ବିଜୁଳିର ଝଟକା ଲାଗିବା ମାତ୍ରେ ହିଁ କରନ୍ତୁ ଏହି କାମ, ବଞ୍ଚିଯିବ ଜୀବନ

ବର୍ତ୍ତମାନର ଜମାନରେ କୌଣସି ବି କାମ ବିଜୁଳି ବିନା ହୋଇ ନ ଥାଏ । ବିନା ବିଜୁଳିରେ ଗୋଟିଏ ଦିନ ରହିବା ବି ବହୁତ କଷ୍ଟ ଅଟେ । ଯେଉଁଠି ଗୋଟିଏ ପଟେ ବିଜୁଳି ଆମର ବହୁତ କାମକୁ ସହଜ କରିଦିଏ ଅନ୍ୟ ପଟେ ବେଳେ ବେଳେ ଏହା ବହୁତ ଭୟଙ୍କର ବି ହୋଇଥାଏ । ବିଜୁଳି ଭିତରେ ଜବରଦସ୍ତ ପାୱାର ଥାଏ ଯାହା କୌଣସି ବି ବ୍ୟକ୍ତିକୁ ଆହତ କରିବା ଓ ତାହାର ଜୀବନ ନେବାର ଶକ୍ତି ରଖିଥାଏ । ଏମିତିରେ ଆମକୁ ବିଜୁଳିକୁ ନେଇ କିଛି ସାବଧାନ ରହିବା ଉଚିତ ।

କହିବାକୁ ଗଲେ ଓଦା ହାତରେ କେବେ ବି ବିଜୁଳିର ତାର କିମ୍ବା ସୁଇଚକୁ ଧରିବା ଉଚିତ ନୁହେଁ । ଯଦି ଆପଣ ବିଜୁଳି ତାରକୁ ଯୋଡିବାର କାମ କରୁଛନ୍ତି ତେବେ ପ୍ରଥମେ ପାୱାର କଟ କରି ନିଅନ୍ତୁ । ଏହା ଛଡା ଘରେ କୌଣସି ବି ତାରକୁ ଖୋଲା ଛାଡିବା ଉଚିତ ନୁହେଁ । ତାକୁ ବ୍ଲାକଟେପ ଦ୍ଵାରା କଭର କରି ଦେବା ଉଚିତ କିମ୍ବା ନୂଆ ତାର ଲଗାଇବା ଉଚିତ । ବିଜୁଳି ସହ ସମ୍ବନ୍ଧିତ କୌଣସି ବି କାର୍ଯ୍ୟ କରିବା ସମୟରେ ସ୍ଳିପର ବି ପିନ୍ଧିବା ଉଚିତ । ଏହି ସବୁ କଥାକୁ ଧ୍ୟାନ ରଖିବା ଦ୍ଵାରା ହିଁ ଆପଣ କରେଣ୍ଟ ଲାଗିବା ଠାରୁ ଦୂରେଇ ରହି ପାରିବେ ।

କିନ୍ତୁ କେତେ ଥର ସାବଧାନ ରହିବା ସତ୍ତ୍ୱେ ବି ଲୋକମାନଙ୍କୁ କରେଣ୍ଟ ଲାଗିଯାଏ । ଏମିତିରେ ଯଦି ଆପଣ ନିଜ ସାମ୍ନାରେ କୌଣସି ବ୍ୟକ୍ତିକୁ କରେଣ୍ଟ ଲାଗିବାର ଦେଖୁଛନ୍ତି ତେବେ କିଛି ବିଶେଷ କଥା ପ୍ରତି ଧ୍ୟାନ ରଖନ୍ତୁ । ଏହି ସମୟରେ ଯଦି ଆପଣ ସଠିକ ପଦକ୍ଷେପ ନେବେ ତେବେ ସେହି ବ୍ୟକ୍ତିର ଜୀବନ ବଞ୍ଚି ପାରିବ । କିନ୍ତୁ ଭୁଲ ପଦକ୍ଷେପ ନେବା ଦ୍ଵାରା ଆପଣଙ୍କୁ ବି କରେଣ୍ଟ ଲାଗି ପାରେ । ଏମିତିରେ ଯଦି କୌଣସି ବ୍ୟକ୍ତିକୁ କରେଣ୍ଟ ଲାଗିଯାଏ ତେବେ କଣ କରିବା ଉଚିତ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧. ଯେତେବେଳେ ବି କୌଣସି ବ୍ୟକ୍ତିକୁ କରେଣ୍ଟ ଲାଗିବ ତ ଆପଣ ସର୍ବ ପ୍ରଥମେ ତାକୁ କରେଣ୍ଟ ଲାଗୁଥିବା ସୋର୍ସରୁ ଅଲଗା କରନ୍ତୁ । ଏଥିପାଇଁ ଧ୍ୟାନ ରଖନ୍ତୁ କି ଆପଣ ସେହି ବ୍ୟକ୍ତିକୁ ନିଜ ହାତ କିମ୍ବା ଲୁହାର କୌଣସି ଜିନିଷ ଦ୍ଵାରା ହଟାଇବାକୁ ଚେଷ୍ଟା କରିବେ ନାହିଁ । ନଚେତ ଆପଣଙ୍କୁ କରେଣ୍ଟ ଲାଗିବ । ପୀଡିତ ବ୍ୟକ୍ତିକୁ କରେଣ୍ଟରୁ ଅଲଗା କରିବା ପାଇଁ କାଠ କିମ୍ବା ଏମିତି କୌଣସି ଜିନିଷର ବ୍ୟବହାର କରନ୍ତୁ ଯେଉଁଥିରେ କରେଣ୍ଟ ପାସ କରି ନଥାଏ ।

୨. କରେଣ୍ଟ କାରଣରୁ ଯଦି କୌଣସି ବ୍ୟକ୍ତି ବେହୋସ ହୋଇ ଯାଉଛି ତେବେ ଆପଣ ନିଜ ପାଟି ଦ୍ଵାତା ତାକୁ ନିଶ୍ଵାସ ଦିଅନ୍ତୁ ଓ ତାହାର ଛାତିକୁ ବାରମ୍ବାର ଦାବନ୍ତୁ । ନିଶ୍ଵାସ ଦେବା ଦ୍ଵାରା ତା’ର ଶରୀରରେ ଅକ୍ସିଜେନ ସଞ୍ଚାଳିତ ହେଉଥିବ । ଯେତେବେଳେ କି ଛାତିକୁ ଦବାଇବା ଦ୍ଵାରା ତାହାର ନିଶ୍ଵାସ ସାମାନ୍ୟ ମାତ୍ରାରେ ଚାଲିଥାଏ ।

୩. କରେଣ୍ଟ ଲାଗିଥିବା ବ୍ୟକ୍ତି ଉପରେ ପାଣି ଛିଞ୍ଚନ୍ତୁ ଓ ତାଙ୍କର ଯଦି ରକ୍ତ ବାହାରୁଛି ତେବେ ସେହି ରକ୍ତକୁ ରୋକିବାକୁ ଚେଷ୍ଟା କରନ୍ତୁ ।

୪. କରେଣ୍ଟ ଲାଗିଥିବା ବ୍ୟକ୍ତିର ଯେତେବେଳେ ହୋସ ଆସିଯିବ ତେବେ ସଙ୍ଗେ ସଙ୍ଗେ ତାକୁ ଖାଦ୍ୟ କିମ୍ବା ପାଣି କିଛି ବି ଦିଅନ୍ତୁ ନାହିଁ । ସେହି ବ୍ୟକ୍ତି ଜଣକ ନିଜକୁ ଅଳ୍ପ ସୁସ୍ଥ ମନେ କରିବା ପରେ ତାଙ୍କୁ କିଛି ଖାଦ୍ୟ ଜିନିଷ ଦିଅନ୍ତୁ ।

୫. ଯଦି ମାମଲା ଗମ୍ଭୀର ଅଛି ତେବେ ବ୍ୟକ୍ତିକୁ ହସ୍ପିଟାଲ ନେଇ ଯାଆନ୍ତୁ । ଲେଖାଟିକୁ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜ ଲାଇକ କରିବେ ।

Leave a Reply

Your email address will not be published. Required fields are marked *