ଭାରତରେ କେବେ କମିବ କରୋନା ପ୍ରକୋପ ? ବୈଜ୍ଞାନିକ କହିଲେ ଏହି ତାରିଖ

ବନ୍ଧୁଗଣ ବର୍ତ୍ତମାନ ସାରା ଭାରତରେ କରୋନା ମହାମାରୀ ନିଜର ଭୟଙ୍କର କୋପ ଦେଖାଇସାରିଛି । ଦିନକୁ ଦିନ ଦେଶରେ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ସଂକ୍ରମଣ ବଢି ଯାଇଥିବାରୁ ହସ୍ପିଟାଲରେ ବେଡର ସଂଖ୍ୟା ଓ ଅକ୍ସିଜେନ ଅଭାବ ହେତୁ ଏକ ବଡ ସମସ୍ୟା ଦେଖାଦେଇଛି ।

ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ବହୁତ ଚିନ୍ତାରେ ଅଛନ୍ତି ଓ କିଛି ଗାଇଡଲାଇନ ଘୋଷଣା କରିଛନ୍ତି । ଏହା ସହିତ କେନ୍ଦ୍ର ସରକାର କରୋନା ଟୀକା ମଧ୍ୟ ଦେଉଛନ୍ତି । ବନ୍ଧୁଗଣ ସମସ୍ତ ଲୋକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଏହି ଭାଇରସର ସଂକ୍ରମଣ କମିବ କେବେ ।

ଏହାର ଭବିଷ୍ୟବାଣୀ କରିଛନ୍ତି ପ୍ରଫେସର ଏମ. ବିଦ୍ୟାସାଗର । କରୋନା ମହାମାରୀ ସଂକ୍ରମଣ କେବେ କମିବ ତାହା ବିଷୟରେ ପ୍ରଫେସର ବିଦ୍ୟାସାଗର ଭବିଷ୍ୟବାଣୀ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗତ ବର୍ଷ ଏହି ଭାଇରସର ପ୍ରଥମ ଲହରୀ କମ ସେ କମ ୯ ମାସ ପର୍ଯ୍ୟନ୍ତ ଦେଶରେ ରହିଥିଲା ଓ ଅନେକ ପ୍ରାଣ ନେଇ ଯାଇଥିଲା । ଗତବର୍ଷ ଭରତ ସରକାର ସଂପୂର୍ଣ୍ଣ ଦେଶରେ ପାଖା ପାଖି ୯ ମାସ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଦେଇଥିଲେ । ଏହି ଲକଡାଉନ କାରଣରୁ ଦେଶର ଆର୍ଥିକ ଅବସ୍ତା ଉପରେ ଏହାର ବିଶେଷ ପ୍ରଭାବ ପଡିଥିଲା । ତେଣୁ ବନ୍ଧୁଗଣ ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଆସିଛି ଯାହା ବହୁତ ଶୀଘ୍ର ସଂକ୍ରମଣ ହାର ବଢାଉଛି । ସମସ୍ତ ଲୋକଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଅଛି ଯେ, କେବେ ଏହି ଭାଇରସ କମିବ ।

ବନ୍ଧୁଗଣ ପ୍ରଫେସର ଏମ. ବିଦ୍ୟାସାଗର କରୋନା ମହାମାରୀକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ତାଙ୍କ ମତରେ ଏହି ଭାଇରସର ଦ୍ଵିତୀୟ ଲହରର ସଂକ୍ରମଣ ମେ ୭ ତାରିଖ ପର୍ଯ୍ୟନ୍ତ ରହିବ । ଏହା ପରେ କରୋନା ସଂକ୍ରମଣ ଧୀରେ ଧୀରେ କମିବ । କିନ୍ତୁ ଭିନ୍ନ ଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଅଲଗା ଅଲଗା ସମୟରେ କମିବ  । ପ୍ରଫେସର ଏମ. ବିଦ୍ୟାସାଗରଙ୍କ କଥା ଯଦି ଠିକ ସାବ୍ୟସ୍ତ ହୁଏ ତେବେ ଦେଶ ପାଇଁ ଏହା ଏକ ଖୁସିର ଖବର ହେବ । କାରଣ ଚଳିତ ସପ୍ତାହ ଶେଷ ସୁଦ୍ଧା ଦେଶରେ କରୋନା ସଂକ୍ରମଣ ପିକ୍‌କୁ ପାର୍‌ କରିଯିବ । ତେବେ ଦେଶରେ କରୋନାର ପ୍ରକୋପ କମୁଛି କି ନାହିଁ ତାହା ଏକ ସପ୍ତାହ ପରେ ଜଣାପଡିବ ।


ଏହା ସହିତ ପ୍ରଫେସର କହିଛନ୍ତି, ‘କରୋନାର ପ୍ରଥମ ହଲର ଆସିବା ପାଇଁ ସାଢେ ୩ ମାସ ଲାଗିଥିଲା ଓ କମିବା ସମୟରେ ମଧ୍ୟ ଏହା ଧୀରେ ଧୀରେ କମିଥିଳା । କରୋନା ମହାମାରୀର ଦ୍ଵିତୀୟ ଲହର ଏପ୍ରିଲ ୧ ସୁଧା ୭୫ ହଜାର ପାଖାପାଖି ଥିଲା କିନ୍ତୁ ବର୍ତ୍ତମାନ ପ୍ରତିଦିନ ୪ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ଏହା ଅନୁମାନ କରାଯାଉଛି ଯେ, ଦ୍ଵିତୀୟ ଲହରୀ ଯେଉଁ ଗତିରେ ଉପରକୁ ଉଠୁଛି ସେହି ଗତିରେ ତଳକୁ ମଧ୍ୟ ଖସିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *