ଦ୍ରୁତଗାମୀ ଟ୍ରେନ ବି ଏହି ଚମତ୍କାରୀ ମନ୍ଦିରର ଆଗରେ କରିଥାଏ ପ୍ରଣାମ, ଜାଣନ୍ତୁ ପୁରା ଘଟଣା

ଆମେ ସର୍ବଦା କହିଥାଉ କି ଆଜିକାଲି ଯୁଗ ଆଧୁନିକ ଯୁଗ ହୋଇ ଯାଇଛି । ସମୟ ବହୁତ ଆଗକୁ ଚାଲି ଯାଇଛି । କିନ୍ତୁ ଏହା ସତ୍ତ୍ୱେ ବି ବର୍ତ୍ତମାନ ସମୟରେ ସମସ୍ତେ ପଥରର ମୂର୍ତ୍ତି ଉପରେ ଆଖି ବନ୍ଦ କରି ବିଶ୍ଵାସ କରୁଛନ୍ତି । ଯେତେବେଳେ ମଣିଷ ପାଖରେ ସମସ୍ତ ରାସ୍ତା ବନ୍ଦ ହୋଇଯାଏ ତେବେ ସେ ସେହି ପଥରର ମୂର୍ତ୍ତି ପାଖକୁ ଏକ ଆଶା ନେଇ ଯାଇଥାଏ ଓ ହାତ ଯୋଡି ପ୍ରାର୍ଥନା କରିଥାଏ କି ଭଗବାନ ଆପଣ ମୋର ସମସ୍ତ ଦୁଃଖର ସମାଧାନ କରି ଦିଅନ୍ତୁ ଓ ମୋତେ ଖୁସି ପ୍ରଦାନ କରନ୍ତୁ ଓ ଏହି ଆଶା ହିଁ ସେହି ପଥର ମୂର୍ତ୍ତି ଭିତରେ ଜୀବନ ଭରିଦିଏ ଓ ଏହି ଆଧୁନିକ ଯୁଗରେ ବି ଏହି କଥା ବି ଅନୁଭବ ହୋଇଥାଏ କି ଭଗବାନ ସବୁ ସ୍ଥାନରେ ଅଛନ୍ତି ।

ଟ୍ରେନ ବି ଧୀରେ ଚାଲିଥାଏ

ଆପଣ ବହୁତ ଚମତ୍କାରୀ ମନ୍ଦିର ଦେଖିଥିବେ ଓ ତାହା ବିଷୟରେ ଶୁଣିଥିବେ, ଯେଉଁଠି ଆପଣଙ୍କୁ ଦୈବୀଶକ୍ତି ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଚମତ୍କାରୀ ମନ୍ଦିର ବିଷୟରେ କହିବାକୁ ଯାଉଛୁ । ଯେଉଁଠି ପ୍ରତ୍ୟେକ ମନୁଷ୍ୟ ଏହି କଥାକୁ ମାନନ୍ତି କି ଏହି ମନ୍ଦିର ବହୁତ ଚମତ୍କାରୀ ଅଟେ । ଏହା ଛଡା ସେହି ମନ୍ଦିର ପାଖ ଦେଇ ଯେତେବେଳେ ବି କୌଣସି ଦ୍ରୁତଗାମୀ ଟ୍ରେନ ଯାଇଥାଏ ତେବେ ତାହା ଆପେ ଆପେ ଧୀରେ ଚାଲିଯାଏ । ଏମିତି ଲାଗିଥାଏ କି ସେହି ଟ୍ରେନ ରହି ରହି ସେହି ମନ୍ଦିରକୁ ପ୍ରଣାମ କରୁଛି ।

ଚମତ୍କାରୀ ହନୁମାନ ମନ୍ଦିର

ମଧ୍ୟପ୍ରଦେଶର ଶାଜାପୁର ସ୍ଥିତ ବୋଲାଈ ଗ୍ରାମରେ ଏହି ମନ୍ଦିର ଦେଖିବାକୁ ମିଳିବ । ଏଠି ଏକ ହନୁମାନଙ୍କ ମନ୍ଦିର ଅଛି । ଯେଉଁଠି ସ୍ପୀଡରେ ଆସୁଥିବା ଟ୍ରେନ ବି ସ୍ଲୋ ହୋଇଯାଏ । ଏହା ଛଡା ଏହି ମନ୍ଦିରରେ ଭବିଷ୍ୟତରେ ହେବାକୁ ଥିବା ଅଘଟଣର ସଂକେତ ବି ଲୋକମାନଙ୍କୁ ପୂର୍ବରୁ ମିଳିଯାଏ । ଏହି ମନ୍ଦିରକୁ ଶ୍ରୀ ସିଦ୍ଧ ବୀର  ଖେଡ଼ାପତି ହନୁମାନ ମନ୍ଦିର ନାମରେ ଲୋକମାନେ ଜାଣିଛନ୍ତି । ଆପଣ ବି ଏହି ଚମତ୍କାରୀ ମନ୍ଦିରର ଦର୍ଶନ ପାଇଁ ନିଶ୍ଚିତ ଆସନ୍ତୁ ଓ ଶ୍ରଦ୍ଧାର ସହିତ ହନୁମାନଙ୍କ ଚମତ୍କାରକୁ ବି ଦେଖନ୍ତୁ ।

Leave a Reply

Your email address will not be published. Required fields are marked *