ହନୁମାନ ହୋଇଥିବା ଦାରା ସିଂହ ରାମାୟଣଙ୍କୁ ନେଇ କହିଥିଲେ ନିଜର ଅନ୍ତିମ ଇଚ୍ଛା- ସଂସାର ଛାଡିବା ପୂର୍ବରୁ ମୋତେ ଥରେ

୮୦ ଦଶକର ପ୍ରସିଦ୍ଧ ଟିବି ସିରିୟଲ ରାମାୟଣ ବର୍ତ୍ତମାନ ଦିନରେ ପୁଣିଥରେ ପ୍ରସାରିତ କରାଯାଉଛି । ଦୂରଦର୍ଶନରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ରାମାୟଣ ବର୍ତ୍ତମାନ ସମୟରେ ଟିଆରପିରେ ସମସ୍ତଙ୍କୁ ପଛରେ ଛାଡି ଦେଇଛି । ରାମାୟଣଙ୍କୁ ଲୋକମାନଙ୍କ ପୁଣି ଥରେ ସେମିତି ହିଁ ଭଲ ପାଇବା ମିଳୁଛି ଯେମିତି ଆଜି ଠାରୁ ୩୪ ବର୍ଷ ପୂର୍ବେ ମିଳୁଥିଲା । ରାମାୟଣରେ ହନୁମାନଙ୍କ ଚରିତ୍ରକୁ ପରଦାରରେ ନିଭାଇ ଥିବା ଅଭିନେତା ଦାରା ସିଂହ ଅଟନ୍ତି ।

କିନ୍ତୁ ଦାରା ସିଂହ ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି କିନ୍ତୁ ଲୋକମାନେ ଆଜି ବି ନିଜ ହୃଦୟରେ ତାଙ୍କର ଛବିକୁ ରଖିଛନ୍ତି । ମରିବା ପୂର୍ବରୁ ସେ ରାମାୟଣଙ୍କୁ ନେଇ ନିଜର ଅନ୍ତିମ ଇଚ୍ଛା କହିଥିଲେ । ଏହାକୁ ନେଇ ତାଙ୍କର ପୁଅ ବିନ୍ଦୁ ଦାରା ସିଂହ ପୁରୁଣା ରହସ୍ୟ ଖୋଲିଲେ । ବିନ୍ଦୁ ଏଂଟରଟେନମେଂଟ ପୋର୍ଟଲ ବଲୀଉଡ ଲାଇଫ ସହିତ କଥାବାର୍ତ୍ତା କରି କହିଲେ କି ତାଙ୍କ ପିତା ଦାରା ସିଂହ ମରିବା ପୂର୍ବରୁ ପୁଣି ଥରେ ରାମାୟଣ ଦେଖିବାର ଇଚ୍ଛା ଜାହିର କରିଥିଲେ ।

ଦାରା ସିଂହଙ୍କ ସେହି ଇଚ୍ଛାକୁ ପରିବାର ଲୋକମାନେ ପୁରା ବି କରିଲେ । ବିନ୍ଦୁଙ୍କ ଅନୁସାରେ ଯେତେବେଳେ ସେ ରାମାୟଣ ଦେଖିବା ଆରମ୍ଭ କରୁଥିଲେ ତ ଏକା ସହିତ ବହୁତ ଏପିସୋଡ୍ସ ଦେଖୁଥିଲେ । ଏମିତିରେ ଦାରା ସିଂହ ରାମାୟଣରେ ହନୁମାନ ଚରିତ୍ର କରି ଅମର ହୋଇସାରିଛନ୍ତି । ହନୁମାନର ଅଭିନୟରେ ତାଙ୍କୁ ଯେତିକି ଭଲ ପାଇବା ମିଳିଛି କହିବାକୁ ଗଲେ ସେମିତି ଭଲ ପାଇବା ଅନ୍ୟ କାହାକୁ ବି ମିଳି ନ ଥିବ ।

ଦାରା ସିଂହ ତିନି ଥର ପରଦା ଉପରେ ହନୁମାନର କିରଦାର କରିସାରିଛନ୍ତି । ସର୍ବ ପ୍ରଥମେ ସେ ୧୯୭୬ରେ ଆସିଥିବା ଫିଲ୍ମ ଜୟ ବଜରଙ୍ଗ ବଲିରେ ହନୁମାନ ହୋଇଥିଲେ । ଏହା ପରେ ସେ ରାମାନନ୍ଦ ସାଗରଙ୍କ ରାମାୟଣରେ ହନୁମାନ ହୋଇଥିଲେ । ତୃତୀୟ ଥର ସେ ବୀଆର ଚୋପଡ଼ାଙ୍କ ଟିଭି ଶୋ ମହାଭାରତରେ ବି ହନୁମାନର ରୋଲ କରିଥିଲେ । ଦାରା ସିଂହ ବହୁତ ବଲୀଉଡ ଓ ପଞ୍ଜାବୀ ଫିଲ୍ମରେ ବି କାମ କରିଛନ୍ତି । କିନ୍ତୁ ଶେଷ ସମୟ ପର୍ଯ୍ୟନ୍ତ ଲୋକମାନେ ତାଙ୍କୁ ହନୁମାନ ରୋଲରେ ଅଧିକ ମନେ ରଖିଛନ୍ତି । ଦାରା ସିଂହ ଶେଷ ଥର ଇମ୍ତିୟାଜ ଅଲୀଙ୍କ ଫିଲ୍ମ ‘ଜବ ୱି ମେଟ’ରେ ନଜର ଆସିଥିଲେ । ଏହା ପରେ ତାଙ୍କର ନିଧନ ହୋଇଗଲା । ଆଶା କରୁଛୁ ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥିବ, ଯଦି ଭଲ ଲାଗିଛି ଏହାକୁ ଶେୟାର କରି ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *