ନିଜର ସାହସର ଦମରେ ଗାଁରେ ବଢିଥିବା ଏଇ ଝିଅ ହେଲେ IPS ଅଫିସର, ଜାଣନ୍ତୁ କେମିତି ଥିଲା ତାଙ୍କ ସଙ୍ଘର୍ଷର କାହାଣୀ

କହିବାକୁ ଗଲେ ଯଦି ଆପଣ ଭାରତରୁ ଯାଇ ବିଦେଶରେ ପଢିଛନ୍ତି ତେବେ ଆପଣ ବିଦେଶରେ ହିଁ ରହି ଚାକିରି କରିବାକୁ ପସନ୍ଦ କରିବେ ଓ ଏକ ଭଲ ଲାଇଫ ଷ୍ଟାଇଲର ସ୍ଵପ୍ନ ଦେଖିବେ । କିନ୍ତୁ ଅନ୍ୟ ପଟେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବିଦେଶରେ ରହିବା ସତ୍ତ୍ୱେ ବି ନିଜ ଦେଶକୁ ବହୁତ ଭଲ ପାଆନ୍ତି ଓ ନିଜ ଦେଶ ପାଇଁ କିଛି କରିବାକୁ ବି ଚେଷ୍ଟା କରିଥାନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ କହିବୁ ଇଲ୍ମା ଅଫରୋଜଙ୍କ ବିଷୟରେ । ଯିଏ ବିଦେଶରୁ ଫେରି ଅଲ ଇଣ୍ଡିଆ ସିବିଲ ସର୍ଭିସରେ ୨୧୭ ତମ ପୋଜିସନ ହାସଲ କରିଛନ୍ତି ଓ ଏହା ପରେ ସେ ଏକ IPS ଅଫିସର ହୋଇ ଯାଇଛନ୍ତି । ଚାଲନ୍ତୁ ଆଜି ଆମେ ତାଙ୍କର ସଂଘର୍ଷପୂର୍ଣ୍ଣ ଜୀବନ ବିଷୟରେ ଜାଣିବା ।

ଇଲ୍ମା ୟୁପିର ମୁରାଦାବାଦର ନିବାସୀ ଇଲ୍ମା ଅଫରୋଜ ଏକ ଚାଷୀର ଝିଅ ଅଟନ୍ତି । ତାଙ୍କର ପରିବାର ବିଷୟରେ କହିଲେ ପିତା, ମାତା, ଭାଇ ଓ ଭଉଣୀ । ପିତାଙ୍କ ନିଧନ ପରେ ସେ ମା ଓ ଭାଇଙ୍କ ସହ ମିଶି ଚାଷ ଜମିରେ କାମ କରିବାକୁ ଲାଗିଲେ । କିନ୍ତୁ ଏହା ମଧ୍ୟରେ ବି ସେ ପଢୁଥିଲେ । ଗ୍ରାମରେ ରହୁଥିଲେ, ଚାଷ ବାସ କରୁଥିଲେ, ଏହା ସହିତ ଦରିଦ୍ରତା ମଧ୍ୟରେ ବି ଘେରି ରହିଥିଲେ କିନ୍ତୁ ଏହା ସତ୍ତ୍ୱେ ବି ଇଲ୍ମା ଅଫରୋଜ ଦିଲ୍ଲୀର ୟୁନିଭର୍ସିଟୀ ସେଂଟ ସ୍ଟୀଫଂସ କଲେଜରୁ ନିଜର ଗ୍ରାଜୁଏଶନ ପୁରା କରିଲେ । ଏହା ପରେ ସେ ଆଗକୁ ପଢିବା ପାଇଁ ଅକ୍ସଫୋର୍ଡ ୟୁନିଭର୍ସିଟୀ ଚାଲିଗଲେ । କିନ୍ତୁ ଏହା ସବୁ ମଧ୍ୟରେ ସେ ନିଜ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲେ ।

ଗୋଟିଏ ଚ୍ୟାନେଲକୁ ଇଣ୍ଟରଭିୟୁ ଦେଇ ସେ କହିଥିଲେ କି ଅକ୍ସଫୋର୍ଡ ୟୁନିଭର୍ସିଟୀରେ ପଢିବା ସମୟରେ ସେ ନ୍ୟୁୟର୍କ ସହରରେ ରହୁଥିଲେ ଓ ସେଠିକାର ଲାଇଫ ଷ୍ଟାଇଲ ଏଠିକାର ଲାଇଫ ଷ୍ଟାଇଲ ଠାରୁ ପୂରାପୂରି ବିପରୀତ ଅଟେ । ଅନ୍ୟ ପଟେ ମୁଁ ଏକ ଏମିତି ସ୍ଥାନରୁ ଆସିଥିଲି ଯେଉଁଠି ମୁଁ ମହମବତିରେ ପଢୁଥିଲି । ସେ ଆଗକୁ କହିଲେ କି ତାଙ୍କର ମା ଓ ଭାଇ ଚାଷ ଜମିରେ କାମ କରି ତାଙ୍କର ଫ୍ଲାଇଟ ପାଇଁ ଟଙ୍କା ଏକାଠି କରିଥାନ୍ତି ।

କିନ୍ତୁ ଏହା ମଧ୍ୟରେ ସେ ଏହା ବି ଚିନ୍ତା କରୁଥିଲେ କି ସେ ଯଦି ବିଦେଶରେ ରହି ବିଦେଶୀ ଲୋକମାନଙ୍କ ସେବା କରିବେ ତ ତାଙ୍କର ଗ୍ରାମବାସୀ ଓ ପରିବାର ଲୋକମାନଙ୍କୁ କଣ ଲାଭ ମିଳିବ ଯେଉଁମାନେ ମୋତେ ଏତେ କଷ୍ଟ କରି ଏହି ସ୍ଥାନକୁ ପହଞ୍ଚାଇଛନ୍ତି । ଏହା ପରେ ସେ ନିଜ ଦେଶକୁ ଫେରି ଆସି UPSC ପରୀକ୍ଷାର ପ୍ରସ୍ତୁତି କରିଲେ । ଯେଉଁଠି ଲୋକମାନେଙ୍କୁ ସିବିଲ ସର୍ଭିସ ପରୀକ୍ଷା ପାସ କରିବା ପାଇଁ ବହୁତ ବର୍ଷ ଲାଗିଥାଏ ଅନ୍ୟ ପଟେ ଇଲ୍ମା ଅଫରୋଜ ପ୍ରଥମ ଥର ହିଁ ୨୧୭ ତମ ପୋଜିସନ ହାସଲ କରିଥିଲେ । ସେ କହିଲେ କି ତାଙ୍କର ଯାତ୍ରା ଏତେ ବି ସହଜ ନ ଥିଲା ।

ସେ ଓକିଲ ହେବାକୁ ଚାହୁଁଥିଲେ କିନ୍ତୁ ସ୍କଲରଶିପ ନ ମିଳିବାରୁ କୋଲଂବିୟା ୟୁନିଭର୍ସିଟୀରେ ତାଙ୍କର ଆଡମିଶନ ହୋଇ ପାରିଲା ନାହିଁ । ସେ ନିଜ ଦେଶକୁ ବି ବହୁତ ଧନ୍ୟବାଦ ଦେଇଛନ୍ତି । କାରଣ ସେ ନିଜ ଦେଶ ପାଇଁ ହିଁ ବିଦେଶରେ ପଢିଛନ୍ତି । ଆପଣଙ୍କୁ କହିଦେଉଛୁ କି ଇଉପିଏସସି ପରୀକ୍ଷାରେ ପାସ ହେବା ପର୍ଯ୍ୟନ୍ତ ଇଲ୍ମା ଅଫରୋଜ ଚାଷ ଜମିରେ କାମ କରୁଥିଲେ ଓ ବର୍ତ୍ତମାନ ପର୍ଯ୍ୟନ୍ତ ବି ସେ ଚାଷ ଜମି ସହ ଜଡିତ ଅଛନ୍ତି । ଆମକୁ ମଧ୍ୟ ତାଙ୍କ ଠାରୁ କିଛି ଶିଖିବା ଆବଶ୍ୟକ । ଆପଣଙ୍କୁ ଯଦି ଏହି ଆଇପିଏସ ଅଫିସରଙ୍କ କାହାଣୀ ପସନ୍ଦ ଆସିଛି ତେବେ ଏହାକୁ ଗୋଟିଏ ଶେୟାର କରି ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଆପଣଙ୍କ ପାଇଁ ଏହିପରି କିଛି କାହାଣୀ ନେଇ ଆସିବୁ ।

Leave a Reply

Your email address will not be published. Required fields are marked *