ହୋମ ଆଇସୋଲେସନ ସମୟରେ କଣ କରିବେ ଓ କଣ କରିବେ ନାହିଁ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।

ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ କରନା ନିମନ୍ତେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି । ତେବେ ଆଜି ଆମେ ଜଣାଇବାକୁ ଯାଉଛୁ କରନା ଭୁତାଣୁ ର ଲକ୍ଷଣ ଗୁଡିକ କଣ ଓ ଆପଣ ଆଇସଲେସନ ରେ ରହିବା ସମୟ ରେ କଣ ସବୁ କରିବା ଉଚିତ ।

ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ କିଛି ଜାଣିବା । ବନ୍ଧୁଗଣ କରନା ସଂକ୍ରମଣ ହେବାର ୫ ରୁ ୬ ଦିନ ମଧ୍ୟରେ ଶରୀର ରେ ଏହାର ଲକ୍ଷଣ ସମ୍ପୂର୍ଣ୍ଣ ଭାବରେ ଦେଖାଦେଇ ଥାଏ । ଏହି ସମୟ ଟି ହିଁ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ । ଯଦି ଆପଣ ଏହି ସମୟ ରେ ନିଜର ଠିକ ଭାବରେ ଯତ୍ନ ନ ନିଅନ୍ତି ତେବେ ଆପଣ ମୃତ୍ୟୁ ଦିଗକୁ ଗତି କରିପାରନ୍ତି । କରନା ର ଲକ୍ଷଣ ଗୁଡିକ ହେଉଛି ମାଂଶପେଶୀ ରେ ଯନ୍ତ୍ରଣା ହେବା,ଜ୍ଵର ହେବା,ମୁଣ୍ଡ ବିନ୍ଧା ହେବା ସହିତ ଗଳା ରେ ମଧ୍ୟ ଯନ୍ତ୍ରଣା ହେବା ଓ କାଶ ହେବା,ନିଶ୍ଵାସ ପ୍ରଶ୍ଵାସ ରେ କଷ୍ଟ ଅନୁଭବ ହେବା,ସ୍ୱାଦ ଓ ବାସ୍ନା ବାରି ନହେବା,ଆଖି ଲାଲ ହୋଇଯିବା,ତରଳ ଝାଡା ହେବା ଇତ୍ୟାଦି ।

ଯଦି ଆପଣଙ୍କ ର ଏହି ସବୁ ଲକ୍ଷଣ ଦେଖାଯାଏ ତେବେ ଆପଣ ବୁଝିନେବା ଉଚିତ କି ଆପଣ କରନା ସଂକ୍ରମିତ ଅଟନ୍ତି । ଯେଉଁମାନଙ୍କ ଠାରେ କେବଳ ସାଧାରଣ ଲକ୍ଷଣ ଦେଖାଦେଇଥାଏ ସେମାନେ ସେମାନେ ଗୃହ ରେ ସଂଘରୋଧ ଭାବେ ରହିପାରିବେ କିନ୍ତୁ ଯେଉଁମାନଙ୍କ ଠାରେ ମଧ୍ୟମ ଧରଣର ବା ଅତି ଗୁରୁତର ଲକ୍ଷଣ ଦେଖାଦିଏ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ରହିଛି ।

ଯେଉଁମାନେ ଗୃହ ରେ ଆଇସଲେସନ ରେ ରହୁଛନ୍ତି ସେମାନେ ପ୍ରତିଦିନ ୨ ରୁ ୩ ଟି ପାରାସିଟାମୋଲ ବଟିକା ଖାଇ ପାରିବେ । ଯେଉଁମାନଙ୍କ ର ଜ୍ଵର ସହିତ ଝାଡା ହେଉଛି ସେମାନେ ଅଧିକ ମାତ୍ରାରେ ତରଳ ଖାଦ୍ୟ ଖାଇବା ଉଚିତ । କାରଣ ଏହି ସମୟ ରେ ରୋଗୀଙ୍କ ଶରୀର ଅଧିକ ଜଳୀୟ ଅଂଶ ଆବଶ୍ୟକ କରିଥାଏ । ତେଣୁ ଏହି ସମୟ ରେ ବିଭିନ୍ନ ପ୍ରକାର ପାନୀୟ ଦ୍ରବ୍ୟ ପିଅନ୍ତୁ ।

ଯେଉଁମାନେ ହୋମ ଆଇସଲେସନ ରେ ରହୁଛନ୍ତି ସେମାନେ ଘରେ ରୋଷେଇ ହେଉଥିବା ସମସ୍ତ ଖାଦ୍ୟ ଖାଇ ପାରିବେ । କିନ୍ତୁ ଯେଉଁମାନଙ୍କ ର ଡାଇବେଟିସ ଭଳି ସମସ୍ୟା ଅଛି ସେମାନେ ଡାକ୍ତର ଙ୍କ ସହିତ ପରାମର୍ଶ କରି ଖାଦ୍ୟ ଖାଇପାରିବେ । କରନା ଆକ୍ରାନ୍ତ ଙ୍କୁ ଗରମ ଓ ପୃଷ୍ଟିକର ଖାଦ୍ୟ ଖାଇବା ଉଚିତ । କାରଣ ଏହି ପରି ଖାଦ୍ୟ ଖାଇବା ଦ୍ଵାରା ଶରୀର ରେ ରୋଗପ୍ରତିରୋଧକ ଶକ୍ତି ର ମାତ୍ରା ଵୃଦ୍ଧି ପାଇଥାଏ ।

ଯେଉଁମାନେ ଗୃହ ସଂଘରୋଧ ରେ ରହୁଛନ୍ତି ସେମାନେ ଘରୁ ବାହାରିବା ଉଚିତ ନୁହେଁ । ସଂକ୍ରମିତ ରହୁଥିବା ଘର କୁ ପ୍ରତିଦିନ ସଫା କରିବା ସହିତ ବିଶୋଧନ କରିବା ଉଚିତ । କରନା ଆକ୍ରାନ୍ତ ଭୋକ ରେ ରହିବା ଉଚିତ ନୁହେଁ ଏବଂ ଯଥେଷ୍ଟ ବିଶ୍ରାମ ନେବା ସହିତ ପ୍ରଚୁର ପାଣି ପିଇବା ଉଚିତ । ପ୍ରତିଦିନ ସନ୍ଧ୍ୟା ରେ ଓ ସକାଳେ ଶରୀର ର ତାପମାତ୍ରା,ବ୍ଲଡ଼ ପ୍ରେସର,ହାର୍ଟ ରେଟ ଓ ଅକ୍ସୀଜେନ ସାଚ୍ୟୁରେଶନ ମାପନ୍ତୁ । ଯଦି ଆପଣ ଗୃହ ରେ ସଂଘରୋଧ ରେ ରହୁଛନ୍ତି ତେବେ ଆପଣ ଏହି ସବୁ ନିୟମ କୁ ନିଶ୍ଚିତ ମାନନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *