ଗରିବମାନଙ୍କ ପାଇଁ ଭଗବାନ, ନାନା ଦାନ କଲେ ଏତେ ଟଙ୍କା, ସବୁଦିନ ଦୁଇରୁ ତିନି ହଜାର ଲୋକଙ୍କୁ କରୁଛନ୍ତି ଖାଦ୍ୟ ବଣ୍ଟନ

ଦେଶରେ କରୋନା ଭାଇରସର ସଂକ୍ରମଣ ସହ ଲଢିବା ପାଇଁ ପିଏମ – ସିଏମ ରିଲିଫ ଫଣ୍ଡ ତିଆରି କରାଯାଇଛି । ଯେଉଁଥିରେ ବଲୀଉଡର ଷ୍ଟାରମାନେ ଆଗକୁ ଆସି ମନ ଖୋଲି ଦାନ କରୁଛନ୍ତି । ଏହା ମଧ୍ୟରେ ବର୍ତ୍ତମାନ ଆଉ ଗୋଟିଏ ନୂଆ ନାଁ ଯୋଡି ହୋଇ ଯାଇଛି ଓ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲୀଉଡର ଜଣେ ମହାନ କଳାକାର ନାନା ପାଟେକର । ନାନା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ଏହାର ସୂଚନା ଦେଇଛନ୍ତି ।

ନାନା ନାମ ଫାଉଣ୍ଡେସନ ସହ ମିଶି ମହାରାଷ୍ଟ୍ର ସିଏମ ରିଲିଫ ଫଣ୍ଡ ଓ ପିଏମ ରିଲିଫ ଫଣ୍ଡରେ ୫୦ – ୫୦ ଲକ୍ଷ ଟଙ୍କା ଦେବାର ଘୋଷଣା କରିଛନ୍ତି । ଏହା ସହିତ ନାନାଙ୍କ ସଂସ୍ଥା ଏହି ମହାମାରୀ ଆରମ୍ଭ ହେବା ଦିନ ଠାରୁ ଗରିବ ଲୋକମାନଙ୍କୁ ଖାଇବାକୁ ଦେଉଛନ୍ତି । ବର୍ତ୍ତମାନ ଟଙ୍କା ବି ଦେଇଛନ୍ତି ।

ଭିଡିଓରେ ନାନା କହୁଛନ୍ତି – ନମସ୍କାର ମୁଁ ନାନା ପାଟେକର, ମୁଁ ବୁଝିଛି କି ଏହି ସମୟରେ ଆମ ସମସ୍ତଙ୍କୁ ଆମର ଜାତି, ଧର୍ମ ଭୁଲି ସରକାରଙ୍କୁ ସାହାର୍ଯ୍ୟ କରିବା ଉଚିତ । ଏତେ ବଡ ବିପଦ ସହ ସରକାର ଏକୁଟିଆ ଲଢି ପାରିବେ ନାହିଁ । ଆମକୁ ନିଜ ନିଜର ଦାୟିତ୍ଵ ନେବାକୁ ପଡିବ । ସିଏମ ଓ ପିଏମ ନିଧି ପାଇଁ ନାମ ଫାଉଣ୍ଡେସନ ମାଧ୍ୟମରୁ ଦୁଇଟି ଚେକ ପଠାଯିବ ୫୦ – ୫୦ ଲକ୍ଷ ଟଙ୍କାର । ଆପଣ ବି ନିଜ ନିଜର ଦାୟିତ୍ଵ ଉଠାଇବେ ଏହା ମୋର ପୁରା ବିଶ୍ଵାସ ଅଟେ । ସବୁଠୁ ମୁଖ୍ୟ କଥା ଏହା ଅଟେ କି ଆପଣ ଘର ବାହାରକୁ ବାହାରନ୍ତୁ ନାହିଁ । ଏହି ସମୟରେ ଘରେ ରହିବା ହିଁ ସବୁଠୁ ବଡ ଦେଶ ସେବା ଅଟେ, କେବଳ ଏତିକି କରନ୍ତୁ । ଧନ୍ୟବାଦ ।

ଆପଣଙ୍କୁ କହିଦେଉଛୁ କି ତାଙ୍କର ସଂସ୍ଥା କରୋନା ବ୍ୟାପିବା ପର ଠାରୁ ହିଁ ଗରିବ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି । ମୁମ୍ବାଇ ସମେତ ଅନ୍ୟ କେତେକ ସ୍ଥାନରେ ସେ ଗରିବ ଲୋକମାନଙ୍କୁ ଖାଦ୍ୟ ଦେଉଛନ୍ତି ଓ ଏହାକୁ ତାଙ୍କର ଫାଉଣ୍ଡେସନ କରୁଛି ।

ଆପଣଙ୍କୁ କହିଦେଉଛୁ କି ନାନା ପାଟେକରଙ୍କ ପାଖରେ ମୁମ୍ବାଇ ଅନ୍ଧେରିରେ ଏକ ଫ୍ଲାଟ ଅଛି । ନାନାଙ୍କ ଅନୁସାରେ ସେ ଏଠି ୭୫୦ ସ୍କ୍ୱେୟର ଫୁଟର ୧ BHK ଫ୍ଲାଟରେ ରୁହନ୍ତି । ଏହି ଫ୍ଲାଟ ସେ ୯୦ ଦଶକରେ ମାତ୍ର ୧.୧୦ ଲକ୍ଷ ଟଙ୍କା ଦେଇ କ୍ରୟ କରିଥିଲେ । କିନ୍ତୁ ଆଜି ଏହି ଫ୍ଲାଟର ଦାମ ବହୁତ ଅଧିକ ଅଟେ । କିନ୍ତୁ ଏହା ନିଶ୍ଚିତ ଅଟେ କି ନାନା ଆରାମଦାୟକ ଜୀବନ ଠାରୁ ଲୋକମାନଙ୍କ ସେବା ଉପରେ ବହୁତ ଧ୍ୟାନ ଦିଅନ୍ତି ।

Leave a Reply

Your email address will not be published. Required fields are marked *