7 ଟି କଦଳୀ ଅଛି, 8 ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ? 15+ GK Questions And Answers

ନମସ୍କାର ବନ୍ଧୁଗଣ । ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଓ ଏହାର ଉତ୍ତର ।

1- କେଉଁ ଗଛର ପତ୍ର ପୂଜା ରେ ଲାଗେ ଓ ଆମେ ଖାଇଥାଉ ?

ଉତ୍ତର- ପାନ ପତ୍ର ।

2- ଜଣେ ଭାଇ ତା ଭଉଣୀ କୁ ଗୋଟିଏ ଫଳ ଦେଇ କହିଲେ ଭୋକ ହେଲେ ଖାଇବୁ, ଶୋଷ ହେଲେ ପିଇବୁ ଓ ଶୀତ ହେଲେ ଜାଳିବୁ । ତାହା କଣ ?

ଉତ୍ତର- ନଡିଆ ।

3- ଦିନରେ ଶୁଏ ରାତିରେ କାନ୍ଦେ ଯେତେ କାନ୍ଦିବ ସେତେ ଖାଇବ । ତାହା କଣ ?

ଉତ୍ତର- ମହମବତୀ ।

4- ଏମିତି କେଉଁ କାମ ଅଛି ଜଣେ ପୁଅ ଜୀବନ କାଳରେ ଥରେ କରେ ହେଲେ ଜଣେ ଝିଅ ସବୁବେଳେ କରିଥାଏ ?

ଉତ୍ତର- ସିନ୍ଦୁର ଲଗାଇବା ।

5- ଦୁଇ ଭାଇ ଜଣକୁ ଖାଇଲେ ପେଟ ଥଣ୍ଡା ଆଉ ଜଣକୁ ଖାଇଲେ ପେଟ ଗରମ । ଏହାର ଉତ୍ତର କଣ ?

ଉତ୍ତର- ଚିନୀ ଓ ମିଶ୍ରି ।

6- ସୂର୍ଯ୍ୟ ପୃଥିବୀ ରେ କେବେ ହେଲେ କଣ ଦେଖି ନାହିଁ ?

ଉତ୍ତର- ଅନ୍ଧାର ।

7- ଡେଣା ନ ଥାଉ ଆକ୍ଷେ ଉଡେ ମଣିଷ କୁ ଝାମ୍ପି ନିଏ । ତାହା କଣ ?

ଉତ୍ତର- ଆକାଶ ଛତା ।

8- ଦୁଇ ବାଳକର ରଙ୍ଗ ସମାନ ଜେଣ ହଜିଗଲେ ଆଉ ଜଣେ କୋଉ କାମକୁ ନୁହେଁ । ଏହାର ଉତ୍ତର କଣ ?

ଉତ୍ତର- ଚପଲ ।

9- କେଉଁଠିକି ଶହେ ଲୋକ ଗଲେ ଫେରନ୍ତି 99 ଜଣ ଲୋକ ?

ଉତ୍ତର- ଶ୍ମଶାନ ।

10- ମନା କରିଲେ ବି ସାଙ୍ଗ ଛାଡେନା, ସେ କିଏ ?

ଉତ୍ତର- ଆମ ଛାଇ ।

11- କିଏ ସବୁବେଳେ ଉଡୁଥାଏ, କିନ୍ତୁ ଜାଗା ଛାଡି କୁଆଡେ ଯାଏନା ?

ଉତ୍ତର- ପତାକା ।

12- ପଥର ହେଲେ ବି ସେ ପାଣି, ତାହା କଣ ?

ଉତ୍ତର- ବରଫ, କୁଆ ପଥର ।

13- ମୁଁ ସବୁଠାରେ ମାତ୍ର କେହି ଧରି ପାରନ୍ତି ନାହିଁ ? ମୁଁ କିଏ ?

ଉତ୍ତର- ପବନ ।

14- ପବନ ଖାଇଲେ କିଏ ମରି ଯାଇଥାଏ ?

ଉତ୍ତର- ଝାଳ ।

15- ମୁଁ ସମୁଦ୍ର ରେ ଜନ୍ମ ନିଏ ହେଲେ ଆପଣ ମାନଙ୍କ ଘରେ ରୁହେ, ମୁଁ କିଏ ?

ଉତ୍ତର- ଲୁଣ ।

16- 7 ଟି କଦଳୀ ଅଛି 8 ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ?

ଉତ୍ତର- କଦଳୀ ସେକ କରି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *