ଭଜ୍ଜି ପ୍ରତିଦିନ ୫୦୦୦ ଗରିବଙ୍କୁ ରାଶନ ଦେବେ , କହିଲେ କ୍ରିକେଟତ ବହୁତ ଦେଇଛି, ଏବେ ସମୟ ଆସିଛି…

ଟିମ ଭାରତର ପୂର୍ବ ଅଫ ସ୍ପିନର ହରଭଜନ ସିଂହ ଏବଂ ତାଙ୍କ ସ୍ତ୍ରୀ ଗୀତା ବସରା ପ୍ରତିଦିନ ଜଲଂଧର ର ୫୦୦୦ ଗରିବ ପରିବାରକୁ ଖାଇବାକୁ ଦେବେ । କରୋନାର ସଙ୍କଟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ସେଲିବ୍ରିଟି ଆଗକୁ ଆସୁଛନ୍ତି ଯେଉଁଥିରେ ହରଭଜନ ସିଂହଙ୍କ ନାମ ବି ଅଛି । ଭଜ୍ଜି କିଛି ଫଟୋ ଶେୟାର କରିବା ସମୟରେ ଲେଖିଛନ୍ତି -ପ୍ରଭୁ କେବଳ ସାହସ ଦିଅ । ଗୀତା ବସରା ଏବଂ ମୁଁ ନିଷ୍ପତ୍ତି ନେଇଛୁ କି ଆମେ ଆଜି ଠାରୁ ୫୦୦୦ ପରିବାରକୁ ରାଶନ ଦେବୁ । ଭଗବାନ ସମସ୍ତଙ୍କର ରକ୍ଷା କରନ୍ତୁ ।

ସେ ଇଂଷ୍ଟାଗ୍ରାମରେ ମେସେଜ କରିଛନ୍ତି କି ଜଲଂଧରରେ ଯେଉଁ ଅସହାୟ ଲୋକମାନେ ଏହି କଠିନ ସମୟରେ ତାଙ୍କ ପରିବାରକୁ ଖାଇବାକୁ ଦେଇପାରୁ ନାହାଁନ୍ତି ଆମେ ସେମାନଙ୍କ ପାଖରେ ରାଶନ ପହଞ୍ଚାଇବୁ । ଆମେ ସେମାନଙ୍କର ଅସୁବିଧା ଦୂର କରିବା ପାଇଁ ଚେଷ୍ଟା କରିବୁ ।

ଭଜ୍ଜି କହିଛନ୍ତି ଆମେ ୫କିଲୋ ଚାଉଳ ,ଅଟା, ତେଲ ଓ ଆବଶ୍ୟକୀୟ ଜିନିଷ ଦେବୁ । କ୍ରିକେଟ ମତେ ଏତେ କିଛି ଦେଇଛି ତା ବଦଳରେ ମୁଁ କିଛି ତ କରିପାରିବି । ମୁଁ ଚାହୁଁଛି କି ମୁଁ ଯାହା ସାହାଯ୍ୟ କରିବି ତାହା ସିଧା ଲୋକଙ୍କ ପାଖରେ ପହଞ୍ଚୁ ଏଥିପାଇଁ ମୁଁ ପଞ୍ଜାବ ପୋଲିସ ଏବଂ ନିଜ ସାଙ୍ଗ ମାନଙ୍କୁ ଧନ୍ୟବାଦ ଦେଉଛି । ଏବେ ଆହୁରି ବି କିଛି କରିବା ବାକି ଅଛି ।

ସୌରଭ ଗାଙ୍ଗୁଲି ଶନିବାର ଦିନ ଇସ୍କନ ର କୋଲକାତା ସେଣ୍ଟରରେ ପହଞ୍ଚି ୧୦ ହଜାର ଅସହାୟ ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଛନ୍ତି । ସୌରଭ ଗାଙ୍ଗୁଲି କରୋନା ସହିତ ଲଢିବାରେ ଲୋକଙ୍କର ଭୋକ ମେଣ୍ଟାଉଛନ୍ତି । ଭାରତର ପୂର୍ବ କ୍ରିକେଟ କ୍ୟାପଟେନ ମାକ୍ସ ପିନ୍ଧି ଇସ୍କନ ଆସି ସାହାଯ୍ୟ ପାଇଁ କହିଥିଲେ ଏବଂ ସେ ଏହାକୁ ଶନିବାର ଦିନ ପୁରା କରିଥିଲେ ।

ଇସ୍କନ କୋଲକାତାର ପ୍ରବକ୍ତା ଏବଂ ଉପାଧ୍ୟକ୍ଷ ରାଧାରମନ ଦାସ କହିଛନ୍ତି -ଆମେ ପ୍ରତିଦିନ ୧୦ ହଜାର ଲୋକଙ୍କ ପାଇଁ ଖାଇବା ବନାଉଛୁ ଏଥିରେ ସୌରଭ ଦା ଆମର ସାହାଯ୍ୟ କରୁଛନ୍ତି ଏବଂ ଏବେ ଆମେ ପ୍ରତିଦିନ ୨୦୦୦୦ ଲୋକଙ୍କୁ ଖାଇବାକୁ ଦେଉଛୁ । ତାଙ୍କର ଏହି ସାହାଯ୍ୟ ପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ।

 

ସୌରଭ କହିଛନ୍ତି କି ସମାଜଙ୍କୁ ସବୁବେଳେ ସାହାଯ୍ୟ କରନ୍ତୁ । ସୌରଭ ଗାଙ୍ଗୁଲି ଏହା ପୂର୍ବରୁ ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର ମଠରେ ୨୫ବର୍ଷ ପରେ ଦର୍ଶନ କରିବା ପାଇଁ ପହଞ୍ଚି ଥିଲେ ଏବଂ ସେଠାରେ ୨୦ହଜାର କିଲୋ ଚାଉଳ ଦାନ କରିଥିଲେ । ସୌରଭ ଗାଙ୍ଗୁଲି ଏହା ପୂର୍ବରୁ ୫୦ଲକ୍ଷ ଟଙ୍କାର ଚାଉଳ ବି ଦାନ କରିଛନ୍ତି । ଆଶା କରୁଛୁ ଆପଣଙ୍କୁ ଏହା ପସନ୍ଦ ଆସିଥିବ, ଭଲ ଲାଗିଲେ ସେୟାର କରି ପେଜକୁ ଲାଇକ କରନ୍ତୁ ଓ ଅନେକ ଅପଡେଟ ପାଇବା ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *