ହାତୀ ସହ ସେଲଫି ହେଲା କାଳ ! ହାତୀ ପାଦ ତଳୁ ଏମିତି ବଞ୍ଚିଲେ ଯୁବକ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହାତୀ ମାତିଲେ ସେଲଫି ନେବାକୁ ଲୋକ ଧାଇଁଲେ ! ତେବେ ମୟୂରଭଞ୍ଜ ଉଦଳା ରେଞ୍ଜ ଦାମା ସାହି ଶାଗୁଆନ ବଣ ନିକଟରେ ଏପରି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି । ତେବେ ଏହି ଜଙ୍ଗଲରେ ହାତୀ ଓ ଦନ୍ତା ହାତୀ ମଧ୍ୟ ଏଠାରେ ଦେଖିବାକୁ ମିଳିଥାନ୍ତି । ତେବେ ଅନେକ ସମୟରେ ଏହି ଗ୍ରାମର ଆଖାପାଖି ଏରିଆ ହାତୀ ମାନଙ୍କର ପାଦୁର୍ଭାବ ମଧ୍ୟ ଦେଖିବାକୁ ମିଳିଥାଏ ।

ତେବେ ଗତ କାଲି ହାତୀଟି ଏ ଜଙ୍ଗଲ ମଧ୍ୟକୁ ଯିବାର ଦେଖି କିଛି ଲୋକ ଦୁଃସାହସ କରି ତା’ ସହ ସେଲିଫି ନେବାକୁ ଯାଇଥିଲେ। ତେବେ ସେଲଫି ନେବା ସମୟରେ ହାତୀର ନଜର ଲୋକ ମାନଙ୍କ ଉପରେ ପଡିଯାଇଥିଲା । ତେବେ ହାତୀ ତା; ବଡ ବଡ ପାହୁଣ୍ଡ ପକାଇ ଲୋକ ମାନଙ୍କୁ ଗୋଡାଇବା ପାଇଁ ଉଦ୍ୟମ କରିଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ସେଠି ଉପସ୍ଥିତ ଥିବା ଗୋଟିଏ ଲୋକ ଉପରେ ହାତୀଟି ଟାର୍ଗେଟ କରି ତାରି ପଛରେ ହିଁ ହାତୀ ଦୌଡିବାକୁ ଲାଗିଥିଲା ।

ତେବେ ହାତୀଟି ଲୋକ ଆଡକୁ ଦୌଡିଆସୁଥିବାର ଦେଖି ଲୋକଟି ମଧ୍ୟ ପ୍ରାଣ ବିକଳରେ ଦୌଡିବାକୁ ଉଦ୍ୟମ କରିଥିଲା । ହେଲେ ହାତୀର ଦୌଡା ଆଗରେ ଯୁବକ ଜଣଙ୍କର ଦୌଡା ଫେଲ୍ ମାରିଯାଇଥିଲା । ତାପରେ ଲୋକଟି ଘୁଷୁଡି ହୋଇ ମାଟି ମଇଦାନରେ ପଡିଯାଇଥିଲା । ହେଲେ ଯୁବକ ଜଣଙ୍କର ଭାଗ୍ୟ ଟାଣ ଥିବା ହେତୁ ହାତୀର ଗୋଡର ପାହୁଣ୍ଡଟି ଯୁବକ ଜଣଙ୍କ ଉପରେ ନପଡି ଯୁବକ ସାଇଡରେ ପକାଇ ହାତୀଟି ଚାଲିଯାଇଥିଲା ।

ତେବେ ଯୁବକ ଜଣଙ୍କ ହାତୀଟି ସାଇଡ କାଟିକି ଗଲା ପରେ ଜୀବନ ବଞ୍ଚେଇବାକୁ ଯାଇ ଆପ୍ରାଣ ଉଦ୍ୟମ କରି ସେହି ସ୍ଥାନରୁ ଦୌଡି ଦୌଡି ପଳାଇ ଆସିଥିଲେ । ତେବେ ସ୍ଥାନୀୟ ଲୋକଙ୍କର କହିବା ମୁତାବକ ବହୁ ସମୟରେ ଜଙ୍ଗଲ ପାଖ ଗ୍ରାମ ମାନଙ୍କରେ ହାତୀ ମାନେ ଆସି ତାଙ୍କର ପାଦୁର୍ଭାବ ଦେଖାଇ ଲୋକଙ୍କ ଜନଜୀବନରେ ଅସୁବିଧା ଅନିଠାନ୍ତି । ତେବେ ସେଠାରୁ ହାତୀକୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ଓ ପୋଲିସଙ୍କର ଉଦ୍ୟମ ଜାରୀ ରହିଛି ।

ତେବେ ହାତୀ ଭଳି ହିଂସ୍ର ଜନ୍ତୁ ମାନଙ୍କ ସହ ସେଲଫି ନେବା ଭଳି ଦୁଃସାହସିକ କାର୍ଯ୍ୟ କରିବା କେତେ ଯେ ଠିକ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *