Vastu Shastra- ଭୁଲରେ ବି ଘର ର ଏହି ଦିଗରେ ଜୋତା ଚପଲ ରଖିବେ ନାହିଁ, ମାଡି ଆସେ ଦରିଦ୍ରତା

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଘରର ସମସ୍ତ ଜିନିଷର ଏକ ନିର୍ଦ୍ଧିଷ୍ଟ ସ୍ଥାନ ଓ ଦିଗ ରହିଥାଏ । କାରଣ ବନ୍ଧୁଗଣ ସମସ୍ତ ଜିନିଷରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ଊର୍ଜା ରହିଥାଏ । ବନ୍ଧୁଗଣ ଆଜିର ବିଜ୍ଞାନ ମଧ୍ୟ ଏହାକୁ ମାନ୍ୟତା ଦେଇଛି ଯାହାକୁ ପରାଚିତ ଯୁଗରେ ଆମ ରୁଷି ମୁନି ମାନେ କହିଥିଲେ । ବନ୍ଧୁଗଣ ଘରର ଜିନିଷ ଗୁଡିକୁ ଯଦି ସଠିକ ସ୍ଥାନରେ ନରଖାଯିବ ତା ହେଲେ ଏହା ଘର ମଧ୍ୟରେ ନକରାତ୍ମକ ପ୍ରଭାବକୁ ବଢାଇ ଥାଏ । ଯାହାଦ୍ୱାରା ଘରର ସଦସ୍ୟ ମାନଙ୍କର ବହୁତ ଖ୍ଯାତି ହୋଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଜୋତା ଓ ଚପଲ ରଖିବା ପାଇଁ ସଠିକ ସ୍ଥାନ ବିଷୟରେ କହିବାକୁ ଯାଉଛୁ । ଜୋତା ଓ ଚପଲ ମଧ୍ୟରେ ଅଧିକ ନକାରାତ୍ମକ ପ୍ରଭାବ ରହିଥାଏ । କାରଣ ଏହି ଜିନିଷ ଗୁଡିକୁ ଆମେ ପାଦରେ ପିନ୍ଧି ଥାଉ ଓ ବହୁତ ସ୍ଥାନରେ ଏହାକୁ ପିନ୍ଧି ଆମେ ମାନେ ବୁଲିଥାଉ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଜୋତା ସହ ଜଡିତ କିଛି ସଠିକ ନିୟମ ।

୧. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଲୋକ ମାନଙ୍କ ଘରେ ଜୋତା ଓ ଚପଲ ଏପଟ ସେପଟ ହୋଇ ରହିଥାଏ ସେହି ଲୋକଙ୍କ ଘରେ ଶନି ଦେବତାଙ୍କ ପ୍ରକୋପ ପଡିଥାଏ । କାରଣ ଶନି ଦେବତାଙ୍କୁ ପାଦର କାରକ ରୂପେ ମାନା ଯାଇଥାଏ । ତେଣୁ ପାଦରେ ପିନ୍ଧା ଯାଉଥିବା ଜୋତାର ସଠିକ ଧ୍ୟାନ ରଖିବା ନିହାତି ଆବଶ୍ୟକ । ତେଣୁ ବନ୍ଧୁଗଣ ଆପଣ ମାନେ ନିଜ ଜୋତା ଓ ଚପଲକୁ ସବୁବେଳେ ଠିକ ଭାବରେ ରଖନ୍ତୁ ।

୨. ପ୍ରାୟ ଅଧିକାଂଶ ଲୋକଙ୍କ ଘର ସାମ୍ନାରେ ଜୋତା ଅଲୋଟା ହୋଇ ପଡି ରହିଥାଏ । ହେଲେ ବନ୍ଧୁଗଣ ଏହା ଆପଣଙ୍କ ଘରେ ନକରାତ୍ମକ ପ୍ରଭାବକୁ ବଢାଇ ଥାଏ । ତେଣୁ ଆପଣ ମାନଙ୍କୁ ସବୁବେଳେ ନିଜ ଜୋତା ଚପଲକୁ ସଠିକ ଢଙ୍ଗରେ ରଖିବା ଉଚିତ ।


୩. ବନ୍ଧୁଗଣ ଯଦି ଆପଣଙ୍କ ଘରେ ଛିଣ୍ଡା ଚପଲ ବା ଜୋତା ଅଛି ତା ହେଲେ ସେହି ଚପଲ ବା ଜୋତାକୁ ଶୀଘ୍ର ଘରୁ ବାହାର କରନ୍ତୁ । ଯଦି ଆପଣଙ୍କ ଘରେ ଭଲ ଜୋତା ବା ଚପଲ ଅଛି ଓ ଆପଣ ତାକୁ ବ୍ୟବହାର କରୁନାହାନ୍ତି ତା ହେଲେ କୌଣସି ଗରିବ ଲୋକକୁ ସେହି ଜୋତା ଦାନ କରିଦିଅନ୍ତୁ  । ଦାନ କରିବା ଦ୍ଵାରା ଶନି ଦେବତାଙ୍କ କୃପା ଆପଣଙ୍କ ଉପରେ ରହିବ ।

୪. ବନ୍ଧୁଗଣ ଜୋତା ଷ୍ଟାଣ୍ଡକୁ ଆପଣ କେବେହେଲେ ନିଜ ଘରର ପୂଜା ଘର ଓ ରୋଷେଇ ଘର ପାଖରେ ରଖିବେ ନାହିଁ । ଏହା ସହିତ ଭୁଲ ସେ ମଧ୍ୟ ଏହାକୁ ଘରର ପୂର୍ବ-ଦକ୍ଷିଣ କୋଣରେ ରଖିବେ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ବିଶୃଙ୍ଖଳା ଓ କଳହ ଲାଗି ରହିବ । ତେଣୁ ବନ୍ଧୁଗଣ ଆପଣ ଜୋତା ରଖିବା ପାଇଁ ଉତ୍ତର- ପଶ୍ଚିମ କୋଣରେ ଷ୍ଟାଣ୍ଡ ରଖିପାରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *