରାଯାଉଛି । କ୍ୟାମେରାରେ ରାହୁଲଙ୍କ ଗତି ବିଧି ଦେଖା ଯାଉଛି । ରାହୁଲଙ୍କୁ ସୁରକ୍ଷିତ ଭାବରେ ବୋରୱେଲରୁ ବାହାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ।

ଶିଶୁ ପାଖକୁ କଦଳୀ ଫଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠା ଯାଇଛି । ଏପରେ ବୋରୱେଲର କାନ୍ଥରୁ ଅଳ୍ପ ଅଳ୍ପ ପାଣି ଆସୁଛି । ଆଉ ରାହୁଲ ଉପରୁ ଦିଆଯାଇଥିବା ପାତ୍ରରେ ପାଣି ଭରିବାରେ ସହାୟତା କରୁଛି । ଛତିଶଗଡର ଏକ ଗାଁ ବୋରୱେଲରେ ଖସି ପଡିଥିବା ୧୧ ବର୍ଷୀୟ ବାଳକ ରାହୁଲକୁ ଉଦ୍ଧାର କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି । 

ସେଠାରେ ମେଡିକାଲ ଟିମ ନିୟଜୋତ ହେବା ସହ ଅମ୍ଳଜାନ ସିଲିଣ୍ଡର ରଖି ପାଇପ ମାଧ୍ୟମରେ ଅମ୍ଳଜାନ ରାହୁଲଙ୍କ ନିକଟକୁ ପଠା ଯାଉଛି । ଚାରି ପଟରେ ବ୍ୟାରେକେଟ ଲଗାଇ ରାତି ସାରା ଉଦ୍ଧାର କାର୍ଯ୍ୟ ଚାଲିଛି । ରାତିରେ ଉଦ୍ଧାର କାର୍ଯ୍ୟ ଚାଲି ଥିବାରୁ ଆଲୋକି କରଣ ବ୍ୟବସ୍ଥା ମଧ୍ୟ ହୋଇଛି । ଶହ ଶହ ଅଧିକାରୀ ଓ କର୍ମଚାରୀ ଦଳ କ୍ରମାଗତ ଭାବରେ ଟର୍ନେଲ ତିଆରି କାମରେ ଲାଗି ପଡିଛନ୍ତି ।

ସେପଟେ ଏନଡିଆରଏଫ ଟିମ ରାହୁଲ ପଡି ଥିବା ଗାତକୁ ଶୀଘ୍ର ପହଞ୍ଚିବା ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ଛୋଟ ପିଲାଟି ଏବେ କେଉଁ କଷ୍ଟ ପାଉଛି ତାହା ଆପଣ ମାନେ ଜାଣି ପାରୁଥିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *