ଘରକୁ ଦରିଦ୍ରତା ଆସିବାର ୧୦ଟି ଲକ୍ଷଣ, କଣ ଆପଣତ କରୁନାହାନ୍ତି

ସମସ୍ତଙ୍କର ଧନୀ ବ୍ୟକ୍ତି ହେବା ପାଇଁ ଇଚ୍ଛା ଥାଏ । ଧନୀ ହେବା ପାଇଁ ଲୋକମାନେ ଦିନରାତି ପରିଶ୍ରମ ବି କରିଥାନ୍ତି । କିନ୍ତୁ ଅତ୍ୟଧିକ ପରିଶ୍ରମ କରିବା ସତ୍ତ୍ୱେ ବି ସେମାନଙ୍କୁ ସେମାନଙ୍କର ଉଚିତ ପାରିଶ୍ରମିକ ମୂଲ୍ୟ ମିଳି ନ ଥାଏ । ଏହା ପଛର କାରଣ ହେଉଛି ତାଙ୍କ ଦ୍ଵାରା ହେଉଥିବା ଛୋଟ ଛୋଟ ଭୁଲ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଘରେ ଦରିଦ୍ରତା ଆସିବାର ୧୦ଟି କାରଣ ବିଷୟରେ କହିବୁ । ଯଦି ଆପଣଙ୍କ ଘରେ ଏହି ୧୨ଟି କାରଣ ମଧ୍ୟରୁ ଗୋଟିଏ କାରଣ ବି ଦେଖା ଯାଉଛି ତେବେ ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ ।

୧. ସର୍ବଦା ମନେ ରଖନ୍ତୁ କି ଗଛ ତଳେ ପରିସ୍ରା କରିବା ଦ୍ଵାରା ଘରର ଅବନତି ହେବାର ସଂକେତ ମିଳିଥାଏ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ନିଜର ଅଭ୍ୟାସକୁ ବଦଳାଇ ଦିଅନ୍ତୁ ।

୨. ଯଦି ଆପଣ ଭଙ୍ଗା ପାନିଆର ବ୍ୟବହାର କରୁଛନ୍ତି ତେବେ ଏହା ଅଶୁଭର ସଂକେତ ହୋଇଥାଏ । ଏହା ଦ୍ଵାରା ଘରର ଉନ୍ନତି ହୋଇ ନ ଥାଏ ।

୩. ଘରେ ଆବର୍ଜନା ରଖିବା ବି ଭୁଲ ଅଟେ । ଘରକୁ ସର୍ବଦା ପରିଷ୍କାର ରଖନ୍ତୁ ।

୪. ବାମ ଗୋଡ କିମ୍ବା ହାତ ଦ୍ଵାରା ପ୍ରଥମେ କପଡା ପିନ୍ଧିବା ବି ଭୁଲ ଅଟେ । ସର୍ବଦା ମନେ ରଖନ୍ତୁ କି କପଡା ଡାହାଣ ହାତ କିମ୍ବା ଗୋଡରୁ ପ୍ରଥମେ ପିନ୍ଧନ୍ତୁ ।

୫. ଦାନ୍ତ ଦ୍ଵାରା ରୁଟିକୁ ଟାଣି ଟାଣି ଖାଇବା ଦ୍ଵାରା ବି ଘରର ଉନ୍ନତି ଉପରେ ପ୍ରଭାବ ପଡିଥାଏ । ରୁଟିକୁ ସର୍ବଦା ଛୋଟ ଛୋଟ ଖଣ୍ଡ କରି ଖାଇବା ଉଚିତ ଓ ଖାଇବାକୁ ସର୍ବଦା ସଠିକ ଉପାୟରେ ଖାଆନ୍ତୁ ଓ ଖାଇବାକୁ ଇଜ୍ଜତ କରନ୍ତୁ ।

୬. ଯଦି ଆପଣ ଦାନ୍ତ ଦ୍ଵାରା ନଖ କାମୁଡୁଛନ୍ତି ତେବେ ଆଜି ହିଁ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ । କାରଣ ଏହା ବି ଏକ ଅଶୁଭ ସଂକେତ ଅଟେ ।

୭. କେତେକ ଲୋକ ଅଛନ୍ତି ଯେଉଁମାନେ ଅପରିଷ୍କାର କପଡା ପିନ୍ଧିଥାନ୍ତି । ଏହା ବି ଦରିଦ୍ରତାର ଏକ ସଂକେତ ଅଟେ । ସେଥିପାଇଁ ସର୍ବଦା ପରିଷ୍କାର କପଡା ପିନ୍ଧନ୍ତୁ ।

୮. ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ଯଦି ଆପଣ ଶୋଇଛନ୍ତି ତେବେ ଏହା ବି ଏକ ଦରିଦ୍ରତାର ସଂକେତ ଅଟେ । ସେଥିପାଇଁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଯାଆନ୍ତୁ ।

୯. ଯଦି ଆପଣ କାହାର ବି ଜୋତା ଚପଲକୁ ଓଲଟା ଦେଖୁଛନ୍ତି ଓ ତାକୁ ସିଧା କରୁ ନାହାନ୍ତି ତେବେ ଏହା ବି ଏକ ଅଶୁଭ ସଂକେତ ଅଟେ । ସେଥିପାଇଁ ଯଦି କାହାର ଜୋତା ଚପଲ ଓଲଟା ନଜର ଆସେ ତେବେ ତାକୁ ସିଧା କରି ଦିଅନ୍ତୁ ।

୧୦. ଯଦି ଆପଣ ଘରକୁ ଆସିଥିବା ଅତିଥିର ଅପମାନ କରୁଛନ୍ତି ତେବେ ଏହା ବି ଏକ ଦରିଦ୍ରତାର ସଂକେତ ଅଟେ । ସେଥିପାଇଁ ସର୍ବଦା ନିଜ ଜୀବନରେ ନିଜର ପିତା, ମାତା, ଅତିଥି ଓ ସମସ୍ତକୁ ସମ୍ମାନ କରନ୍ତୁ । ଲେଖାଟି ଭଲ ଲାଗିଥିଲେ ସେଆର କରିବେ ଓ ଏହା ସହିତ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *