ଶ୍ରୀ ମନ୍ଦିର ଚୁଲିଭଙ୍ଗା ଘଟଣା ! CCTV ରୁ ମିଳିଲା ଭୟଙ୍କର ତଥ୍ୟ ! ପ୍ରତ୍ଯେକ୍ଷଦର୍ଶୀ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଶ୍ରୀ ମନ୍ଦିର ରୋଷେଇ ଘର ଚୁଲା ଭଙ୍ଗା ଘଟଣାର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନୀଲ ବଂଶଲ । ଗତ ସନ୍ଧ୍ୟାରେ ଦୁହେଁ ପହଞ୍ଚି ରୋଷେଇ ଘର ବୁଲି ଦେଖିଥିଲେ ଓ ଏହା ସହ ଶ୍ରୀ ମନ୍ଦିର ପ୍ରଶାସନ ନିଜ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସେହି ଏତଲା ଆଧାରରେ ସିସିଟିଭି ଯାଞ୍ଚ କରାଯାଉଛି । ପୋଲିସ ଓ ଶ୍ରୀ ମନ୍ଦିର ପ୍ରଶାସନ ଉଭୟ ଘଟଣାର ଯାଞ୍ଚ କରୁଛନ୍ତି ।

ପାଞ୍ଚ ଜଣିଆ ଟିମ ଦ୍ଵାରା ତଦନ୍ତ ହେଉଥିବା ଏସପି କହିଛନ୍ତି । ସିସିଟିଭିରୁ କିଛି ସୁରାଗ ମିଳିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ରାତିରେ ଜଣେ କେହି ସେଠାରେ ଲୁଚି ରହି ଏଭଳି କାମ କରିଛି ବୋଲି କୁହାଯାଉଛି । ଯାହା ଜଣା ପଡୁଛି ରୋଷେଇ ଚୁଲା ଭାଙ୍ଗିବା ପଛରେ କିଛି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନାହିଁ । ତେବେ ବିଳମ୍ବିତ ରାତିରେ କେଉଁଠୁ ଆସିଲେ ଦୁର୍ବୁତ୍ତ କଣ ଥିଲା ତାର ଗତିବିଧି ।

ସିସିଟିଭିରେ କଣ ସବୁ ସୁରାଗ କଏଦ ହୋଇଛି ଏଥିଲାଗି ଆଲୋଚନା କରିଛନ୍ତି ମହାସୁଆର ନିଯୋଗ ସଭାପତି ବୈଦନାଥ ମହାସୁଆ । ବ୍ରମ୍ହାଣ୍ଡ କର୍ତ୍ତାଙ୍କର ଶ୍ରୀ ମନ୍ଦିର ସୁରକ୍ଷା ବଳୟ ଭିତରେ ରାତି 1.15 ମିନିଟ ସମୟରେ କେମିତି ଗଲା ଶ୍ରୀ ମନ୍ଦିର ଭିତରକୁ ଦୁର୍ବୁତ୍ତ । ବୈଦନାଥଙ୍କ ମତରେ, 1.15ରେ ଭୋଗ ମଣ୍ଡପ ଦୁଆର ସିସିଟିଭି କ୍ୟାମେରାରେ ସେ ଦୁର୍ବୁତ୍ତ ଦେଖା ଯାଇଛି ।

ସେ ଏକୁଟିଆ ଆସିଥିଲା ତାର ଶରୀରରେ ହଳଦୀ ଲାଗିଥିଲା ଆଉ ତାର ଦେହରେ ବହୁତ ଝାଳ ମଧ୍ୟ ବାହାରୁଥିବାର ଦେଖିବାକୁ ମିଳିଛି । ସେ ନାଟ ମଣ୍ଡପରେ ଯାଇ ପ୍ରଥମେ ପହଞ୍ଚି ଥିଲା ଏହା ପରେ ସେ ଗରୁଡ ଖମ୍ବ ପାଖକୁ ଆସିଥିଲା ତା ପରେ ସେ କୁଆଡେ ଗଲା କିଛି ଜଣା ପଡିଲା ନାହିଁ କାରଣ ମୁଁ ସେହି ସମୟରେ ବାହାରକୁ ଆସିଥିଲି ।

ହେଲେ ତା ପରେ ଦେଖା ଗଲା ତିନି ଜଣ ବ୍ୟକ୍ତି 22 ପାହାଚରେ ତାର ପଛେ ପଛେ ଯାଉଥିବାର ଦୃଶ୍ୟ ଆମେ ଦେଖିଛୁ । ଦୁର୍ବୁତ୍ତ ଜଣକ ଯେଉଁ ଭଳି ଯାଉଥିଲା ତାର ମାନସିକ ସ୍ଥିତି ଠିକ ନଥିଲା ବୋଲି ବୈଦନାଥ କହିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ପୋଲିସ ଏହାର ତଦନ୍ତ କରୁଛି ଓ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *