10 ବର୍ଷ ପର୍ଯ୍ୟନ୍ତ ଚାଲିଲା ଅଫେୟାର, ଛପା ସାରିଥିଲା କାର୍ଡ, ତଥାପି ହେଇ ପାରିଲା ନାହିଁ Salman-sangeeta ଙ୍କ ବିବାହ, ଏହା ପଛର କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ, ୮୦ ଏବଂ ୯୦ ଦଶକ ର ସୁନ୍ଦରୀ ଅଭିନେତ୍ରୀ ସଂଗୀତା ବିଜଲାନି ବର୍ତ୍ତମାନ ୬୧ ବର୍ଷ ର ହୋଇ ଗଲେଣି । ସଂଗୀତା ସିନେମା ସହ ନିଜ ବାସ୍ତବିକ ଜୀଵନ କୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି ।

୯ ଜୁଲାଇ ୧୯୬୦ ରେ ସଙ୍ଗୀତା ଙ୍କ ଜନ୍ମ ମୁମ୍ବାଇ ରେ ଏକ ସିନ୍ଧି ପରିବାର ରେ ହୋଇଥିଲା । ତେବେ ଆସନ୍ତୁ ଆଜି ତାଙ୍କ ବିଷୟରେ କିଛି କଥା ଆଲୋଚନା କରି ନେବା । ସଂଗୀତା ଆଜି ୬୧ ବର୍ଷ ର ହୋଇଗଲେଣି କିନ୍ତୁ ତଥାପି ଆଜି ମଧ୍ୟ ସେ ସେହି ଭଳି ସୁନ୍ଦର ଦେଖିବାକୁ । ସେ ବହୁତ ଛୋଟ ବୟସ ରୁ ହିଁ ମଡେଲିଙ୍ଗ ଆରମ୍ଭ କରିଥିଲେ ଏବଂ ଅନେକ ବିଜ୍ଞାପନ ପାଇଁ ମଧ୍ୟ କାମ କରିଛନ୍ତି ସେ ।

ସେ ୧୯୮୦ ରେ ମିସ ଇଣ୍ଡିଆ କିତାବ ହାସଲ କରିଥିଲେ । ଏହା ପରେ ସେ ୧୯୮୮ ମସିହାରେ ନିଜ ସିନେମା କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ସିନେମା ଥିଲା କାତିଲ । ଏହା ଭିତରେ ତାଙ୍କର ଦେଖା ସଲମାନ ଙ୍କ ସହିତ ହୋଇଥିଲା ଯିଏ ତାଙ୍କ ଠାରୁ ୬ ବର୍ଷ ସାନ ଥିଲେ ।

ଧୀରେ ଧୀରେ ସେମାନଙ୍କ ସମ୍ପର୍କ ବହୁତ ଘନିଷ୍ଠ ହୋଇ ଗଲା ସଲମାନ ସିନେମା ରେ ପାଦ ରଖିବା ପୂର୍ବରୁ ହିଁ ସଂଗୀତା ଙ୍କ ସହିତ ପ୍ରେମ କରୁଥିଲେ । ତାଙ୍କର ଏହି ସମ୍ପର୍କ ପାଖାପାଖି ୧୦ ବର୍ଷ ଚାଲିଲା ଏମିତି କି ସେମାନଙ୍କ ବାହାଘର ମଧ୍ୟ ଠିକ ହୋଇ ଯାଇଥିଲା କାର୍ଡ ମଧ୍ୟ ଛପା ହୋଇ ଯାଇଥିଲା କିନ୍ତୁ ତାଙ୍କର ବିବାହ ହୋଇ ପାରି ନଥିଲା ।

ଏହା ସଲମାନ ନିଜ ଇଣ୍ଟରଭିଉ ରେ ମଧ୍ୟ କୁହନ୍ତି । ଜାସିମ ଖାନ ଙ୍କ ପୁସ୍ତକ ବିଙ୍ଗ ସଲମାନ ରେ ମଧ୍ୟ ଏହି କଥାର ଉଲ୍ଲେଖ ରହିଛି । ସଙ୍ଗୀତା ମଧ୍ୟ ନିଜ ଇଣ୍ଟରଭିଉ ରେ ଏହା ସତ୍ୟ ବୋଲି କହିଛନ୍ତି । ତେବେ ସୂଚନା ଅନୁସାରେ ତାଙ୍କ ବିବାହ ୧୯୯୪ ମସିହା ୨୭ ମଇ ରେ ହେବାର ଥିଲା । କିନ୍ତୁ ସଲମାନ ଙ୍କ ସମ୍ପର୍କ ଅଭିନେତ୍ରୀ ସୋମି ଅଲି ଙ୍କ ସହ ଥିବା କଥା ଜାଣି ସଙ୍ଗୀତା ରାଗି ନିଜର ସମସ୍ତ ସମ୍ପର୍କ ଭାଙ୍ଗି ଦେଇଥିଲେ ଏବଂ ବିବାହ ମଧ୍ୟ ଭାଙ୍ଗି ଯାଇଥିଲା ।

ଏହା ପରେ ସଂଗୀତା ଭାରତୀୟ କ୍ରିକେଟର ମହମ୍ମଦ ଅଜାହରରୁଦିନ ଙ୍କ ସହ ବିବାହ କରିଥିଲେ କିନ୍ତୁ ଅଜାହର ପୂର୍ବରୁ ବିବାହିତ ଥିଲେ କିନ୍ତୁ ସଂଗୀତା ଙ୍କୁ ଦେଖି ସେ ନିଜ ହୃଦୟ ତାଙ୍କ ଠାରେ ହରାଇ ବସିଥିଲେ ଏବଂ ସେ ନିଜ ପ୍ରଥମ ସ୍ତ୍ରୀ ଙ୍କୁ ଛାଡପତ୍ର ଦେଇ ସଂଗୀତା ଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କର ଏହି ବିବାହ ୨୦୧୦ ରେ ଭାଙ୍ଗି ଯାଇଥିଲା । ସଂଗୀତା ନିଜ କ୍ୟାରିଅର ରେ ତ୍ରିଦେଵ,ଜୁର୍ମ,ଇଜ୍ଜତ,ଖୁନ୍ କା କର୍ଜ,ଯୋଦ୍ଧା,ହାତିମତାୟୀ ଆଦି ସିନେମା ରେ କାମ କରିଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *