ଯଦି କେଉଁଠିବି ମିଳିଯାଏ ଏହି ଖଟା ମିଠା ପତ୍ର ତେବେ ଛାଡନ୍ତୁ ନାହିଁ, ଏହା ବହୁତ ଭାଗ୍ୟଶାଳୀ ବ୍ୟକ୍ତିଙ୍କୁ ମିଳିଥାଏ

ଆଜି ଆମେ ଆପଣଙ୍କୁ ଏକ ବହୁତ ଲାଭଦାୟକ ଘାସ ବିଷୟରେ କଥା ହେବା । ଏହି ଘାସର ପତ୍ର ସ୍ଵାଦରେ ବହୁତ ଭିନ୍ନ ହୋଇଥାଏ ଓ ବହୁତ ଅଦ୍ଭୁତ ଗୁଣରେ ଭରପୁର ହୋଇଥାଏ । ଏହି ଘାସର ନାମ ଆମ୍ବିଳିତି ପତ୍ର ଅଟେ । ଏହାର ଉପଯୋଗ ପ୍ରାଚୀନ ସମୟରୁ ହିଁ ପେଟର ରୋଗକୁ ଦୂର କରିବା ପାଇଁ କରାଯାଉଥିଲା । ଆମ୍ବିଳିତି ପତ୍ର ବହୁତ ଛୋଟ ଛୋଟ ହୋଇଥାଏ । କିନ୍ତୁ ଔଷଧୀୟ ଦୃଷ୍ଟିରୁ ବହୁତ ଗୁଣକାରୀ ଓ ପୌଷ୍ଟିକ ହୋଇଥାଏ ।

ଆମ୍ବିଳିତି ପତ୍ର ବିଷୟରେ ଆୟୁର୍ବେଦରେ ବି ଉଲ୍ଲେଖ କରାଯାଇଛି । ଏହାର ପତ୍ର ସ୍ଵାଦରେ ଖଟା ହୋଇଥାଏ ସେଥିପାଇଁ ସଂସ୍କୃତରେ ଏହାକୁ ଅମ୍ଳ ପତ୍ରିକା ବି କୁହାଯାଏ । ଆପଣଙ୍କୁ କହିଦେଉଛୁ କି ଏହି ଘାସ ଆପଣଙ୍କ ଆଖ ପାଖ ଅଞ୍ଚଳରେ ଅତି ସହଜରେ ମିଳିଯିବ । କିନ୍ତୁ ଆମେ ସମସ୍ତେ ଏହି ଘାସକୁ ବହୁତ ସାଧାରଣ ଘାସ ବୋଲି ଚିନ୍ତା କରିଥାଉ ଓ ଏହାକୁ ନଜର ଅନ୍ଦାଜ କରିଦେଉ । କିନ୍ତୁ ଏହି ଘାସର ବହୁତ ଲାଭ ଅଛି ।

ମୂତ୍ରାଶୟରେ କଷ୍ଟ ହେବା ଦ୍ଵାରା ଆମ୍ବିଳିତି ପତ୍ରର ସେବନ କରିବା ଉଚିତ । ଏହା ଦ୍ଵାରା ଜଲ୍ଦି ହିଁ ଆରାମ ମିଳିଥାଏ । ଏଥିପାଇଁ ଆପଣ ଏହାର ପତ୍ରକୁ ଚିନି ସହ ଗ୍ରାଇଡିଙ୍ଗ କରି ସରବତ କରି ସେବନ କରନ୍ତୁ । ଏହିଭଳି ଏହାକୁ ୧ ସପ୍ତାହ ପର୍ଯ୍ୟନ୍ତ ସେବନ କରନ୍ତୁ । ଏହା ଦ୍ଵାରା ମୂତ୍ରାଶୟର କଷ୍ଟ ଭଲ ହୋଇଯାଏ । ଏହା ସହିତ ଜର ରୁ ବି ମୁକ୍ତି ମିଳିଥାଏ ।

ଯଦି ଆପଣଙ୍କୁ ତ୍ଵଚା ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତେବେ ଆମ୍ବିଳିତି ପତ୍ରର ପ୍ରୟୋଗ କରନ୍ତୁ । ଏଥିପାଇଁ ଏହାର ପତ୍ରର ରସ ବାହାର କରନ୍ତୁ ଓ ଏଥିରେ ଗୋଲୋମରିଚ ଚୁନା ଓ ଘିଅ ମିଶାଇ ସେବନ କରନ୍ତୁ । ଏହିଭଳି କିଛି ସମୟ ପର୍ଯ୍ୟନ୍ତ କରିବା ଦ୍ଵାରା ଆପଣଙ୍କ ତ୍ଵଚା ସମ୍ବନ୍ଧିତ ସମସ୍ତ ରୋଗ ଠିକ ହୋଇଯିବ ।

ଯଦି ଆପଣଙ୍କର କୌଣସି ଘା ହୋଇଛି ଓ ତାହା ଭଲ ହେଉ ନାହିଁ ତେବେ ଏହି ସମୟରେ ଆମ୍ବିଳିତି ପତ୍ରର ପ୍ରୟୋଗ କରନ୍ତୁ । ଏଥିପାଇଁ ଏହାର ପତ୍ରକୁ ଗ୍ରାଇଡିଙ୍ଗ କରି ଦିଅନ୍ତୁ ଓ ଘା ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ ଏହା ଦ୍ଵାରା ଘା ହୋଇଥିବା ସ୍ଥାନଟି ଭଲ ହୋଇଯିବ । ପାଖାପାଖି ୨ ରୁ ୩ ଦିନ ମଧ୍ୟରେ ଏହି ଘା’ ଟି ଶୁଖିଯିବ । ଆମ୍ବିଳିତି ପତ୍ର ସମ୍ବଧୀୟ ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ପେଜକୁ ଲାଇକ କରି ନିଜକୁ ଅପଡେଟ ରଖନ୍ତୁ ।

Leave a Reply

Your email address will not be published. Required fields are marked *