ଗୋବିନ୍ଦ ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ, କହିଲେ ଗୋବିନ୍ଦ ପକେଟରେ ଥିଲା ତା’ର ଶେଷ ଚିଠି, ହେଲେ ଲୁଚାଉଛି ପୋଲିସ

ବନ୍ଧୁଗଣ, ସୂଚନା ଅନୁଯାୟୀ ଗୋବିନ୍ଦଙ୍କର ଶେଷ ଚିଠି ସଭିଙ୍କର ନିଦ ହଜାଇ ଦେବାରେ ଲାଗିଛି । ତେବେ ଗୋବିନ୍ଦ ଙ୍କ ମୃ-ତ୍ୟୁପରେ ଗୋବିନ୍ଦ ଙ୍କ ପକେଟରୁ ଜବତ ହୋଇଛି ଗୋବିନ୍ଦ ଙ୍କ ହାତଲେଖା ଶେଷ ଚିଠି । କିନ୍ତୁ ପୋଲିସ ଏହାକୁ ସାର୍ବଜନୀନ କରୁନାହିଁ । ଏହାକୁ ନେଇ ସନ୍ଦେହ ଉଠାଇଛନ୍ତି ପରିବାର ଲୋକେ । ଆଉ କହିଛନ୍ତି ଯେ ଏହି ଚିଠି ପଦାକୁ ଆସିଲେ ନିଶ୍ଚିତ ଭାବରେ ଅନେକ ଗୁମର ଫିଟିବ ।

ତେବେ ସେହି ଚିଠିରେ କଣ ଲେଖା ହୋଇଛି ତଥା ସେହି ଚିଠି କୁ ସତରେ ଗୋବିନ୍ଦ ଲେଖିଛି କି ନାହିଁ ? ଯଦି ଗୋବିନ୍ଦ ଲେଖି ନାହିଁ ତେବେ ତାକୁ କିଏ ଲେଖି ତଦନ୍ତ ବାଟବଣା କରିବା ପାଇଁ ଚାହୁଁଛି କି ? ଏହିଭଳି ଅନେକ ଗୁଡିଏ ପ୍ରଶ୍ନ ଏବେ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଗୋବିନ୍ଦ ର ପକେଟରୁ ଦୁଇ ପୃଷ୍ଠାର ଶେଷ ଚିଠି ମିଳିଥିବା ପରିବାର ଲୋକେ କହୁଛନ୍ତି । ଶେଷଚିଠି ବର୍ତ୍ତମାନ ସମସ୍ତଙ୍କ ନିଦ ହଜାଇ ଦେବାରେ ଲାଗିଛି । ତେବେ ଏଥିରେ କ’ଣ ଲେଖା ହୋଇଛି ତଥା ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ସମ୍ଭବତ ଏହି ସମ୍ପର୍କରେ ଲେଖା ଯାଇଥିବ ବୋଲି ଚର୍ଚ୍ଚା ହେଉଛି ।

ତେବେ ପୋଲିସ ଏହି ଶେଷ ଚିଠିକୁ ଚପାଇବ ନା ତଦନ୍ତ ପରିସର ଭୁକ୍ତ ତାହା ଅନେକ ଲୋକଙ୍କ ସନ୍ଦେହ ହେଉଛି । ତେବେ ଏ ନେଇ କିନ୍ତୁ ପୋଲିସ ମୁହଁ ଖୋଲୁନାହିଁ । ଏହି ପ୍ରସଙ୍ଗରେ ପୂର୍ବରୁ ରାଜନୈତିକ ନେତା ଙ୍କ ଲିଙ୍କ ରହିଥିବା ଚର୍ଚ୍ଚା ହେଉଥିଲା ଆଉ ପୁଣିଥରେ ଆଜିର ଏହି ଘଟଣା ସଂପୂର୍ଣ୍ଣ ରାଜ୍ୟରେ ଚହଳ ପକାଇ ଦେଇଛି ।

ଏହାଠାରୁ ବଡ କଥା ହେଉଛି ଯେ ଗୋବିନ୍ଦ କୁଆଡେ ଶେଷ ଚିଠି ଲେଖିଛି ଆଉ ଯେଉଁ ଶେଷ ଚିଠିକୁ ପୋଲିସ ଚପାଇବା ପାଇଁ ଚେଷ୍ଟା କରୁଛି ବୋଲି ଚର୍ଚ୍ଚା ହେବାକୁ ଲାଗିଛି । କାହିଁକି ଏବଂ କେଉଁ ପରିସ୍ଥିତିରେ ଗୋବିନ୍ଦ ମୃ-ତ୍ୟୁର ପଥକୁ ବାଛି ନେଲେ ? ତାଙ୍କୁ ଜେଲ ଭିତରେ ହତୟଆ କରାଯାଇଛି ନା ସେ ନିଜେ ଜୀବନ ହାରିଦେଇଛନ୍ତି ?

ନା ତାଙ୍କୁ ହତୟଆ କରାଯାଇ ନିଜେ ଜୀବନ ହାରିଦେବାର ରୂପ ଦେବାପାଇଁ ଚେଷ୍ଟା କରାଯାଉଛି ? ଏଠାରେ ବଡ ପ୍ରଶ୍ନ ଯେ ଗୋବିନ୍ଦ ଯଦି ନିଜେ ଜୀବନ ହାରିଲେ ତେବେ ଜେଲ କତୃପକ୍ଷ କିଭଳି ଏହି ସମ୍ବନ୍ଧରେ ଜାଣି ପାରିଲେ ନାହିଁ ? ଏହିଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସାମାଜିକ ଦଳ ଠାରୁ ଆରମ୍ଭ କରି ରାଜନୈତିକ ଦଳ ମାନେ ପଚାରିବା ଆରମ୍ଭ କରିଲେଣି । ପ୍ରଶାସନ ଏ ନେଇ କେଉଁ ଉତ୍ତର ରଖୁଛି ତାହା ଦେଖିବାକୁ ବାକି ରହିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *