କେବଳ ଗୋଟିଏ ଝିଅ ପାଇଁ ଏଠିକୁ ଆସିଥାଏ ପୁରା ଟ୍ରେନ, କାରଣ ଜାଣିଲେ ଆପଣ ବି ଏଠିକାର ସରକାରଙ୍କ ପ୍ରଶଂସା କରିବେ

ସମସ୍ତେ ନିଜ ନିଜର ପିଲାମାନଙ୍କର ଭଲ ଭବିଷ୍ୟତ ପାଇଁ ତାଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ଚାହାନ୍ତି । ଏଥିପାଇଁ ସେମାନେ ନିଜର ପିଲାମାନଙ୍କୁ ସ୍କୁଲ ଓ କଲେଜକୁ ଛାଡିଥାନ୍ତି । କେତେକ କ୍ଷେତ୍ରରେ ରହୁଥିବା ମାତା ପିତା ନିଜର ପିଲାମାନଙ୍କ ଶିକ୍ଷାକୁ ନେଇ ବହୁତ ଚିନ୍ତିତ ବି ରହିଥାନ୍ତି । କାରଣ କେତେକ କ୍ଷେତ୍ରରେ ଯେମିତି ଗ୍ରାମାଞ୍ଚଳରେ ଜନସଂଖ୍ୟା କମ ହେବା କାରଣରୁ ସେଠି ସମସ୍ତ ପ୍ରକାରର ସୁବିଧା ଖାସକରି ଶିକ୍ଷା ସମ୍ବନ୍ଧିତ ସୁବିଧା ପହଞ୍ଚି ପାରେ ନାହିଁ । ସେଥିପାଇଁ ଏହିଭଳି କ୍ଷେତ୍ରରେ ପିଲାମାନଙ୍କୁ ପଢିବା ପାଇଁ ଦୂର ଦୂର ସ୍ଥାନକୁ ଯିବାକୁ ପଡିଥାଏ । ଯାହା ଏକ ଶିଶୁ ପାଇଁ ଅସମ୍ଭବ ପୂର୍ଣ୍ଣ କାର୍ଯ୍ୟ ଅଟେ ।

କିନ୍ତୁ ଅଧିକ ସମସ୍ୟାର କଥା ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ ଘର ଓ ଆପଣଙ୍କ ସ୍କୁଲ ଦୁଇଟି ଅଲଗା ଅଲଗା ଅଞ୍ଚଳର ହୋଇଥାଏ । ତେବେ ଏହା ବହୁତ ଚିନ୍ତିତ କରିଥାଏ । କହିବାକୁ ଗଲେ ଆମ ଘର କୌଣସି ଏମିତି ସ୍ଥାନରେ ଥିବ ଯେଉଁଠୁ ଯିବା ଆସିବା କୌଣସି ପ୍ରକାରର ସୁବିଧା ନ ଥିବ ତେବେ ପିଲାମାନଙ୍କ ସ୍କୁଲ ଯିବା ବହୁତ ବଡ ସମସ୍ୟାର କଥା ହୋଇଥାଏ ।

କହିବାକୁ ଗଲେ କୌଣସି ବି ବସ କିମ୍ବା ଅଟୋ ଗୋଟିଏ କିମ୍ବା ଦୁଇଟି ପିଲା ପାଇଁ ନିଜର ରାସ୍ତା ବଦଳାଇ ନ ଥାନ୍ତି । କାରଣ ଏହା ଦ୍ଵାରା ତାଙ୍କର ପେଟ୍ରୋଲ ଅଧିକ ଖର୍ଚ ହୋଇଥାଏ । ଏହି ସ୍ଥିତିରେ ମାତା ମିତା ନିଜର ପିଲାମାନଙ୍କ ଆଡମିଶନ ଏହିଭଳି ସ୍କୁଲରେ କରିଥାନ୍ତି ଯେଉଁଠି ତାଙ୍କୁ ଯିବା ଆସିବାରେ କୌଣସି ଅସୁବିଧା ହେଉ ନ ଥିବ ଓ ସହଜରେ ସବୁ ପ୍ରକାରର ସୁବିଧା ମିଳୁଥିବ । ଏଥିପାଇଁ କେତେକ ଲୋକମାନେ ସ୍କୁଲ ହିସାବରେ ହିଁ ଆଖପାଖରେ ଘର କିମ୍ବା ଭଡା ଘର ଖୋଜିଥାନ୍ତି ।

ଆଜି ଆମେ ଆପଣଙ୍କୁ ଏକ ଏମିତି ଝିଅ ବିଷୟରେ କହିବାକୁ ଯାଉଛୁ ଯିଏକି ଜାପାନ ଦେଶର ନିବାସୀ ଅଟେ । କହିବାକୁ ଗଲେ ଜାପାନ କେତେକ ଦ୍ଵିପକୁ ନେଇ ପ୍ରସ୍ତୁତ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଜାପାନର ଉତ୍ତରରେ ଥିବା ହୋକାଇଦୋ ଦ୍ୱୀପରେ କେବଳ ଗୋଟିଏ ଝିଅ ପାଇଁ ପୁରା ଟ୍ରେନ ଆସିଥାଏ । ଯଦି ଏହିଭଳି ଚିନ୍ତାଧାରା ସମସ୍ତଙ୍କର ହୋଇଯିବ ତେବେ କୌଣସି ବି ଦେଶରେ କେହି ବି ଅଶିକ୍ଷିତ ରହିବେ ନାହିଁ ।

କିଛି ମାସ ପୂର୍ବେ ଏଠିକାର ସରକାରର ରେଲୱେ ବିଭାଗ ଠିକ କରିଲେ କି ଶିରାତାକୀ ଗ୍ରାମର ଷ୍ଟେସନ ବନ୍ଦ କରିଦିଆ ଯାଉ କାରଣ ଏହି ସ୍ଥାନରୁ ଅଧିକ ଯାତ୍ରୀ ଯାତ୍ରା କରନ୍ତି ନାହିଁ । କିନ୍ତୁ ସେହି ସମୟରେ ଜଣା ପଡିଲା କି ଗୋଟିଏ ଝିଅ ଅଛି ଯିଏ ସବୁଦିନ ଏହି ଟ୍ରେନ ଦ୍ଵାରା ହିଁ ସ୍କୁଲ ଯିବା ଆସିବା କରିଥାଏ ।

ଏହା ପରେ ଏହା ବି ଜଣା ପଡିଲା କି ସେହି ସ୍ଥାନକୁ ଯିବା ଆସିବା ପାଇଁ ଅନ୍ୟ କୌଣସି ସୁବିଧା ବି ନାହିଁ । ଏମିତିରେ ସରକାର ଠିକ କରିଲେ କି ଷ୍ଟେସନ ଖୋଲା ରହିବ ଓ ସବୁଦିନ ଦୁଇଥର ସେହି ସ୍ଥାନକୁ ଟ୍ରେନ ଯିବା ଆସିବା କରିବ । ଏହା ପରେ ଟ୍ରେନର ଟାଇମକୁ ବି ଝିଅର ସ୍କୁଲ ସମୟ ହିସାବରେ ଆଡଜସ୍ଟ ବି କରାଗଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୁରା ଟ୍ରେନରେ ଝିଅ ଛଡା ଅନ୍ୟ କୌଣସି ବି ଯାତ୍ରୀ ଯାତ୍ରା କରି ନ ଥାନ୍ତି ।

ଏହା ଛଡା ରେଲୱେ ବିଭାଗ ଏହା ବି ନିଷ୍ପତି ନେଇଛନ୍ତି କି ଯେତେ ଦିନ ପର୍ଯ୍ୟନ୍ତ ସେହି ଝିଅ ହାଇସ୍କୁଲର ଶିକ୍ଷା ପୁରା କରି ନାହିଁ ସେତେ ଦିନ ପର୍ଯ୍ୟନ୍ତ ଟ୍ରେନ ଚାଲୁ ରହିବ । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଗୋଟିଏ ଶେୟାର କରି ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *