ଦେଖନ୍ତୁ Video: ହଠାତ ସମୁଦ୍ରକୁ ଖସି ପଡିଲେ ମହିଳା, ଦେବଦୂତ ସାଜିଲେ ଫଟୋଗ୍ରାଫର, ଏମିତି ବଞ୍ଚେଇଲେ ମହିଳାଙ୍କ ଜୀବନ, ଏବେ ହେଉଛି ବାଃ…ବାଃ…

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି ।

ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓଟିକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ସମ୍ବନ୍ଧରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ମହିଳା ସମୁଦ୍ରକୁ ଖସି ଯାଇଛନ୍ତି ଓ ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ମହିଳା ଜଣକ ପାଣିରେ ଛାଟିପିଟି ହେଉଥିବାର ନଜର ଆସୁଛନ୍ତି । ସେହି ସ୍ଥାନରେ ଥିବା କିଛି ଲୋକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଘଟିଛି ମୁମ୍ବାଇରେ । ଗତକାଲି ଏକ ମହିଳା ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆ ନିକଟରେ ଭ୍ରମଣ କରୁଥିଲେ । ସେହି ସ୍ଥାନରେ ଥିବା ସେଫଟି ୱାଲରେ ବସିଥିବା ବେଳେ ମହିଳା ଜଣକ ହଠାତ ନିୟନ୍ତ୍ରଣ ହରାଇ ଥିଲେ ଓ ସମୁଦ୍ରକୁ ଖସି ପଡିଥିଲେ ।

ଜୀବନ ବିକଳରେ ଉଦ୍ଧାର ପାଇଁ ଚିତ୍କାର କରୁଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଫଟୋଗ୍ରାଫର ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ ଦେଇଥିଲେ । କିଛି ସମୟ ଧରି ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଫଟୋଗ୍ରାଫର ଜଣକ ବେଶ୍‌ ପରିଶ୍ରମ କରିଥିଲେ ।

ଶେଷରେ ସେ ମହିଳାଙ୍କୁ ସମୁଦ୍ରରୁ ଉଦ୍ଧାର ବଞ୍ଚାଇବାରେ ସଫଳ ହୋଇଥିଲେ । ଘଟଣାସ୍ଥଳରେ ଅନ୍ୟ ପର୍ଯ୍ୟଟକମାନେ ବେଶ୍‌ ଭିଡ଼ ଜମାଇଥିଲେ ଏପରିକି ଉଦ୍ଧାର ବେଳେ ରଶି ବଢ଼ାଇ ଉପରକୁ ଆସିବାରେ ମଧ୍ୟ ସେମାନେ ସହଯୋଗ କରିଥିଲେ । ଫଟୋଗ୍ରାଫରଙ୍କ ସାହସିକତା ସମସ୍ତେ ବେଶ୍‌ ପ୍ରଶଂସା କରୁଛନ୍ତି ।


ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣ ମାନେ ଏହି ଘଟଣା ବିଷୟରେ ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ ହେଲେ ଏହା ସତ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଫଟୋ ଗ୍ରାଫର ଙ୍କ ଏମିତି ସାହାସିକତା ପାଇଁ ହୃଦୟାଉ ଗୋଟେ ଲାଇକ ଓ ସେୟାର କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *