ଘରେ ଏକୁଟିଆ ଥିଲା ପ୍ରେମିକା, ବାରିପଟୁ ଆସିଲା ପ୍ରେମିକ, ତା’ପରେ ଚାରି ଘଣ୍ଟା ଧରି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଘରେ ବାପା ମା’ ନଥିଲେ । କେହି ନଥିବାର ସୁଯୋଗ ନେଇ ପ୍ରେମିକ କୁ ଡ଼ାକିଥିଲା ପ୍ରେମିକା । ଆଉ ପ୍ରେମିକାର ଗୋଟିଏ ଡାକରେ ପ୍ରେମିକ ଦୌଡି ଚାଲିଆସିଥିଲା ପ୍ରେମିକାର ଘରକୁ । ଏହାପରେ ଦେଖିଦେଇଥିଲେ ଗ୍ରାମବାସୀ, ୪ ଘଣ୍ଟା କାଳ ପ୍ରେମିକ ଜଣଙ୍କ ପ୍ରେମିକା ଙ୍କ ଘରୁ ନ ବାହାରିବାରୁ, ଶେଷରେ ଘର ଭିତରେ ପଶିଥିଲେ ଗ୍ରାମବାସୀ ଆଉ ଦୁଆର ବାଡେଇ ଭିତରକୁ ପଶିଯାଇଥିଲେ । ଏହାପରେ ଯୁବକ ଯୁବତୀ ଙ୍କୁ ଧରିନେଇଥିଲେ ଗ୍ରାମବାସୀ ।

ଅନୁଗୁଳ ଜିଲ୍ଲା ଛିଣ୍ଡିପଦା ଥାନା ବାଗଡିଆ ଫଣ୍ଡି ଅଞ୍ଚଳର ପ୍ରେମିକାକୁ ଦେଖା କରିବାକୁ ଯାଇ ପ୍ରେମିକ ଜଣକ ହଟହଟା । ଘଟଣାର ପ୍ରକାଶ ଛିଣ୍ଡିପଦାଥାନା ବାଗଡିଆ ଫାଣ୍ଡି ଅଞ୍ଚଳର ଯୁବକ ଛିଣ୍ଡିପଦା ଥାନା ଅଞ୍ଚଳର ଯୁବତୀ ଙ୍କୁ ପ୍ରାୟ ୬ ମାସ ହେବ ଭଲପାଇ ଆସିଥିଲେ । ଗୁରୁବାର ଯୁବତୀ ଙ୍କ ଘରେ କେହି ନଥିବା ବେଳେ ଯୁବତୀ ଜଣଙ୍କ ତାଙ୍କ ପ୍ରେମିକଙ୍କୁ ଘରକୁ ଡ଼ାକିଥିଲେ । ଏ ନେଇ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ଭେଟିବା ପାଇଁ ଆସିଥିଲେ ।

ଅନେକ ସମୟ ପର୍ଯ୍ୟନ୍ତ ପ୍ରେମିକ ଜଣକ ପ୍ରେମିକାଙ୍କ ଘରେ ରହିଥିବା ବେଳେ ଏହା ଦେଖି କିଛି ସ୍ଥାନୀୟ ଯୁବକ ପ୍ରେମିକାଙ୍କ ଘରର ମୁଖ୍ୟ କବାଟ ବନ୍ଦ କରିଦେବା ସହିତ ଗ୍ରାମବାସୀ ଙ୍କୁ ଡ଼ାକିଥିଲେ । ଗ୍ରାମବାସୀ ପହଞ୍ଚି ଉଭୟ ପ୍ରେମିକ ପ୍ରେମିକାଙ୍କୁ ଧରିଥିଲେ ଏ ନେଇ ଘଟଣା ସ୍ଥଳରେ ବହୁ ଜନସାଧାରଣ ରୁଣ୍ଡ ହେବା ସହିତ ଉତ୍ତେଜନା ଦେଖା ଦେଇଥିଲା ।

ଖବର ପାଇ ବାଗଡିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରେମିକ ପ୍ରେମିକା ଙ୍କୁ ଉଦ୍ଧାର କରି ଥାନା କୁ ଆଣିଥିଲେ । ଉଭୟ ପ୍ରେମିକ ପ୍ରେମିକା ପ୍ରାପ୍ତ ବୟସ୍କ ହୋଇଥିବାରୁ ଉଭୟ ବିବାହ କରିବା ନିମନ୍ତେ ରାଜି ହୋଇଥିଲେ । ଉଭୟ ୧୫ ଦିନ ମଧ୍ୟରେ କୋର୍ଟରେ ବିବାହ କରିବା ପାଇଁ ଏକ ଚୁକ୍ତି ପତ୍ରରେ ସ୍ଵାକ୍ଷର କରିବା ସହିତ ପ୍ରେମିକ ଜଣଙ୍କ ତାଙ୍କ ପ୍ରେମିକାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରି ପ୍ରେମିକାଙ୍କୁ ଘରକୁ ନେଇଥିଲେ ।

ତେବେ ଏହିଭଳି ଭାବରେ ଘଟଣା ଦେଖିବାକୁ ମିଳିଥିଲା । ପ୍ରେମ କୁ ସରକାର ଙ୍କ ଠାରୁ ଆଇନଗତ ଅନୁମତି ମିଳିଛି ସତ ମାତ୍ର ଆଜିର ଯୁବପିଢୀ ଯେଉଁଭଳି ଭାବରେ ପ୍ରେମ ସମ୍ବନ୍ଧୀୟ କାଣ୍ଡମାନ ଚଳାଇଛନ୍ତି ତାହା ସାଧାରଣ ଜନତା ଙ୍କ ନିମନ୍ତେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *