ପୁଣି ଆସିଲା ବଡ଼ ଦୁଃଖ ଖବର ! ହାତ ଯୋଡି ସାହାର୍ଯ୍ୟ ମାଗିଲେ ସିରିଏଲ ‘ସିନ୍ଦୁରର ଅଧିକାର’ ର ଅଭିନେତା ଆରବ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ଟିଭି ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଲୋକପ୍ରିୟ ସିରିଏଲ ‘ସିନ୍ଦୁର ର ଅଧିକାର’ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତା ଆରଭଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛି ।

ତେବେ ଏହି ସିରିଏଲର କାହାଣୀ ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରୁଛନ୍ତି । ଏହି ସିରିଏଲରେ ଆରଭ ଓ ଇତିଙ୍କ ଯୋଡିକୁ ମଧ୍ୟ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି । ଆରଭ ଏହି ସିରିଏଲରେ ହିରୋର ଭୂମିକାରେ ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଆରଭ ନିଜ ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ତେବେ ଆରଭଙ୍କ ଅସଲି ନାମ ହେଉଛି ସନୋଜ କୁମାର । ସନୋଜଙ୍କ ଘର ବ୍ରହ୍ମପୁରରେ ଅଛି । ପିଲା ଦିନରୁ ସନୋଜଙ୍କର ପାଠ ପଢିବା ସହ ଅଭିନୟରେ ବହୁତ ରୁଚି ଥିଲା । ସନୋଜ ନିଜ ଅଭିନୟ କାରିୟାରର ଆରମ୍ଭ ୨୦୨୧ ମସିହାରେ ଓଡିଆ ଲୋକପ୍ରିୟ ସିରିଏଲ ‘ସିନ୍ଦୁର ର ଅଧିକାର’ରୁ ଆରମ୍ଭ କରିଥିଲେ ।


ତେବେ ବହୁତ କମ ସମୟ ମଧ୍ୟରେ ସନୋଜ ନିଜର ଜବରଦସ୍ତ ଅଭିନୟ କରି ଅଧିକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ନିଜ ଅଭିନୟ ପାଇଁ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି । ତେବେ ସନୋଜ ତାଙ୍କ ମା, ବାପା ଓ ଭାଇଙ୍କ ସହ ରୁହନ୍ତି । ସନୋଜ ସବୁଠାରୁ ଅଧିକ ତାଙ୍କ ମାଙ୍କୁ ଭଲ ପାନ୍ତି । ସନୋଜଙ୍କର ବାପାଙ୍କ ନାମ ହେଉଛି ରଞ୍ଜିତ କୁମାର । ସନୋଜଙ୍କ ବଡ ଭାଇଙ୍କ ନାମ ହେଉଛି ବିବେକାନନ୍ଦ ସାହୁ ।

ତେବେ ସନୋଜ ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନା ବିବାହ କରିଛନ୍ତି ନା କାହା ସହ ରିଲେସନରେ ଅଛନ୍ତି । ତେବେ ଆରବ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଲାଇଭ ଆସି ଏକ ଦୁଃଖ ଖବର ଶୁଣାଇ ଥିଲେ । ତେବେ ସେ କହିଛନ୍ତି କି ତାଙ୍କ ବନ୍ଧୁ ଯିଏ କି ଜଣେ କ୍ୟାମେରାମ୍ୟାନ ତାଙ୍କର ଏକ ଗାଡି ଦୁର୍ଘଟଣା ହୋଇ ଯାଇଛି ।


ତାଙ୍କ ମୁଣ୍ଡ ରେ ଶକ୍ତ ଆଘାତ ମଧ୍ୟ ଲାଗିଛି । ତେବେ ଏହାର ଚିକିତ୍ସା ପାଇଁ ବହୁତ ପଇସା ଦରକାର ତେଣୁ ସେ ନିଜ ଫ୍ୟାନ ମାନଂକୁ ସାହାର୍ଯ୍ୟ ପାଇଁ ନିବେଦନ କରିଥିଲେ । ତେବେ ଆମେ ପାର୍ଥନା କରୁଛୁ କି ତାଙ୍କ ସାଙ୍ଗ ଖୁବ ଶୀଘ୍ର ଭଲ ହୋଇ ଯାଆନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *