ହାତରେ ମେହେନ୍ଦି ଜାଗାରେ ଧରିଲେ ଲାଠି, ଏହି ଝିଅ ବିବାହ ପୂର୍ବରୁ ନିଭାଇଲେ ବର୍ଦିର କର୍ତ୍ତବ୍ୟ

ସଂପୂର୍ଣ୍ଣ ଦେଶରେ କରୋନା ଭାଇରସ ପାଇଁ ଲକଡାଉନ କରା ଯାଇଛି ।ଏହି ସମୟରେ କିଛି ଏମିତି ଲୋକଙ୍କ ବିଷୟରେ ଶୁଣିବାକୁ ମିଳୁଛି ଯିଏ କି ଏହି ବିପଦ ସମୟରେ ନିଜର ଜୀବନ ଏବଂ ଶାରୀରିକ କଷ୍ଟ କୁ ଭୁଲି ଦେଶ ଏବଂ ଲୋକଙ୍କର ସେବା କରୁଛନ୍ତି । ଗତ ଦିନରେ ଗର୍ଭବତୀ ମହିଳା ସଫେଇ କର୍ମଚାରୀ ନିଷ୍ଠାରେ ସେବା କରିବା ପରେ ସେମିତି ଜଣେ ମହିଳା ପୋଲିସ କର୍ମୀଙ୍କ କଥା ସାମ୍ନାକୁ ଆସିଛି ଯିଏ ନିଜ ହାତରେ ମେହେନ୍ଦି ଲଗାଇବା ବଦଳରେ ଡିୟୁଟିକୁ ବାଛିଲେ । ତାହେଲେ ଚାଲନ୍ତୁ ଜାଣିବା ସେହି ମହିଳା ପୋଲିସକର୍ମୀଙ୍କ ବିଷୟରେ ।

ଉତ୍ତରାଖଣ୍ଡର ଋଷିକେଶରେ କାର୍ଯ୍ୟରତ ସବ ଇନ୍ସପେକ୍ଟର ସାହିଦା ପରବୀନଙ୍କର ଏପ୍ରିଲ ମାସରେ ବବାହ ହେବାର ଥିଲା କିନ୍ତୁ କରୋନା ପାଇଁ ହେଉଥିବା ଲକଡାଉନରେ ତାଙ୍କ ବିବାହ ଅଟକିଗଲା । ଏଥି ମଧ୍ୟରେ ନିଜ କର୍ତ୍ତବ୍ୟକୁ ମନେ ପକାଇ ସେ ନିଷ୍ପତ୍ତି ନେଲେ କି କରୋନାକୁ ହରାଇବା ପରେ ସେ ବିବାହ କରିବେ ।

୫ ଏପ୍ରିଲରେ ସାହିଦାଙ୍କର ବିବାହ ହେବାକୁ ଥିଲା କିନ୍ତୁ ସେ ନିଜର ଡିୟୁଟି ପାଇଁ ବିବାହକୁ ଅଟକାଇ ଦେଲେ । ସେ ଏବେ ମୁନିକୋରତି ଥାନାରେ ନିଯୁକ୍ତ ଅଛନ୍ତି । ତାଙ୍କର ବିବାହ ଲକ୍ସର ଜିଲ୍ଲା ହରିଦ୍ଵାର ନିବାସୀ ସାହିଦ ଶାହାଙ୍କ ପୁଅ ଗୁଲାମ ସାବିରଙ୍କ ସହିତ ୫ଏପ୍ରିଲରେ ଠିକ ହୋଇଥିଲା । ସାହିଦା ବର୍ତ୍ତମାନ ହରିଦ୍ଵାର ରେଲୱେରେ ଟିଟିଇ ପଦରେ କାମ କରୁଛନ୍ତି । ଦୁଇଜଣଙ୍କ ପରିବାରବିବାହ ପାଇଁ ସବୁ ପ୍ରସ୍ତୁତି କରିସାରି ଥିଲେ ।

ସାହିଦା ବିବାହ ପାଇଁ ୫୦ ଦିନ ଛୁଟି ପାଇଁ ଆବେଦନ ବି କରିଥିଲେ । ଏହାପରେ ପିଏମ ନରେନ୍ଦ୍ର ମୋଦୀ ଲକଡାଉନ ପାଇଁ ଘୋଷଣା କଲେ ଓ ଶାହିଦା ପରବୀନ ବିବାହ ପୂର୍ବରୁ ନିଜ କର୍ତ୍ତବ୍ୟକୁ ପୁରା କରିବା ପାଇଁ ବାହାରି ପଡିଲେ । ଏହା ପାଇଁ ସେ ହେବାକୁ ଥିବା ଶ୍ଵଶୁରଙ୍କ ସହିତ କଥା ହେଲେ ଓ କରୋନା ଶେଷ ହେବା ପରେ ବିବାହ କରିବାର ନିଷ୍ପତ୍ତି ନେଲେ । ଆଶା କରୁଛୁ ଆପଣଙ୍କୁ ଏହା ନିଶ୍ଚୟ ଭଲ ଲାଗିଥିବ, ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଯାହା ଦ୍ଵାରା ସବୁ ଟିକିଣିକି ଖବର ଆମେ ଆପଣଙ୍କ ପାଖରେ ପହଞ୍ଚାଇ ପାରିବୁ ।

Leave a Reply

Your email address will not be published. Required fields are marked *